Editor in Chief

କମ୍ପିବ ପ୍ରଚାର ମୈଦାନ ,କାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଓ ବିଜେପିର ଦୁଇ ହେଭିୱେଟ୍ ନେତା।

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତସୂଚୀ ଜାରି କରାଯାଇଛି । କାଲି ଦିନ ୧୧ଟା ୩୦ରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ…

ଅଧିକ ପଢନ୍ତୁ

ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ଦୁର୍ଘଟଣା । ଯୁବତୀଙ୍କୁ ଧକ୍କା ଦେଇ ଘର ଉପରକୁ ମାଡିଗଲା ଟ୍ରକ।

ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯୁବତୀଙ୍କୁ ଧକ୍କା ଦେଲା ଅମାନିଆ ଟ୍ରକ୍ । ଯୁବତୀଙ୍କୁ ଧକ୍କା ଦେବା ପରେ ଘର ଭିତରକୁ ପଶିଗଲା । ନମିତା ନାମକ ଯୁବତୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକ୍ଟି ଜଣଙ୍କ ଘର ଭିତରକୁ ପଶିଯାଇଥିଲା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ…

ଅଧିକ ପଢନ୍ତୁ

ସକାଳୁ ବି ସହିହେଉନି। ବଢ଼ି ଚାଲିଛି ଗରମର ପାରା, ଦିନ ୧୦ଟାରୁ ତାତିଲାଣି ତାଳଚେର।

ଦିନ ୧୦ ଯାଏଁ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ତାଳଚେର । ଏବେ ଯାଏଁ ତାଳଚେରର ତାପମାତ୍ରା ସର୍ବୋଚ୍ଚ ୩୬.୮ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । କେନ୍ଦୁଝର ଓ ରାଉରକେଲାର ତାପମାତ୍ରା ୩୪.୮ ଡିଗ୍ରୀ, ବଲାଙ୍ଗୀର ୩୪.୮, ଭବାନୀପାଟଣା ୩୪ ଡିଗ୍ରୀ, ବାଲେଶ୍ୱର ଓ ବୌଦ୍ଧରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏପଟେ ରାଜ୍ୟରେ ଆଉ ୪ ଦିନ ରହିବ ହିଟ୍ ୱେଭ । ୩୦…

ଅଧିକ ପଢନ୍ତୁ

ସରଗରମ ହେଉଛି ନିର୍ବାଚନୀ ମଇଦାନ, କଳାହାଣ୍ଡିରେ ତ୍ରିମୁଖୀ ଲଢ଼େଇ..

ଏଥର ୨୦୨୪ରେ କଳାହାଣ୍ଡିରେ ହେବ ତ୍ରିମୁଖୀ ଲଢ଼େଇ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏହି ଆସନ ଲାଗି ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ନାମାଙ୍କନ ଦାଖଲ ପର୍ବ ମଧ୍ୟ ସରିଛି। ବିଜେପିରୁ ବସନ୍ତ ପଣ୍ଡାଙ୍କ ବଦଳରେ ଏଥର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା କେଶରୀ ଦେଓ। ସେହିଭଳି ବିଜେଡିରୁ ଖଡ଼ିଆଳ ଆସନରୁ ବିଧାୟକ ଭାବେ ଲଢିବାକୁ ଚାହୁଁଥିବା ଲମ୍ବୋଦର ନିଆଲଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ । କଂଗ୍ରେସ ପୂର୍ବତନ…

ଅଧିକ ପଢନ୍ତୁ

ଆଇପିଏଲରେ ଜାରି ରହିଛି ରନ୍ ବର୍ଷା । ଇଡେନ୍ ଗାର୍ଡେନରେ ୨୬୨ ରନ୍ ପିଛା କରି ଇତିହାସ ରଚିଲା ପଞ୍ଜାବ କିଙ୍ଗସ ।

୨୬୨ ରନ୍ ବି ହୋଇପାରିଲାନି ଡିଫେଣ୍ଡ । ମାତ୍ର ୧୮ ଦଶମିକ ୨ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିନେଇଛି ପଞ୍ଜାବ କିଙ୍ଗସ । କିଛି ଏଭଳି ରନ୍ ବର୍ଷା ଦେଖିବାକୁ ମିଳିଛି ଇଡେନ୍ ଗାର୍ଡେନରେ । ଆଇପିଏଲର ୪୨ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ । କେକେଆର ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ରେ ୨୬୧ ରନ୍ର ବଡ଼ ସ୍କୋର ଛିଡ଼ା କରିଥିଲା । ଦଳ ପକ୍ଷରୁ ଫିଲ୍…

