ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ, ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା..

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍ ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ଆସନ୍ତାକାଲି ୧୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍। ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟି, କେରଳର ୨୦, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ…

ଅଧିକ ପଢନ୍ତୁ

ସକାଳୁ ସକାଳୁ ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା, ପାଟନାରେ ଉତ୍ତେଜନା..

ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ଏଭଳି କିଛି ଘଟଣା ବିହାର ରାଜଧାନୀ ପାଟନାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ । ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ। ବେଶ୍ ପାଖରୁ ଆସି ସୌରଭଙ୍କ ମୁଣ୍ଡରେ ଦୁଇ ରାଉଣ୍ଡ ଗୁଳି…

ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା ଗାନ୍ଧି ।

ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । କିଛି ଦିନ ତଳେ ମୋଦି କହିଥିଲେ, ମହିଳାଙ୍କ ସୁନା ନେଇ କଂଗ୍ରେସ ସାଧାରଣ ଲୋକଙ୍କୁ ବାଂଟିଦେବ । ଆଉ ଦେଶର ସମ୍ପତ୍ତିିରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରଥମ ଅଧିକାର ରହିଛି ବୋଲି ମନମୋହନ ସିଂଙ୍କ କଥାକୁ ଉଦ୍ଧାର କରି ମୋଦି କଂଗ୍ରେସକୁ ଟାର୍ଗେଟ କରିଥିଲେ । ଆଉ ଏହାର ପାଲଟା ଜବାବ ଦେଇଛନ୍ତି ପ୍ରିୟଙ୍କା । ସାଧାରଣ ସଭାକୁ ସମ୍ବୋଧିକ କରି ପ୍ରିୟଙ୍କା…

ଅଧିକ ପଢନ୍ତୁ

ନେହା ହତ୍ୟା ପଛରେ ଲଭ୍-ଜିହାଦ! ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି..

କର୍ଣ୍ଣାଟକ ହୁବଲିରେ କଲେଜ ଛାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା। ଲଭ୍-ଜିହାଦ ଅଭିଯୋଗ ଆଣିବା ସହ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି। ଆଜି କୌଣସି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ନକରି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ନିଷ୍ପତ୍ତି ନେଇଛି ଦଳ। ହୁବଲି ଧାରୱାଡର କଂଗ୍ରେସ କର୍ପୋରେଟର ନିରଞ୍ଜନ ହେରମାଥଙ୍କ ଝିଅ ନେହାଙ୍କୁ କଲେଜ କ୍ୟାମ୍ପସରେ ଦିନ ଦ୍ବିପହରରେ ଲଗାତାର ଛୁରି ଭୁସି ହତ୍ୟା କରିଥିଲା ପୂର୍ବତନ ପ୍ରେମିକ ଫୟାଜ । ଫୟାଜ…

ଅଧିକ ପଢନ୍ତୁ

ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ ମତଦାନ; ୧୦୨ ଆସନରେ ଚାଲିଛି ଭୋଟ୍‌…

ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ।  ଆଜି ତାମିଲନାଡୁର ସମସ୍ତ ୩୯ଟି ଯାକ ସିଟରେ ହେଉଛି ମତଦାନ। ସେହିପରି ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର…

ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସରିବ ପ୍ରଚାର, ୨୧ ରାଜ୍ୟରେ ହେବ ଭୋଟ୍ ଗ୍ରହଣ..

ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆସନ୍ତା ୧୯ ତାରିଖରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା । ତା’ମଧ୍ୟରେ ପ୍ରମୁଖ ଆସନ ଗୁଡ଼ିକ ହେଉଛି, ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ପିଲିଭିଟ୍, ମୁଜାଫରନଗର, ଆସାମର ଦିବ୍ରୁଗଡ଼ ଏବଂ ସୋନିତପୁର, ଛତିଶଗଡ଼ର ବସ୍ତର୍, ବିହାରର ଜାମୁଇ ଏବଂ ଗୟା, ଜାମ୍ମୁ କାଶ୍ମୀରର ଉଦମପୁର । ଏହା ସହ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା, ତାମିଲନାଡୁର…

