ଟିକେଟ୍ ବାତିଲରୁ ରେଳବାଇ କୋଟି କୋଟି ଆୟ କରେ… ଗୋଟିଏ ବର୍ଷରେ ୨ହଜାର କୋଟିରୁ ଅଧିକ !

ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବେ ଖୁବ ଭାଇରାଲ ହେଉଛି। ଦାବି କରାଯାଇଛି ଯେ ୨୦୨୨-୨୩ ବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ବାତିଲରୁ ୨୧୧୦ କୋଟି ଟଙ୍କା ଆୟ କରିଛି। ଖବର ଅନୁଯାୟୀ, ଆର୍‌ଟିଆଇ ଅଧୀନରେ ଥିବା ଇନ୍ଦୁ ଭାଲ୍ ତିୱାରୀଙ୍କୁ ଏକ ଉତ୍ତରରେ ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ରେଳବାଇ ଟିକେଟ୍ ବାତିଲରୁ ୧,୭୬୨.୬୨ କୋଟି ଟଙ୍କା ଆୟ କରିଛି। ଏହି ବାର୍ତ୍ତା NCIB ମୁଖ୍ୟାଳୟ ପରି ଯାଞ୍ଚ ହୋଇଥିବା…

ଅଧିକ ପଢନ୍ତୁ

ଗଭୀର ସମୁଦ୍ରରେ ବୁଡ଼ିଲେ, ଭୋଟରଙ୍କୁ କଲେ ସଚେତନ…

ସାରା ଦେଶରେ ଚାଲିଛି ନିର୍ବାଚନୀ ତାତି। ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ଗଣତନ୍ତ୍ରର ମହାପର୍ବ। ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପରେ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହିକ୍ରମରେ ଅଭିନବ ଉପାୟରେ ଲୋକଙ୍କୁ ନିର୍ବାଚନ ପାଇଁ ସଚେତନ କରାଯାଉଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୬ଜଣ ଯୁବକ ଗଭୀର ସମୁଦ୍ରର ୬୦ଫୁଟ ତଳେ ଭୋଟରଙ୍କୁ ସଚେତନ କରିଛନ୍ତି। ଦକ୍ଷିଣ ଭାରତର ଚେନ୍ନାଇ ନିକଟସ୍ଥ ନୀଲାନକାରାଇର ୬ଜଣ ବୁଡାଳି ବା ସ୍କୁବା ଡାଇଭର ପାଣିରେ…

ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଉପରେ ବଢ଼ୁଛି ବିଶ୍ୱାସ, ଓଡ଼ିଶା-ପଶ୍ଚିମବଙ୍ଗରେ BJP ପାଲଟିବ ଏକ ନମ୍ବର ଦଳ..

ଓଡ଼ିଶା ଓ ପଶ୍ଚିମବଙ୍ଗରେ ନମ୍ବର ୱାନ୍ ପାର୍ଟି ହେବାକୁ ଯାଉଛି ବିଜେପି । ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜଣାଶୁଣା ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର । ଖବର ସରବରାହ ସଂସ୍ଥା ପିଟିଆଇକୁ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ପୂର୍ବ ଭାରତରେ ବିଜେପିର ଲୋକପ୍ରିୟତା ଚରମରେ ପହଞ୍ଚିଲାଣି । ଆସନ୍ତା ଲୋକସଭାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ । ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବିଜେପି ନମ୍ବର ୱାନ ଦଳ ହେବାକୁ ଯାଉଛି…

ଅଧିକ ପଢନ୍ତୁ

ମହାକାଶରୁ ଏମିତି ଦେଖାଗଲା ପୂର୍ଣ୍ଣ ସୂର୍ଯ୍ୟ ପରାଗ; ଭିଡ଼ିଓ ସେୟାର କଲା ନାସା…

ଆମେରିକା ମହାଦେଶରେ ହେଲା ପୂର୍ଣ୍ଣ ସୂର୍ଯ୍ୟ ପରାଗ। କିଛି ସମୟ ପାଇଁ ଦିନରେ ସୃଷ୍ଟି ହେଲା ରାତିର ଭ୍ରମ। ଆମେରିକା, କାନାଡ଼ା ଓ ମେକ୍ସିକୋର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଥିଲା । ଭାରତୀୟ ସମୟ ଅନୁସାରେ ଗତକାଲି ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟ ପରାଗ ଆରମ୍ଭ ହୋଇ ଭୋର୍ ୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ।  ସୂର୍ଯ୍ୟ ପରାଗକୁ ପୂରା ଦେଖିବା ପାଇଁ ନାସା ଏହାର ଅଫିସିଆଲ୍ ଚ୍ୟାନେଲ ୟୁଟ୍ୟୁବରେ ଲାଇଭ୍…

ଅଧିକ ପଢନ୍ତୁ

କବଜା କରିଥିଲେ ମାଓବାଦୀ, ୨୧ ବର୍ଷ ପରେ ଶ୍ରୀରାମ ମନ୍ଦିର ଖୋଲିଲେ ଯବାନ..

ଛତିଶଗଡ଼ ସୁକମାରେ ୨୧ ବର୍ଷ ପରେ ଖୋଲିଲା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର, ହେଲା ପୂଜାର୍ଚ୍ଚନା । ନକ୍ସଲ ହିଂସା ଭୟରେ ଗତ ୨୦୦୩ରୁ ଅର୍ଥାତ ୨୧ ବର୍ଷ ଧରି ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ସେଠାର ପୂଜାର୍ଚ୍ଚନା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ହସ୍ତାନ୍ତର କରିଛନ୍ତି CRPF ଯବାନ । ମାଓ ହିଂସାରେ ଜର୍ଜରିତ ସୁକମାର କେରଲାପେନ୍ଦା ଗାଁରେ ଭୟ ଓ ଆତଙ୍କରେ ବନ୍ଦ ଥିବା ଶ୍ରୀରାମ ମନ୍ଦିରକୁ ଖୋଲି ପୂଜାର୍ଚ୍ଚନା ପାଇଁ ଲୋକଙ୍କୁ ହସ୍ତାନ୍ତର…

ଅଧିକ ପଢନ୍ତୁ

ଡ୍ୟୁଟି କରୁଥିବା ବେଳେ ଧକ୍କା ଦେଲା ଗାଡ଼ି, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ..