ଅଧିକ ପଢନ୍ତୁ

ସରଗରମ ଜୟପୁର ରାଜନୀତି । ତାରା ବାହିନୀପତି ଓ ରବି ନନ୍ଦ ମୁହାଁମୁହିଁ…

ସରଗରମ ଜୟପୁର ରାଜନୀତି । ପୁଣି ତାରା-ରବି ମୁହାଁମୁହିଁ । ନିର୍ବାଚନ ପୂର୍ବରୁ ଦୁଇ ପ୍ରମୁଖ ନେତାଙ୍କ ବୟାନବାଜିକୁ ନେଇ ଜୟପୁର ରାଜନୀତି ସରଗରମ । ବିଶେଷ କରି ପେପର ମିଲ୍ ସମସ୍ୟାକୁ ନେଇ ତାରା ବାହିନୀପତି ଓ ରବି ନନ୍ଦ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଜୟପୁରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡିର କିଛି କର୍ମୀ କଂଗ୍ରେସରେ ଓ କଂଗ୍ରେସର କିଛି କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହି…

ଅଧିକ ପଢନ୍ତୁ

ଆଗାମୀ ୪ ଦିନ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ..

ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ, ପ୍ରଚଣ୍ଡ ହେଲାଣି ତାତି। ଗତକାଲି ରାଜ୍ୟର ୩୨ଟି ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଟପିଥିବାବେଳେ ତା’ମଧ୍ୟରୁ ୪ଟି ସହରର ପାରଦ ୪୪ ପାର୍ କରିଥିଲା । ୪୪.୬ ଡିଗ୍ରୀ ସହ ଅନୁଗୁଳରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତା ପଛକୁ ବୌଦ୍ଧରେ ୪୪.୫ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ନୂଆପଡ଼ା ଓ ବଲାଙ୍ଗିରରେ ୪୪ ଡିଗ୍ରୀ, ବାରିପଦାରେ ୪୩.୮ ଡିଗ୍ରୀ, ଟିଟିଲାଗଡ଼, ଯାଜପୁର, ସମ୍ବଲପୁର ଏବଂ ହୀରାକୁଦରେ ତାପମାତ୍ରା ୪୩.୬…

ଅଧିକ ପଢନ୍ତୁ

ମିଳିଲାନି ବିଜେଡି ଟିକେଟ୍‌, ସମର୍ଥକଙ୍କ ଆଗରେ କାନ୍ଦିଲେ ଆଶାୟୀ ପ୍ରାର୍ଥୀ..

ବିଜେଡି ଟିକେଟ ନ ମିଳିବାରୁ ନିଜ ସମର୍ଥକଙ୍କ ଗହଣରେ କାନ୍ଦିଲେ ଆଶାୟୀ ପ୍ରାର୍ଥୀ । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଘୋଷଣା ସରିଥିବା ବେଳେ ଆଶାୟୀ ଥିବା ଯୁବନେତା ସଞ୍ଜୀବ ବିଶ୍ୱାଳ ଏକ ବୈଠକ କରିଥିଲେ । ସେମାନଙ୍କ ସହ ବୈଠକ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ବୋଲି କହିଥିଲେ। ଏଥିସହ ନିଜ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ। ତେବେ ପ୍ରାର୍ଥୀ ଘୋଷଣା ପୂର୍ବରୁ କର୍ମୀଙ୍କ ସହ…

ଅଧିକ ପଢନ୍ତୁ

NH 55 ପଞ୍ଚମହଲାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ..

ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ । ଅନୁଗୁଳର ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏକ ମାଲବାହୀ ଟ୍ରକ ବାଇକକୁ ପଛପଟୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ୩ ଜଣ ଯୁବକ ଏକ ବାଇକରେ ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ପଞ୍ଚମହଲା ନିକଟରେ ଏକ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେବା ସହ…

ଅଧିକ ପଢନ୍ତୁ

ଶିମିଳିପାଳ ଅଭୟାରଣ୍ୟରେ ଲିଭୁନି ବନାଗ୍ନି, ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ମାଡ଼ି ଚାଲିଛି ନିଆଁ..

ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଫଳରେ ୨୭ ଶହ ୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ। ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ନିଆଁ ମାଡ଼ି ଚାଲିଛି । ଆଜି ପୁଣି ଶିମିଳିପାଳର ୩୫ଟି ପଏଣ୍ଟରେ ଲାଗିଛି ନିଆଁ। ଏଥିରେ ଦକ୍ଷିଣ ଶିମିଳିପାଳର ୨୨ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଉତ୍ତର ଶିମିଳିପାଳରେ ୧୩ଟି ପଏଣ୍ଟରେ ଲାଗିଛି ନିଆଁ । ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି ।…

ଅଧିକ ପଢନ୍ତୁ