ଅଧିକ ପଢନ୍ତୁ

ଉତ୍ସବମୁଖର ଅଯୋଧ୍ୟା ନଗରୀ । 

ଆଜି ଶ୍ରୀରାମ ନବମୀ । ସବୁଠି ଉତ୍ସବର ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ଆଜି ଅଯୋଧ୍ୟାରେ ପ୍ରଥମ ରାମ ନବମୀ ପାଳିତ ହେଉଛି । ଏଥିପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଲାଣି । ସାରା ଦେଶରୁ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବେ ବୋଲି ଆକଳନ କରାଯାଉଛି । ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ୯୦ ବିମାନ, ୧୦୦ଟି ଟ୍ରେନର ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ବ୍ୟାପକ…

ଅଧିକ ପଢନ୍ତୁ

ଆଜି ରାମନବମୀ: ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ହେବ ସୂର୍ଯ୍ୟତିଳକ ।

ଆଜି ପବିତ୍ର ରାମନବମୀ । ଆଉ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିରରେ ଏହି ରାମନବମୀ ଏଥର ଖାସ ହେବାକୁ ଯାଉଛି । ରାମଙ୍କ ନଗରୀରେ ସୂର୍ଯ୍ୟତିଳକ ବେଳେ ଦେଖିବାକୁ ମିଳିବ ଅଭୁତ ଦୃଶ୍ୟ । ରାମଲାଲାଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟଙ୍କ କିରଣ । ବିଜ୍ଞାନର ଫର୍ମୁଲା ଅନୁସାରେ ଏହା କରାଯିବ । ବୈଜ୍ଞାନିକ ଏ ନେଇ ଗବେଷଣା କରିଛନ୍ତି ଓ ବିଗତ ଦିନରେ ଏହାର ଟ୍ରାଏଲ ବି କରାଯାଇଛି । ଆଜି ହେଉଛି ଭକ୍ତଙ୍କ…

ଅଧିକ ପଢନ୍ତୁ

କେଜ୍ରିୱାଲଙ୍କୁ ମିଳିବ କି ଆଶ୍ୱସ୍ତି? ଆଜି ସୁପ୍ରିମକୋର୍ଟରେ ଶୁଣାଣି।

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ ଓ ଅଟକ ରଖିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏପ୍ରିଲ ୯ତାରିଖରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଏଥିରେ ଆଜି ତାଙ୍କୁ ଆଶ୍ୱସ୍ତି ମିଳୁଛି କି ନାହିଁ ତାହା ଉପରେ ନଜର । ବାସ୍ତବରେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଦେଇ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ…

ଅଧିକ ପଢନ୍ତୁ

ଟିକେଟ୍ ବାତିଲରୁ ରେଳବାଇ କୋଟି କୋଟି ଆୟ କରେ… ଗୋଟିଏ ବର୍ଷରେ ୨ହଜାର କୋଟିରୁ ଅଧିକ !

ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବେ ଖୁବ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ୨୦୨୨-୨୩ ବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ବାତିଲରୁ ୨୧୧୦ କୋଟି ଟଙ୍କା ଆୟ କରିଛି। ଖବର ଅନୁଯାୟୀ, ଆର୍‌ଟିଆଇ ଅଧୀନରେ ଥିବା ଇନ୍ଦୁ ଭାଲ୍ ତିୱାରୀଙ୍କୁ ଏକ ଉତ୍ତରରେ ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ରେଳବାଇ ଟିକେଟ୍ ବାତିଲରୁ ୧,୭୬୨.୬୨ କୋଟି ଟଙ୍କା ଆୟ କରିଛି। ଏହି ବାର୍ତ୍ତା NCIB ମୁଖ୍ୟାଳୟ ପରି ଯାଞ୍ଚ ହୋଇଥିବା…

ଅଧିକ ପଢନ୍ତୁ