କମ୍ପିବ ପ୍ରଚାର ମୈଦାନ ,କାଲି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଓ ବିଜେପିର ଦୁଇ ହେଭିୱେଟ୍ ନେତା।

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତସୂଚୀ ଜାରି କରାଯାଇଛି । କାଲି ଦିନ ୧୧ଟା ୩୦ରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ…

ଅଧିକ ପଢନ୍ତୁ

ସରଗରମ ହେଉଛି ନିର୍ବାଚନୀ ମଇଦାନ, କଳାହାଣ୍ଡିରେ ତ୍ରିମୁଖୀ ଲଢ଼େଇ..

ଏଥର ୨୦୨୪ରେ କଳାହାଣ୍ଡିରେ ହେବ ତ୍ରିମୁଖୀ ଲଢ଼େଇ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏହି ଆସନ ଲାଗି ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ନାମାଙ୍କନ ଦାଖଲ ପର୍ବ ମଧ୍ୟ ସରିଛି। ବିଜେପିରୁ ବସନ୍ତ ପଣ୍ଡାଙ୍କ ବଦଳରେ ଏଥର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା କେଶରୀ ଦେଓ। ସେହିଭଳି ବିଜେଡିରୁ ଖଡ଼ିଆଳ ଆସନରୁ ବିଧାୟକ ଭାବେ ଲଢିବାକୁ ଚାହୁଁଥିବା ଲମ୍ବୋଦର ନିଆଲଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ । କଂଗ୍ରେସ ପୂର୍ବତନ…

ଅଧିକ ପଢନ୍ତୁ

ସରଗରମ ଜୟପୁର ରାଜନୀତି । ତାରା ବାହିନୀପତି ଓ ରବି ନନ୍ଦ ମୁହାଁମୁହିଁ…

ସରଗରମ ଜୟପୁର ରାଜନୀତି । ପୁଣି ତାରା-ରବି ମୁହାଁମୁହିଁ । ନିର୍ବାଚନ ପୂର୍ବରୁ ଦୁଇ ପ୍ରମୁଖ ନେତାଙ୍କ ବୟାନବାଜିକୁ ନେଇ ଜୟପୁର ରାଜନୀତି ସରଗରମ । ବିଶେଷ କରି ପେପର ମିଲ୍ ସମସ୍ୟାକୁ ନେଇ ତାରା ବାହିନୀପତି ଓ ରବି ନନ୍ଦ ମୁହାଁମୁହିଁ ହୋଇଛନ୍ତି । ଗତକାଲି ଜୟପୁରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡିର କିଛି କର୍ମୀ କଂଗ୍ରେସରେ ଓ କଂଗ୍ରେସର କିଛି କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହି…

ଅଧିକ ପଢନ୍ତୁ

ମିଳିଲାନି ବିଜେଡି ଟିକେଟ୍‌, ସମର୍ଥକଙ୍କ ଆଗରେ କାନ୍ଦିଲେ ଆଶାୟୀ ପ୍ରାର୍ଥୀ..

ବିଜେଡି ଟିକେଟ ନ ମିଳିବାରୁ ନିଜ ସମର୍ଥକଙ୍କ ଗହଣରେ କାନ୍ଦିଲେ ଆଶାୟୀ ପ୍ରାର୍ଥୀ । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଘୋଷଣା ସରିଥିବା ବେଳେ ଆଶାୟୀ ଥିବା ଯୁବନେତା ସଞ୍ଜୀବ ବିଶ୍ୱାଳ ଏକ ବୈଠକ କରିଥିଲେ । ସେମାନଙ୍କ ସହ ବୈଠକ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ବୋଲି କହିଥିଲେ। ଏଥିସହ ନିଜ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ। ତେବେ ପ୍ରାର୍ଥୀ ଘୋଷଣା ପୂର୍ବରୁ କର୍ମୀଙ୍କ ସହ…

ଅଧିକ ପଢନ୍ତୁ

ବାକି ଆସନରେ କେବେ ଘୋଷଣା ହେବ ତିନି ଦଳର ପ୍ରାର୍ଥୀ ?

