ପୁରୀରେ ପହଞ୍ଚିଲା ୨୬ ରଥ ଦଉଡ଼ି, ମାସେ ହେଲା ତିଆରି କରୁଥିଲେ ୧୪ କାରିଗର..

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି । ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ଦଉଡ଼ିକୁ । ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତିରେ ଲାଗିଥିଲେ। ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବାବେଳେ ଆଉଟର୍, ଇନର୍, ଜେନେରାଲ୍ ଓ ପୋଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୧୨ଟି ଦଉଡ଼ି ରହିଛି। ରଥଟଣା…

ଅଧିକ ପଢନ୍ତୁ

ପାହାଡ ଚଢିଲେ ଜିଲ୍ଲାପାଳ । ଭୋଟ ଦେଇ ନିଜ ମତ ସାବ୍ୟସ୍ତ କରିବାକୁ ଦୁର୍ଗମ ଅଞ୍ଚଳ ଲୋକଙ୍କୁ କଲେ ସଚେତନ ।

ଓଡିଶାର ଉଚ୍ଚତମ ଦେଓମାଳି ପର୍ବତ ଚଢିଲେ କୋରାପୁଟ ଜିଲ୍ଲାପାଳଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ । ଆଗାମୀ ସାଧାରଣ ନିର୍ବାଚନରେ ବହୁ ସଂଖ୍ୟାରେ ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରିବାକୁ ଲୋକଙ୍କୁ କଲେ ସଚେତନ । ଭୋଟଦାନ ପକ୍ର୍ରିୟା ଗଣତନ୍ତ୍ରର ମହାପର୍ବ ଏବଂ ଏହା ୫ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ତେଣୁ ଏଭଳି ସୁଯୋଗକୁ ଭୋଟର ମାନେ ହାତଛଡା କରିବା ଉଚିତ ନୁହେଁ ବୋଲି କୋରାପୁଟ ଜିଲ୍ଲାପାଳ ଭି. କିର୍ତିଭାସନ କହିଛନ୍ତି । ଏହି ଭୋଟର…

ଅଧିକ ପଢନ୍ତୁ

ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ*

ଭୁବନେଶ୍ୱର, ତା.୧୨/୦୪: ତିନି ଥରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡା. କମଳା ଦାସଙ୍କ ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି । ସ୍ୱର୍ଗତାଃ ଦାସ ଜଣେ ସୁଦକ୍ଷ ଜନପ୍ରତିନିଧିଭାବେ ତାଙ୍କର ଜନସେବା କାର୍ଯ୍ୟଗୁଡିକ ଚିର ସ୍ମରଣୀୟ ହୋଇ ରହିବ । ସ୍ୱର୍ଗତା ଦାସଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତାଃ ଦାସଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ…

ଅଧିକ ପଢନ୍ତୁ

ପଦ୍ମକେଶରପୁରରେ ଫୁଟିଲା ବୋମା; ସୁଧ ଟଙ୍କା ପାଇଁ ଶ୍ୱଶୁର-ବୋହୂଙ୍କୁ ଆକ୍ରମଣ…

କିଛି ଦିନର ବିରତି ପରେ ପୁଣି ଅଶାନ୍ତ ହେଲା ଭୁବନେଶ୍ବର ପଟିଆ ଅଞ୍ଚଳର ପଦ୍ମକେଶରପୁର। ବୋମା ଓ ପଥର ମାଡରେ ଗୋଟିଏ ପରିବାରର ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଶ୍ୱଶୁର ବୋହୂ ବୋଲି ଜଣାପଡିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ତେବେ ସୁଧ କାରବାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ସୁଧ ଟଙ୍କା ନେଇ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ…

ଅଧିକ ପଢନ୍ତୁ

ପୋଲିସକୁ କାମୁଡ଼ି ଅଭିଯୁକ୍ତ ଛୁ; ଆକ୍ରମଣ ଅଭିଯୋଗରେ ମା’ ଗିରଫ…

ପୋଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ । ଘଟଣା ଘଟିଛି କେଉଁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ, ଫେରାର୍ ଅଭିଯୁକ୍ତର ନାଁ ପ୍ରଦୂଷ ବରାଳ । ଘର ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁରେ। ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ । ତେବେ ଗତକାଲି ଗାଁକୁ ଆସିବା ପରେ ତାକୁ କାବୁ ପାଇଁ ଘରେ ପହଞ୍ଚିଥିଲେ ସାଇଁକୂଳ ଫାଣ୍ଡି ଅଧିକାରୀ। ଆଉ ତାକୁ…

