Akshaya Tritiya 2024: ଅକ୍ଷୟ ତୃତୀୟାର ଶୁଭ ଦିନରେ ଆରମ୍ଭ ହୁଏ ରଥ ନିର୍ମାଣ; ଜାଣନ୍ତୁ କେଉଁ କେଉଁ କାଠ ଲାଗେ..

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ସଧାରଣତଃ କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଚାଷୀ ଏହିଦିନ ଶୁଭ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଆନ୍ତି। ଏହା ସହିତ ଏହାକୁ ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା…

ଅଧିକ ପଢନ୍ତୁ

ଆଜିି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ କରିବେ ଚାଷୀ । ଏଥିପାଇଁ ତତ୍ପର ଚାଷୀକୂଳ ।

ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଓଡ଼ିଆ ପରମ୍ପରା ଅନୁସାରେ ବୈଶାଖ ମାସରେ ଏହି ପୂଜା ପଡ଼ିଥାଏ । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ…

ଅଧିକ ପଢନ୍ତୁ

ଆଜି ଅକ୍ଷୟ ତୃତୀୟା: ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ । ଆଜିଠୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ ।

ପବିତ୍ର ଅକ୍ଷୟ ତୃତୀୟାରେ ଆଜିଠାରୁ ଆରମ୍ଭ ହେବ ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ବଢିଛି । ମଙ୍ଗଳ ଆରତୀ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନବେଢା ଖଇକୋରା ଭୋଗ, ସର୍ବାଙ୍ଗ ବେଶ ସରି…

ଅଧିକ ପଢନ୍ତୁ

ଅକ୍ଷୟ ତୃତୀୟା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର; ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ..

ଆଜି ପବିତ୍ର ଅକ୍ଷୟ ତୃତୀୟା। ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା।ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି। ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ। ଶ୍ରୀମନ୍ଦିରରୁ ବିମାନ ବିଜେ କରିବା ପରେ ରଥଖଳାରେ ବନଯାଗ ବିଧିରେ ପୁଜାର୍ଚ୍ଚନା କରାଯିବ। ତା ପରେ…

ଅଧିକ ପଢନ୍ତୁ

ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ..

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ଅନୁଷ୍ଠିତ ହେବ ପଇତାଲାଗି ନୀତି। ଶ୍ରୀମନ୍ଦିର ନୀତି ଓ ପରମ୍ପରା ମୁତାବକ ଏହି ନୀତି ଅନୁଷ୍ଠିତ ହେବ। ମଧ୍ୟାନ୍ନଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତା। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସଂଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ…

ଅଧିକ ପଢନ୍ତୁ

National Panchayati Raj Day 2024: ଗାଁର ବିକାଶରେ ପଞ୍ଚାୟତିରାଜ ବ୍ୟବସ୍ଥା; ଜାଣନ୍ତୁ କିଏ ଏହାର ଜନକ..

ଆମ ଦେଶରେ, ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ୱ ରହିଛି। କୌଣସି ଦିନ ମହାପୁରୁଷଙ୍କ ଜନ୍ମ ବାର୍ଷିକୀ ପାଳନ ହୁଏ ତ ଆଉ କେଉଁ ଦିନ କୌଣସି ପର୍ବ-ପର୍ବାଣୀ ବା କେଉଁ ଉତ୍ସବକୁ ଖୁବ ଆନନ୍ଦରେ ପାଳନ ହୁଏ। ଏହି ପରିପ୍ରେକ୍ଷୀରେ ୨୪ ଏପ୍ରିଲ୍ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ଦିନ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଏ। ପଞ୍ଚାୟତିରାଜ ବ୍ୟବସ୍ଥା ଦେଶର ସର୍ବ ପୁରାତନ ଶାସକ ସଂଗଠନ ମଧ୍ୟରୁ ଅନ୍ୟତମ। ଏହି ଦିନର ନିଜସ୍ୱ…

ଅଧିକ ପଢନ୍ତୁ

Chaitra Purnima 2024: ଚୈତ୍ର ପୂର୍ଣ୍ଣିମାରେ କୈବର୍ତ୍ତମାନେ କାହିଁକି ଘୋଡାନାଚ କରି ମଉଜ କରନ୍ତି..