ରାଜ୍ୟରେ ଆସନ୍ତା ମେ ୧୩ରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ । ତେବେ ଏଯାଏଁ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା ସରିନି । ଶାସକ-ବିରୋଧୀ ପରସ୍ପରକୁ ଛଚାଛକି ଭିତରେ ଆସନ ଘୋଷଣା ବିଳମ୍ବିତ ହେଉଥିବା ଥିବା ଚର୍ଚ୍ଚା ହେଉଛି । ବିଜେଡି ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ବିଜେପି ୧୫ ବିଧାନସଭା ଆସନ ଓ କଂଗ୍ରେସ ୯ ବିଧାନସଭା ଓ ୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।…

ଅଧିକ ପଢନ୍ତୁ

ଓଡ଼ିଶା ଆସିବେ ଜେ.ପି ନଡ୍ଡା; ବ୍ରହ୍ମପୁରରେ ସାଧାରଣ ସଭାକୁ କରିବେ ସମ୍ବୋଧିତ..

ବିଜେପି ଫୋକସରେ ଓଡ଼ିଶା। ୨୦୨୪ ନିର୍ବାଚନରେ ଅଧିକ ଲୋକସଭା ସିଟ୍ ଜିତିବା ସହ ରାଜ୍ୟରେ ନିଜ ସରକାର ଗଠନ ମିଶନରେ ରହିଛି ପଦ୍ମଦଳ। ଖାସ୍ ସେଥିପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ଜେ.ପି ନଡ୍ଡା। ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁରରୁ କାର୍ଯ୍ୟକ୍ରମ ସରିବା ପରେ ନବରଙ୍ଗପୁର ଯାଇ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ଏନେଇ ସୂଚନା ଦେଇଛନ୍ତି ବିଜେପି ନେତା ସମୀର ମହାନ୍ତି।…

ଅଧିକ ପଢନ୍ତୁ

ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି..

ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ ୬…

ଅଧିକ ପଢନ୍ତୁ

ବିଜେପିରେ ମିଶିଲେ ପର୍ଶୁରାମ ଧଡ଼ା, ଟିକେଟ ନ ଦେବାରୁ ଛାଡ଼ିଥିଲେ ବିଜେଡି..

ବିଜେଡି ଛାଡିଥିଲେ, ଆଜି ପଦ୍ମ ଧରିଲେ । ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ଆଜି ବିଧିବଦ୍ଧ ଭାବରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପର୍ଶୁରାମ ଧଡ଼ା । ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପର୍ଶୁରାମ ଧଡ଼ା। ସେ…

ଅଧିକ ପଢନ୍ତୁ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ନାମାଙ୍କନ ।

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ । ଶେଷ ଖବର ସୁଦ୍ଧା ୪ଟି ଲୋକସଭା ଆସନ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ଲୋକସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ, ନବରଙ୍ଗପୁର ପାଇଁ ୪ ଜଣ, ବ୍ରହ୍ମପୁର ପାଇଁ ୪ ଜଣ ଓ କୋରାପୁଟ ପାଇଁ ୭ ଜଣ ସାଂସଦ ପ୍ରାର୍ଥୀ ନାମାଙ୍କନ ଭରିଥିବା ସୂଚନା ମିଳିଛି । ଆଜି ନାମାଙ୍କନ ଦାଖଲର ଶେଷ…

ଅଧିକ ପଢନ୍ତୁ

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ, ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା..

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ମହାଯୁଦ୍ଧ ପାଇଁ ଗତକାଲି ପ୍ରଚାର ଲଢ଼େଇ ଥମିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପୋଲିଂ ଷ୍ଟେସନ୍ ଗୁଡ଼ିକରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ। ଆସନ୍ତାକାଲି ୧୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍। ବିହାରର ୫ଟି, ଛତିଶଗଡ଼ର ୩ଟି, କର୍ଣ୍ଣାଟକର ୧୪ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟି, କେରଳର ୨୦, ତ୍ରିପୁରା ଏବଂ ଜାମ୍ମୁ କାଶ୍ମୀରର ଗୋଟିଏ…

ଅଧିକ ପଢନ୍ତୁ