ତାମିଲନାଡୁରେ ଓଡ଼ିଆ ପୋଲିସ କନେଷ୍ଟବଳଙ୍କ ଅକାଳ ବିୟୋଗ । ଇଲେକ୍ସନ୍ ପାଇଁ ତ୍ରିଚୀକୁ ଯାଇଥିବା ବେଳେ ଓଡ଼ିଆ ପୋଲିସ କନେଷ୍ଟବଳ ପ୍ରମୋଦ କୁମାର ମାଝୀଙ୍କ ପରଲୋକ ଘଟିଛି । ଏକ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ପୋଲିସ । ସେ ପଞ୍ଚମ IRBN ବାଟାଲିୟନ ବୌଦ୍ଧରେ କାର୍ଯ୍ୟରତ ଥିଲେ । ଘର ନୂଆପଡା ଜିଲ୍ଲା ଧର୍ମବନ୍ଧା ଗାଁରେ । ୨୦୦୯ରେ ରାଜ୍ୟ ପୋଲିସ ବିଭାଗରେ ଯୋଗଦେଇଥିଲେ ପ୍ରମୋଦ । ଆଗକୁ ତାମିଲନାଡୁରେ…

ଅଧିକ ପଢନ୍ତୁ

ଆଜି ଦିଶିବ ବିରଳ ଦୃଶ୍ୟ, ଭାରତ କିମ୍ବା ଓଡ଼ିଶାରେ ନାହିଁ ପ୍ରଭାବ..

ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟୋପରାଗ । ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ । ଭାରତୀୟ ସମୟ ରାତି ୯ଟା ୧୨ ମିନିଟ୍ ରେ ଆରମ୍ଭ ହୋଇ ପରଦିନ ଭୋର୍ ୨ଟା ୨୨ ମିନିଟ୍ ସମୟରେ ଶେଷ ହେବ । ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟ୍ ସମୟରେ ଦେଖାଯିବ । ତେବେ…

ଅଧିକ ପଢନ୍ତୁ

ଭାରତୀୟ ମୋବାଇଲ୍ ୟୁଜର୍ସଙ୍କୁ ଧମକାଉଛି ପାକିସ୍ତାନ; ଆଡଭାଇଜରି ଜାରି କଲା ଟେଲିକମ୍ ବିଭାଗ..

ଆଜିକାଲି ସମସ୍ତେ ମୋବାଇଲ୍ ଫୋନ ବ୍ୟବହାର କରୁଛନ୍ତି। ଅନେକ ସମୟରେ ଅଜଣା ଫୋନ କଲ୍ ଉଠାଇବା ହେଉ ଅଥବା ଅଜଣା ଲିଙ୍କରେ କ୍ଲିକ କରି ସାଇବର ଠକେଇର ଶିକାର ମଧ୍ୟ ହେଉଛନ୍ତି। ତେବେ ଏହାର ଫାଇଦା ଆମର ଶତ୍ରୁଦେଶ ପାକିସ୍ତାନ ମଧ୍ୟ ଉଠାଉଛି। ହ୍ୱାଟସଆପକୁ ଟାର୍ଗେଟ୍ କରିଛି ପାକିସ୍ତାନ। ଲୋକଙ୍କୁ ହ୍ୱାଟସଆପ୍ କଲ କରି ଧମକଚମକ ଦେଉଥିବା ଖବର ସାମନାକୁ ଆସିଛି। ତେବେ ଏହାକୁ ରୋକିବା ପାଇଁ ଆଡଭାଇଜରି ଜାରି କରିଛି ଟେଲିକମ୍ ବିଭାଗ (DoT)। ଅନ୍ତର୍ଜାତୀୟ…

ଅଧିକ ପଢନ୍ତୁ

ବିଜେପିର ୪୪ତମ ପ୍ରତିଷ୍ଠା ଦିବସ, ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ..

ଆଜି ବିଜେପିର ୪୪ତମ ପ୍ରତିଷ୍ଠା ଦିବସ। ୬ ଏପ୍ରିଲ ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି । ଆଜି ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବା ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନେକ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ସାମିଲ ହୋଇଥିଲେ…

ଅଧିକ ପଢନ୍ତୁ

ନିର୍ବାଚନ ଇସ୍ତାହାରରେ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ଦେଲା କଂଗ୍ରେସ..

ନିର୍ବାଚନୀ ଇସ୍ତାହାରରେ ୫ ନ୍ୟାୟର ପ୍ରତିଶ୍ରୁତି ଦେଲା କଂଗ୍ରେସ। ଆଜି ଲୋକସଭା ନିର୍ବାଚନ ନେଇ କଂଗ୍ରେସ ଘୋଷଣାପତ୍ର ଜାରି କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଜାରି କରି ୫ ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । କୃଷକ, ଶ୍ରମିକ, ମହିଳା, ଯୁବବର୍ଗ ଏବଂ ବେରୋଜଗାର ଉପରେ ଦଳ ଫୋକସ କରିଛି। କିଷାନ ନ୍ୟାୟରେ MSP ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେବା ଏବଂ ଋଣଛାଡ଼ ପାଇଁ ଆୟୋଗ…

ଅଧିକ ପଢନ୍ତୁ