ଭାରତୀୟ ପରମ୍ପରାରେ ଚୈତ୍ର ପୂର୍ଣ୍ଣିମା ଦିନକୁ ଅତ୍ୟନ୍ତ ଶୁଭ ଓ ପବିତ୍ର ବୋଲି ବିବେଚନା କରାଯାଏ। ଚୈତ୍ର ପୂର୍ଣ୍ଣିମା ହେଉଛି ହିନ୍ଦୁ ନୂଆ ବର୍ଷର ପ୍ରଥମ ପୂର୍ଣ୍ଣିମା। ଚଳିତ ବର୍ଷ ୨୩ ଏପ୍ରିଲ ମଙ୍ଗଳବାର ଏହି ପୂର୍ଣ୍ଣିମା ପଡୁଛି। ଏହିଦିନ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏହି ଦିନ ସ୍ନାନ ଓ ଦାନର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଅନେକ ବ୍ୟକ୍ତି ଏହି ଦିନ ପ୍ରାତଃ ସକାଳୁ ପବିତ୍ର ନଦୀରେ ବୁଡ ପକାଇ…

ଅଧିକ ପଢନ୍ତୁ

World Earth Day 2024:ନଷ୍ଟ ହୋଇଚାଲିଛି ପୃଥିବୀ ମା’; ରକ୍ଷା କରିବାର ୫ଟି ସରଳ ଉପାୟ..

ଏ ପୃଥିବୀରେ କେବଳ ମଣିଷ ନୁହଁନ୍ତି, ଏହା ସହିତ ଲକ୍ଷ ଲକ୍ଷ ଅନ୍ୟାନ୍ୟ ପ୍ରାଣୀ ମଧ୍ୟ ବାସ କରନ୍ତି। ଏହି ବିଶାଳ ଦୁନିଆରେ, ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପୃଥିବୀରେ ଜୀବନର ପ୍ରମାଣ ମିଳିଛି। ତଥାପି, ମଣିଷର ଲୋଭ ପୃଥିବୀର ପ୍ରାକୃତିକ ସନ୍ତୁଳନକୁ ନଷ୍ଟ କରିଦେଇଛି, ଯେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପମାତ୍ରା ଏବଂ ପ୍ରଦୂଷଣ ଭଳି ସମସ୍ୟା ଆଜିକାଲି ଏକ ଆହ୍ୱାନ ହୋଇଯାଇଛି। ପ୍ରକୃତି ସହିତ ଅତ୍ୟଧିକ ମନମାନୀ ଆଜି ପୃଥିବୀର ପ୍ରାକୃତିକ ସନ୍ତୁଳନକୁ ଖରାପ…

ଅଧିକ ପଢନ୍ତୁ

ପୁରୀରେ ପହଞ୍ଚିଲା ୨୬ ରଥ ଦଉଡ଼ି, ମାସେ ହେଲା ତିଆରି କରୁଥିଲେ ୧୪ କାରିଗର..

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି । ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ଦଉଡ଼ିକୁ । ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ ଦଉଡି ପ୍ରସ୍ତୁତିରେ ଲାଗିଥିଲେ। ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବାବେଳେ ଆଉଟର୍, ଇନର୍, ଜେନେରାଲ୍ ଓ ପୋଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୧୨ଟି ଦଉଡ଼ି ରହିଛି। ରଥଟଣା…

ଅଧିକ ପଢନ୍ତୁ

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର; ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ଗାଁ ଦାଣ୍ଡ..

ଆଜି ପବିତ୍ର ଶ୍ରୀରାମ ନବମୀ । ସବୁଠି ଶୁଭୁଛି ରାମ ନାମ । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଛି ସାରା ରାଜ୍ୟ। । ସଂପୂର୍ଣ୍ଣ ଭକ୍ତିମୟ ପରିବେଶ ସହ ଚଳଚଞ୍ଚଳ ପରିବେଶ।  ସହରଠାରୁ ପୁରପଲ୍ଲୀ ସବୁଆଡେ ଉତ୍ସବମୁଖର ପରିବେଶ । ଭଦ୍ରକର ଐତିହାସିକ ଗାନ୍ଧୀ ପଡିଆରେ ପୂଜା ପାଠ ସହ ଯଜ୍ଞ ଓ ହନୁମାନ ଚାଳିଶା ପାଠ ହେଉଛି। ଆଜି ଅପରାହ୍ନ ୪ଟାରେ ବାହାରିବ ନଗରସଂକୀର୍ତ୍ତନ। ୮୨ଟିରୁ ଅଧିକ ପ୍ରଜ୍ଞାପନ ମେଢ ସାହି ବସ୍ତିରୁ ବାହାରବ।…

ଅଧିକ ପଢନ୍ତୁ