ବିଜେପିରେ ମିଶିଲେ ପର୍ଶୁରାମ ଧଡ଼ା, ଟିକେଟ ନ ଦେବାରୁ ଛାଡ଼ିଥିଲେ ବିଜେଡି..

ବିଜେଡି ଛାଡିଥିଲେ, ଆଜି ପଦ୍ମ ଧରିଲେ । ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ଆଜି ବିଧିବଦ୍ଧ ଭାବରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପର୍ଶୁରାମ ଧଡ଼ା ।

ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପର୍ଶୁରାମ ଧଡ଼ା। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି। ଓଡ଼ିଶା କାହିଁକି ପଛରେ ରହିବ, ସୋର କାହିଁକି ପଛରେ ରହିବ। କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ପର୍ଶୁରାମ ଧଡ଼ା । ସେହିପରି ଟିକେଟ ପାଇଁ କୌଣସି ଆଶା ଅଛି କି ପ୍ରଶ୍ନରେ ପର୍ଶୁରାମ କହିଛନ୍ତି କି ମୋର କୌଣସି ଆଶା ନାହିଁ, ଦଳ ଯାହା ଦାୟିତ୍ୱ ଦେବ ତୁଲାଇବି।