Editor in Chief

ବୁଥ୍‌ ମୁହାଁ ଭୋଟର୍‌; ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ସକାଳୁ ସକାଳୁ ଭୋଟର୍‌ମାନେ ବୁଥ୍‌କୁ ଯାଇ ଭୋଟ୍ ଦେଉଛନ୍ତି। ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ ରେକର୍ଡ କରାଯାଇଛି । କୋରାପୁଟରେ ସର୍ବାଧିକ ୧୩.୧୪ % ଭୋଟିଂ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧ % ଭୋଟିଂ ହୋଇଛି। ସେହିପରି ଗଜପତିରେ ୧୦.୨୦%, କଳାହାଣ୍ଡିରେ ୯.୦୬ %, ମାଲକାନଗିରିରେ ୯.୧୫ %, ନବରଙ୍ଗପୁର ୮.୯୭%, ନୂଆପଡ଼ାରେ ୯.୯୮% ଓ ରାୟଗଡ଼ାରେ ୭.୫୨…

ଅଧିକ ପଢନ୍ତୁ

ମୌଳିକ ସମସ୍ୟା ସମାଧାନ ଦାବିରେ ନାରାୟଣପାଟଣାରେ ଭୋଟ୍‌ ବର୍ଜନ…

ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ତେବେ ପ୍ରଥମ ପର୍ଯ୍ୟାୟ ମତଦାନରେ ଭୋଟ୍‌ ବର୍ଜନ କରିଛନ୍ତି ନାରାୟଣପାଟଣା ଭୋଟ୍‌ର । ମୌଳିକ ସମସ୍ୟା ସମାଧାନ ଦାବିରେ ନାରାୟଣପାଟଣାରେ ଭୋଟ୍‌ ବର୍ଜନ କରିଛନ୍ତି ଭୋଟର। ଲକ୍ଷ୍ମୀପୁର ନାରାୟଣପାଟଣା ବ୍ଲକ ୧୭୩ ନମ୍ବର ବୁଥରେ ଭୋଟ ବର୍ଜନ…

ଅଧିକ ପଢନ୍ତୁ

ଟେଷ୍ଟ କ୍ରିକେଟରୁ ଅବସର ନେବେ ଆଣ୍ତରସନ୍, ଏହି ଦିନ ଖେଳିବେ ନିଜର ଶେଷ ମ୍ୟାଚ୍..

ପ୍ରଖ୍ୟାତ ଇଂଲଣ୍ତ ବୋଲର ଜେମ୍ସ ଆଣ୍ତରସନଙ୍କ ଅବସର । ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଆଣ୍ତରସନ । ଗତକାଲି ସେ ସାମାଜିକ ଗଣମାଧ୍ୟମ ଦ୍ୱାରା ନିଜର ସନ୍ୟାସ ନେବାର ଘୋଷଣା କରିଛନ୍ତି । ଆସନ୍ତା ଜୁଲାଇ ୧୦ ତାରିଖରେ ଆଣ୍ତରସନ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ତରେ ନିଜ ଖେଳ ଜୀବନର ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିବେ । ଏହି ମ୍ୟାଚ ୱେଷ୍ଟଇଣ୍ତିଜ ବିପକ୍ଷରେ ଖେଳାଯିବ । ସୂଚନାଯୋଗ୍ୟ ଆସନ୍ତା ଜୁଲାଇରେ ଜେମ୍ସ ଆଣ୍ତରସନ ୪୨ ବର୍ଷରେ ପ୍ରଦାର୍ପଣ…

ଅଧିକ ପଢନ୍ତୁ

ଲଗାତାର ୫ଟି ମ୍ୟାଚରେ ବିଜୟ ପରେ ପ୍ଲେ ଅଫ୍ ରେସରେ ଆରସିବି । ପଏଣ୍ଟଟେବୁଲରେ ସପ୍ତମରୁ ପଞ୍ଚମ ସ୍ଥାନକୁ ଉନ୍ନିତ ହେଲା ଦଳ ।

