ବିଜେଡି କାର୍ଯ୍ୟାଳୟ ଉପରେ ବୋମାମାଡ । ବିଳମ୍ବିତ ରାତିରେ ପାର୍ଟି ଅଫିସରେ ବୈଠକ ଚାଲିଥିବା ବେଳେ ଦୁର୍ବୃତ୍ତ ଫିଙ୍ଗିଲେ ବୋମା । 

ବିଳମ୍ବିତ ରାତିରେ ନୂଆପଲ୍ଲୀରେ ରାଜନୈତିକ ହିଂସା । ନୂଆପଲ୍ଲୀ ଗଡ଼ସାହିସ୍ଥିତ ବିଜେଡି ପାର୍ଟି ଅଫିସ୍ ସମ୍ମୁଖରେ  ବୋମାମାଡ ହୋଇଛି । ଏହାପରେ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି । ତେବେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି । ୩ ଜଣ ବ୍ୟକ୍ତି ଶିବ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିବା ସୂଚନା ରହିଛି । ଘଟଣା ପରେ ନୂଆପଲ୍ଲୀରେ ଉତେଜନା ପ୍ରକାଶ ପାଇଛି ।…

ଅଧିକ ପଢନ୍ତୁ

ଚିଙ୍ଗୁଡ଼ି ପ୍ଲାଣ୍ଟ ଗ୍ୟାସ୍‌ ଲିକ୍‌ ଲୁଚାଇବାକୁ ପ୍ରୟାସ, ଶ୍ରମ ଅଧିକାରୀଙ୍କ ତଦନ୍ତ..

ବାଲେଶ୍ବର ରେମୁଣାରେ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ହୋଇ ୧୮ ଅସୁସ୍ଥ ଘଟଣାରେ ନୂଆମୋଡ଼ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନାବାଳିକା ଶ୍ରମିକଙ୍କୁ ରାତି ଅଧରେ ମେଡିକାଲରୁ ଲୁଚାଇ ନିଆଯାଉଥିବା ବେଳେ ଧରିଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସମସ୍ତ ଶ୍ରମିକଙ୍କୁ ନେଇ ପ୍ରତାପ ଷଡ଼ଙ୍ଗୀ ଥାନାକୁ ଯାଇଥିଲେ । ଏହାସହ ସଂପୃକ୍ତ କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାଂସଦ । ଗତକାଲି ରାତିରେ ରେମୁଣା ବ୍ଲକ ଗଡିଆମାଳ…

ଅଧିକ ପଢନ୍ତୁ

ପାଇପ୍ ଲାଇନ୍ କାମ ବେଳେ ମାଟି ଧସି ୩ ଶ୍ରମିକଙ୍କ ମୃତ୍ୟୁ..

ମାଟି ଅତଡ଼ା ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ। ଯାଜପୁର ବିଞ୍ଝାରପୁର ଥାନା କପିଳା ପଞ୍ଚାୟତ ରାହାସ ଗାଁରେ ଏହି ଅଘଟଣ ଘଟିଛି। ପାଇପ୍ ଲାଇନ୍ କାମ ବେଳେ ମାଟି ଧସିବାରୁ ଚାପି ହୋଇଯାଇଥିଲେ ୩ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ମାନେ ଏକ କମ୍ପାନୀର ଶ୍ରମିକ। ସେମାନେ ବିହାର ଓ ତାମିଲନାଡୁ ରାଜ୍ୟର ବୋଲି ଜଣାପଡ଼ିଛି । ଗତ ରାତିରେ କାମ ଚାଲିଥିବା ବେଳେ ତଳେ…

ଅଧିକ ପଢନ୍ତୁ

ପାଣ୍ଡରା ଛକରେ ଭୟଙ୍କର ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୫ଦୋକାନ..

ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୫ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଗୋଟିଏ ବାଇକ୍ ମଧ୍ୟ ନିଆଁର ଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି | ଆଶଙ୍କା କରାଯାଉଛି ଯେ, ପ୍ରଥମେ ଏକ ଫାଷ୍ଟ ଫୁଡ୍ ଦୋକାନରେ ସର୍ଟସର୍କିଟରୁ ନିଆଁ ଲାଗିଥିଲା, ପରେ ଦୁଇଟି ଗ୍ୟାସ ସିଲିଣ୍ଡର…

ଅଧିକ ପଢନ୍ତୁ

ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ପୋଷ୍ଟର ମାରିବାକୁ ନେଇ ବିଜେଡି-ବିଜେପି କର୍ମୀ ହଣାହଣି ।

ଖଲ୍ଲିକୋଟରେ ରାଜନୈତିକ ହିଂସା । ବିଜେପି ଓ ବିଜେଡି କର୍ମୀ ହଣାହଣି ହୋଇଛନ୍ତି । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୮ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଖଲ୍ଲିକୋଟରେ ତୀବ୍ର ଉତେଜନା ସୃଷ୍ଟି ହୋଇଛି । ଏନେଇ ବିଜେପି ପକ୍ଷରୁ…

ଅଧିକ ପଢନ୍ତୁ

HCL ଖଣିରେ ବଡ଼ ଅଘଟଣ; ୧୮୦୦ଫୁଟ ତଳକୁ ଖସିଲା ଲିଫ୍ଟ, ଫସିଛନ୍ତି ଅଧିକାରୀ ଓ କର୍ମଚାରୀ..

