ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ; ହଷ୍ଟେଲରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ…

ରାଜଧାନୀରେ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ବର ପୁରୁଣା BMC ଅଫିସ୍ ପଛ ହଷ୍ଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । 

ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟସ୍ଥ ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତ ଦେହ ମିଳିଛି। ବରଗଡ଼ ଥାନା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । 

ସେପଟେ ଶବ ବ୍ୟବଚ୍ଛେଦ ପାଈଁ କ୍ୟାପିଟାଲ ହସ୍ପିଟାଲ ପଠେଇଛି ପୋଲିସ । ସରୋଜିନୀ ରାଜ୍ୟସ୍ତରୀୟ ବକ୍ସିଂ ଓ ଖେଖୋ ଖେଳାଳି । ସରୋଜିନୀ କଟକ ରୋଡ୍‌ରେ ଏକ ବାଇକ୍ ସୋ-ରୁମ୍‌ରେ ଚାକିରି କରୁଥିଲେ ।