 ୮ଟି ମ୍ୟାଚରୁ ୭ଟିରେ ପରାଜୟ ବରଣ କରିବା ପରେ ପରବର୍ତୀ ୫ଟି ମ୍ୟାଚ ଜିତି ପ୍ଲେ ଅଫ୍ ରେସରେ ସାମିଲ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ । ହାତରେ ଆଉ ମାତ୍ର ଗୋଟିଏ ମ୍ୟାଚ ବାକି ଥିବା ବେଳେ ପଏଂଟ ଟେବୁଲରେ ସପ୍ତମରୁ ପଂଚମ ସ୍ଥାନକୁ ଉଠିଛି ଦଳ । ରବିବାର ରାତିରେ ଖେଳାଯାଇଥିବା ମ୍ୟାଚରେ ଆରସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନର ବଡ଼ ବିଜୟ ବ୍ୟବଧାନରେ ପରାସ୍ତ କରିବା ପରେ ପ୍ଲେଅଫ୍କୁ ଯିବା ନେଇ ଦଳର…

ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟ ଭୋଟିଂ; ବାଜିରେ ଲାଗିଛି ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ..

ଭୋଟ୍ ଦେଉଛି ଓଡ଼ିଶା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳିରେ ଚାଲିଛି ମତଦାନ। ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ । ବିଭିନ୍ନ ଦଳର ବହୁ ଟାଣୁଆ ନେତାଙ୍କର ଆଜି ହେଉଛି ଭାଗ୍ୟ ପରୀକ୍ଷା। ନାମୀଦାମୀ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ…

ଅଧିକ ପଢନ୍ତୁ

ଭୋଟ୍ ଦେଉଛି ଓଡ଼ିଶା; ପ୍ରଥମ ପର୍ଯ୍ୟାୟରେ ୪ସଂସଦୀୟ କ୍ଷେତ୍ର ଓ ୨୮ବିଧାନସଭା ଆସନରେ ଭୋଟିଂ..

ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲା ଓଡ଼ିଶା। ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଥିବା ବେଳେ ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଏହା ପୂର୍ବରୁ ମକ୍ ପୋଲ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ୬୨ ଲକ୍ଷ ୮୭…

ଅଧିକ ପଢନ୍ତୁ

ପୁଣି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଶୀର୍ଷ ନେତା; ୧୫ରେ ଶାହ, ୧୭ରେ ନଡ୍ଡା ଓ ୨୦ରେ ପିଏମ୍ ମୋଦି..

ପୁଣି ବିଜେପିର ଟପ୍ ଥ୍ରୀ ଲିଡରଙ୍କ ଓଡ଼ିଶା ଗସ୍ତ । ୧୫ରେ ଶାହ, ୧୭ରେ ନଡ୍ଡା ଓ ୨୦ରେ ପିଏମ୍ ମୋଦି । ୩ ନେତା ୩ଟି ଲେଖାଏଁ ଲୋକସଭା କ୍ଷେତ୍ରରେ କରିବେ ପ୍ରଚାର । ମୁଖ୍ୟମନ୍ତ୍ରୀ ଲଢୁଥିବା ଦୁଇ ସିଟ୍‌ରେ ଦୁଇ ହେଭିୱେଟ ଶାହ ଏବଂ ନଡ୍ଡା କରିବେ ସମାବେଶ । ହଞ୍ଜିଳିରେ ଅମିତ ଶାହ ଓ କଣ୍ଟାବାଞ୍ଜି ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୫ରେ ଅମିତ ଶାହ, ଓଡ଼ିଶା…

ଅଧିକ ପଢନ୍ତୁ

ବିଜେପି ଫୋକସରେ ଚାଷୀ ଭୋଟ୍, ମୋଦିଙ୍କ MSP ଗ୍ୟାରେଣ୍ଟିକୁ ନେଇ ଉତ୍ସାହିତ ଚାଷୀ..