ରାଜସ୍ଥାନର HCL ଖଣିରେ ବଡ଼ ଅଘଟଣ। ବିଳମ୍ୱିତ ରାତିରେ କୋଲିହାନ ଖଣିରେ ୧୮୦୦ଫୁଟ ତଳକୁ ଖସିଲା ଲିଫ୍ଟ। HCLର ଅଧିକାରୀ ଓ ଶ୍ରମିକଙ୍କୁ ମିଶାଇ ମୋଟ୍‌ ୧୪ଜଣ କର୍ମଚାରୀ ୧୮୭୫ଫୁଟ ତଳେ ଫସିରହିଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଥିଲେ ସୁଦ୍ଧା ଏଯାଏ ମୋଟ୍ ୩ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍‌ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ, ମେ ୧୩ ରୁ କୋଲିହାନ ଖଣିରେ ଯାଞ୍ଚ କାର୍ଯ୍ୟ ଚାଲିଥିଲା। ଗତକାଲି ରାତିରେ ମୁଖ୍ୟ…

ଅଧିକ ପଢନ୍ତୁ

ସାକ୍ଷୀଗୋପାଳ ମନ୍ଦିରରେ ମାରପିଟ୍ । ବରିଷ୍ଠ ସେବାୟତଙ୍କୁ ମାରି ଲହୁଲୁହାଣ କଲେ ୨ ଅଣସେବାୟତ ।

ପିପିଲି ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ । ସଭା ମଝିରେ ବରିଷ୍ଠ ସେବାୟତଙ୍କୁ ପିଟିଲେ ଅଣ ସେବାୟକ । ସାକ୍ଷୀଗୋପାଳ ଠାକୁରଙ୍କ ବରିଷ୍ଠ ସେବାୟତ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ୨ ଜଣ ଅଣ ସେବାୟତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେମାନେ ହେଲେ କୃଷ୍ଣଚନ୍ଦ୍ର ମହାପାତ୍ର ଓ କିର୍ତ୍ତିରଞ୍ଜନ ମହାପାତ୍ର । ଗତକାଲି ସେବାୟତଙ୍କ ବୈଠକ ଚାଲିଥିବାବେଳେ ଏଭଳି ଅଘଟଣ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ସେବାୟତଙ୍କ ବୈଠକ ସମୟରେ ସଂଘ…

ଅଧିକ ପଢନ୍ତୁ

ମୁମ୍ବାଇରେ ହୋଡିଂ ଖସିପଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ କୁ ବୃଦ୍ଧି, ୬୦ରୁ ଅଧିକ ଆହତ ।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଘଟକୋପରରେ ଏକ ହୋର୍ଡିଂ ଭୁଶୁଡ଼ି ପଡ଼ିବା ଘଟଣାରେ ହଇଚଇ ସୃଷ୍ଟି ହୋଇଛି । ମୁମ୍ବାଇ ଘାଟକୋପର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଧୂଳିଝଡ଼ ଓ ବର୍ଷା ସମୟରେ ୧୦୦ ଫୁଟ ଲମ୍ବର ଏକ ବେଆଇନ ବିଜ୍ଞାପନ ହୋର୍ଡିଂ ଭୁଶୁଡ଼ି ପଡ଼ିବା ରୁ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି। ଘାଟକୋପର ହୋର୍ଡିଂ ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି।…

ଅଧିକ ପଢନ୍ତୁ

ଗଞ୍ଜାମ ଖଲ୍ଲିକୋଟରୁ ଆସିଲା ଦାଦନ ଦୁଃଖ । ବାହାରିନରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ । ମୃତଦେହ ଫେରାଇ ଆଣିବାକୁ ପରିବାରର ଅନୁରୋଧ…

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଆସିଛି ଦାଦନ ଯନ୍ତ୍ରଣାର ଖବର । ବାହାରିନରେ କାମ କରୁଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସିବା ପରେ ଘରେ କାନ୍ଦ ବୋବାଳି ପଡିଛି । ମୃତଦେହ ଘରକୁ ଫେରାଇ ଆଣିବାକୁ ଦାବି କରିଛନ୍ତି ପରିବାର ଲୋକ । ତେନ୍ତୁଲି ପଞ୍ଚାୟତ ବାଗଲପୁର ଗାଁର ସାଗର ପ୍ରଧାନ ୧୦ ମାସ ହେଲା ରୋଜଗାର ଆଶାରେ ବାହାରିନ ଯାଇଥିଲେ । ସାଗରଙ୍କ ବାପା କାର୍ତ୍ତିକ ପ୍ରଧାନ ମଧ୍ୟ ମାଳଦ୍ୱୀପରେ କାମ କରୁଛନ୍ତି । ଭଉଣୀର…

ଅଧିକ ପଢନ୍ତୁ

ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ଦୁର୍ଘଟଣା । ଯୁବତୀଙ୍କୁ ଧକ୍କା ଦେଇ ଘର ଉପରକୁ ମାଡିଗଲା ଟ୍ରକ।

ସୁନ୍ଦରଗଡ଼ କୁଆଁରମୁଣ୍ଡାରେ ଭୟଙ୍କର ସଡ଼କ ଦୁର୍ଘଟଣା । ଯୁବତୀଙ୍କୁ ଧକ୍କା ଦେଲା ଅମାନିଆ ଟ୍ରକ୍ । ଯୁବତୀଙ୍କୁ ଧକ୍କା ଦେବା ପରେ ଘର ଭିତରକୁ ପଶିଗଲା । ନମିତା ନାମକ ଯୁବତୀ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକ୍ଟି ଜଣଙ୍କ ଘର ଭିତରକୁ ପଶିଯାଇଥିଲା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ…

ଅଧିକ ପଢନ୍ତୁ