ଅଧିକ ପଢନ୍ତୁ

ନୂଆ ଆମ୍ବୁଲାନ୍ସ ଗାଡ଼ି ଅଚଳ ! ପରମିଟ୍ ଥିବା ସତ୍ତ୍ବେ ହେଉନି ମରାମତି…

ପୁରୀ ବଡ ଡାକ୍ତରଖାନା ପରିସରରେ ଅଚଳ ହୋଇ ପଡିରହିଛି ଅନେକ ଆମ୍ବୁଲାନ୍ସ । ଆମ୍ବୁଲାନ୍ସକୁ ସଚଳ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଚଞ୍ଚଳତା ଦେଖାଯାଉନଥିବାବେଳେ କେବେ ସଚଳ ହେବ ଏଗୁଡିକ, ତାହା ପ୍ରଶ୍ନ କରିଛନ୍ତି ରୋଗୀ । ପୁରୀ ବଡ ଡାକ୍ତରଖାନା ପରିସରରେ ଗଦା ଗଦା ଅଚଳ ଆମ୍ବୁଲାନ୍ସ। ଦିନେ କି ଦୁଇ ଦିନ ନୁହଁ ମାସ ମାସ ବର୍ଷ ବର୍ଷ ଧରି  ପଡି ରହିଛି । ବଡକଥା ହେଉଛି ଆମ୍ବୁଲାନ୍ସ ରେଜିଷ୍ଟ୍ରେସନ ନମ୍ବରକୁ ଦେଖିଲେ ସ୍ପଷ୍ଟ…

ଅଧିକ ପଢନ୍ତୁ

ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ; ହଷ୍ଟେଲରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ…

ରାଜଧାନୀରେ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ବର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା ।  ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି। ବରଗଡ଼ ଥାନା ପୋଲିସ ମୃତଦେହ ଜବତ କରିବା ସହ…

ଅଧିକ ପଢନ୍ତୁ

ଅମୁଣ୍ଡିରେ ବଡ଼ ଅଘଟଣ; ଗ୍ୟାସ ସିଲିଣ୍ଡର ଫାଟି ୧୧ ଜଣ ଆହତ…

ଗଞ୍ଜାମ ପାତ୍ରପୁର ବ୍ଲକ ଅମୁଣ୍ଡିରେ ଅଘଟଣ । ଗ୍ୟାସ ସିଲିଣ୍ଡର ଫାଟି ୧୧ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ରୋଷେଇ ଚାଲିଥିବା ବେଳେ, ପ୍ରଶାନ୍ତ କୁମାର ବେହେରାଙ୍କ ଘରେ ଗ୍ୟାସ ଲିକ ହୋଇ ପ୍ରଥମେ ନିଆଁ ଲାଗିଥିଲା । ସାହି ପଡୋଶୀଙ୍କୁ ଡାକି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସମୟରେ, ଗ୍ୟାସ ସିଲିଣ୍ଡରଟି ଫାଟି ଯାଇଥିଲା । ଏହି…

ଅଧିକ ପଢନ୍ତୁ

ପର୍ଯ୍ୟଟନ ସହର ପୁରୀରେ ମଶା ଭଣଭଣ; ଗାମ୍ବୁଶିଆ ମାଛ ଭରସାରେ ପୌର ପ୍ରଶାସନ..

ପର୍ଯ୍ୟଟନ ସହର ପୁରୀରେ ମଶା ଆତଙ୍କ । ଦିନ ହେଉ ଅବା ରାତିରେ ବସାଇ ଶୁଆଇ ଦେଉନାହାନ୍ତି ମଶା । ସହରରେ ପରିମଳ ବ୍ୟବସ୍ଥା ବିଗିଡିଯାଇଥିବା ବେଳେ ମଶାବଂଶ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ମଶା ପ୍ରତିକାର ପାଇଁ ମଶା ତେଲ କିମ୍ବା ଧୂଆଁ ଛଡାଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ। ମଶା ପ୍ରତିକାର କରିବାରେ ଫେଲ୍ ପ୍ରଶାସନ ଏବେ ଗାମ୍ବୁଶିଆ ମାଛ ଉପରେ ଭରସା କରିଛି । ପର୍ଯ୍ୟଟନ ସହର ପୁରୀରେ ମଶା ଭଣଭଣ। ସକାଳୁ…

ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ଘାଟିରେ ପିଟିହେଲା ବସ୍; ୨୦ ଆହତ..

ମୟୂରଭଂଜ ବାଙ୍ଗିରିପୋଷି ଘାଟିରେ ପୁଣି ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବସଟି ଭାରସାମ୍ୟ ହରାଇ ପାହାଡରେ ପିଟି ହୋଇଯାଇଛି । ଫଳରେ ଡ୍ରାଇଭର ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି । ୨୦ରୁ ଅଧିକ ଆହତ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ରାଉରକେଲାରୁ ମୁର୍ସିଦାବାଦ ଅଭିମୁଖେ ଯାଉଥିଲା । ବାଙ୍ଗିରିପୋଷି ପୋଲିସ…

ଅଧିକ ପଢନ୍ତୁ