୨୪ ମହାସଂଗ୍ରାମର ସମୀକରଣ ବଦଳାଇବାକୁ ବିଜେପି ଫୋକସରେ ଓଡ଼ିଶାର ଚାଷୀ । ରାଜ୍ୟ ବିଜେପିର ଇସ୍ତାହାର ପରେ ନିର୍ବାଚନୀ ସଭାରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଷୀ ଗ୍ୟାରେଣ୍ଟିକୁ ନେଇ ଉତ୍ସାହିତ ଚାଷୀ । କାରଣ ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ବିଜେପି ଅନୁରୂପ ପ୍ରତିଶ୍ରୁତି ଦେଇ ପରେ ତାକୁ ଅକ୍ଷରେ ଅକ୍ଷରେ ପାଳିଥିବାରୁ ମୋଦିଙ୍କ ଏ ଘୋଷଣା ଉପରେ ଚାଷୀଙ୍କ ଭରସା ବଢ଼ିଛି । ହେଲେ ଏହାକୁ ନେଇ ତେଜିଛି ରାଜନୀତି । ବିରୋଧୀ ଏହାକୁ…

ଅଧିକ ପଢନ୍ତୁ

ରାଜନୀତିରେ ମାଗଣା ବିଜୁଳି: କଂଗ୍ରେସ ବିଜେପି ପରେ ଆପର ଘୋଷଣା, କେଉଁ ପ୍ରତିଶ୍ରୁତିକୁ ଲୋକେ କରିବେ ବିଶ୍ୱାସ?

ବିରୋଧୀ ଦଳ କ୍ଷମତାକୁ ଆସିଲେ ସାରା ଦେଶରେ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦିଆଯିବ । ବିରୋଧୀ ଇଣ୍ଡିଆ ମେଂଟର ସଦସ୍ୟ ଆମ୍ ଆଦମୀ ପାର୍ଟି ଏହି ଘୋଷଣା କରିଛି । ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୦ଟି ଗ୍ୟାରେଂଟି ଦେଇଛନ୍ତି । ଯେଉଁଥିରେ ମାଗଣା ଶିକ୍ଷା ଏବଂ ସ୍ୱାସ୍ଥ୍ୟ କଥା ସହ ବାର୍ଷିକ ୨ କୋଟି ନିଯୁକ୍ତି ବାବଦରେ ଉଲ୍ଲେଖ ରହିଛି । ସେହିପରି ଚୀନଠାରୁ ଭାରତର ଜମି ଫେରାଇ…

ଅଧିକ ପଢନ୍ତୁ

ତେଜିଲା ରତ୍ନଭଣ୍ଡାର ରାଜନୀତି । ପ୍ରଧାନମନ୍ତ୍ରୀ ପ୍ରସଙ୍ଗ ଉଠାଇବା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବି କଲେ ସେବାୟତ ।

ନିର୍ବାଚନରେ ରତ୍ନଭଣ୍ଡାର ପ୍ରସଙ୍ଗ ପାଲଟିବା ପରେ ଜୋର ଧରିଛି ରାଜନୀତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ସଭାରୁ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ପରେ, ଏହା ପୁଣି ଥରେ ଚର୍ଚ୍ଚାକୁ ଫେରିଛି । ରତ୍ନଭଣ୍ଡାର ତୁରନ୍ତ ଖୋଲିବା ପାଇଁ ପୁଣି ଦାବି ଉଠାଇଛନ୍ତି ବରିଷ୍ଠ ସେବାୟତ। ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେବା ପରେ ଏହା ନିର୍ବାଚନ ପ୍ରସଙ୍ଗ ପାଲଟିଛି । ପ୍ରଧାନମନ୍ତ୍ରୀଙ୍କ ଆରୋପର ବିଜେଡି ତୁରନ୍ତ ଜବାବ ଦେଇଛି । କିନ୍ତୁ ବିଜେଡି…

ଅଧିକ ପଢନ୍ତୁ