ଶିଶୁ ମହୋତ୍ସବ ସୁରଭି  ଓ ଓଡିଶା ମିଲେଟସ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ :-

କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଗୋଲୁରୁ ପଞ୍ଚାୟତ ଅଧିନସ୍ଥ ଦିଗଗୋଲୁରୁ ବିଦ୍ୟାଳୟ କ୍ଲୋଷ୍ଟର ରେ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୭ଟା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ , ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପଟ୍ଟାଙ୍ଗି ବିଇଓ ଟି ମିନତି,ସମ୍ମାନୀତ ଅତିଥି ଭାବେ ସରପଞ୍ଚ ନିଲାମା ବାଲଡା ବୋଇ,ସିଆରସିସୀ ପ୍ରଦୀପ୍ତ କୁମାର ଦତ, ବରିଷ୍ଟ ଶିକ୍ଷକ ବାଞ୍ଛାନିଧି ଦାସ ଏବଂ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ଏବଂ କ୍ଲୋଷ୍ଟୋର ର ସାଧନ କର୍ମୀଙ୍କ ଉପସ୍ଥିତିରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ୧୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ଛାତ୍ର ଛାତ୍ରୀ ଅତିଥି ବୃନ୍ଦ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଲୁକାଇତ କଳା ,ସଂକୃତି, ଗୀତ , ଖେଳ ଓ ମାଡ଼ିଆ, କାଙ୍ଗୁ, ଖେଡ଼ଜୋନା, ସୁଆଁ ବିଷୟରେ ସମ୍ୟକ ସୂଚନା ଦେଇଥିଲେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଧାନ ଶିକ୍ଷକ ।