ପ୍ରାର୍ଥୀ ତାଲିକା ବାହାରୁ ବାହାରୁ ବିଜେଡି ଛାଡ଼ିଲେ ଅସନ୍ତୁଷ୍ଟ ନେତା !

ବିଜେଡିର ଟେନସନ ବଢ଼ାଇଛନ୍ତି କି ଅସନ୍ତୁଷ୍ଟ ଆଶାୟୀ ? ଟିକେଟ୍ ଘୋଷଣା ସହ ତାଳ ଦେଇ ବଢ଼ିଚାଲିଛି ଇସ୍ତଫା ପର୍ବ। ଖୁଲ୍ଲମ ଖୁଲ୍ଲା ଅସନ୍ତୋଷ ଜାହିର କରି ବିଜେଡି ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା। ପର୍ଶୁରାମ ଧଡ଼ା ଏବଂ ଦେବେନ୍ଦ୍ର କହଁରଙ୍କ ଇସ୍ତଫା ପରେ ପୁଣି ୨ ଜଣ ନେତା ବିଜେଡିକୁ ବାଏ ବାଏ କରିଛନ୍ତି। ଦୁଇ ଜଣ ହେଉଛନ୍ତି ଭଦ୍ରକ ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ। ପୂର୍ବତନ ମନ୍ତ୍ରୀ…

ଅଧିକ ପଢନ୍ତୁ

ରାଜ୍ୟସଭା ସାଂସଦ ଭାବେ ଦାୟିତ୍ୱ ନେଲେ ଓଡ଼ିଶାର ୩ ସାଂସଦ; ଓଡିଆରେ ନେଲେ ଶପଥ…

ଓଡ଼ିଶାର ତିନି ଜଣ ରାଜ୍ୟସଭା ସାଂସଦ ଆଜି ଶପଥ ନେଇଛନ୍ତି । ବିଜେପିର ଅଶ୍ବିନୀ ବୈଷ୍ଣବ, ଓ ବିଜେଡିର ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଆଜି ରାଜ୍ୟସଭାରେ ବିଧିବଦ୍ଧ ଭାବେ ସଭ୍ୟ ରୂପେ ଶପଥ ନେଇଛନ୍ତି । ରାଜ୍ୟସଭା ଚେୟାରମ୍ୟାନ୍ ତଥା ଉପରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇଛନ୍ତି । ବିଜେପି ସାଂସଦ ଅଶ୍ବିନୀ ବୈଷ୍ଣବ,ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ଓଡ଼ିଆରେ ଶପଥ ଗ୍ରହଣ କରିଥିଲେ । ଚଳିତ ରାଜ୍ୟସଭା ନିର୍ବାଚନ ୨୦୨୪ରେ ଓଡ଼ିଶାରେ ତିନି…

ଅଧିକ ପଢନ୍ତୁ

ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର; ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା..

ନିର୍ବାଚନ ଯେତିକି ଯେତିକି ପାଖଉଛି, ପ୍ରାର୍ଥୀ ଘୋଷଣା ଓ ଟିକେଟ୍ କସରତ୍ ଭିତରେ ସେତିକି ବଢ଼ି ଚାଲିଛି ନେତାଙ୍କ ଦଳ ଡିଆଁ ପର୍ବ। ନିକଟରେ ବିଜେଡି ଓ ବିଜେପିରେ ଦଳଡିଆଁ ଚାଲିଛି। ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ ଅସନ୍ତୁଷ୍ଟ ନେତା ଦଳ ଛାଡୁଛନ୍ତି। ଏହାରି ଭିତରେ ବିଜେପି ଛାଡିଛନ୍ତି ଭୃଗୁ ବକ୍ସିପାତ୍ର। ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭୃଗୁ ବକ୍ସିପାତ୍ର । ରାଜ୍ୟ ସଭାପତିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ବିଜେପିର…

ଅଧିକ ପଢନ୍ତୁ

ସରଗରମ ରାଜ୍ୟ ରାଜନୀତି; ଖୁବଶୀଘ୍ର ଆସିବ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା, ହେବ ଦମଦାର ଫାଇଟ୍..

ନିର୍ବାଚନ ପାଇଁ ଚାଲିଛି କସରତ। ରାଜନୈତିକ ଦଳ ଝାଳବୁହା ପରିଶ୍ରମ କରୁଛନ୍ତି। କିଏ କେଉଁଠୁ ଲଢିବ ତାହା ସ୍ଥିର କରିବା ପରେ ପର୍ଯ୍ୟାୟ କ୍ରମେ ଜାରି ହେଉଛି ପ୍ରାର୍ଥୀ ତାଲିକା। ନିକଟରେ ଓଡ଼ିଶାର ତିନି ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ସବୁ ଆସନରେ ପ୍ରାର୍ଥୀ ଦେଇନଥିଲେ ବି ପର୍ଯ୍ୟାୟ କ୍ରମେ ତାଲିକା ଘୋଷଣା କରାଯାଉଛି। ବିଜେପି ଓ କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସରଗରମ ରାଜନୀତି। ପୂର୍ବରୁ ବିଜେପି…

ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା; ହାତ ଛାଡ଼ିଲେ ଗଣେଶ୍ୱର ବେହେରା..

ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଡିଆଁ ରାଜନୀତି। ନିର୍ବାଚନ ପୂର୍ବରୁ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ନେତା । ଏହାରି ଭିତରେ କଂଗ୍ରେସ୍‌କୁ ଲାଗିଛି ଆଉ ଏକ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା। ଚିରଞ୍ଜୀବ ବିଶ୍ୱାଳଙ୍କ ପରେ ଏବେ ଗଣେଶ୍ୱର ବେହେରା ଦଳ ଛାଡିଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଗଣେଶ୍ୱର । କଂଗ୍ରେସର ଜଣେ ଟାଣୁଆ ନେତା…

ଅଧିକ ପଢନ୍ତୁ

ପ୍ରାର୍ଥୀ ଘୋଷଣାରେ ସବୁଠୁ ପଛରେ କଂଗ୍ରେସ, ଦିଲ୍ଲୀରେ ରାଜ୍ୟ ନେତୃତ୍ୱଙ୍କ ଆଲୋଚନା..

ଓଡ଼ିଶାର ପ୍ରାର୍ଥୀ ତାଲିକା ନେଇ କଂଗ୍ରେସର ମାନସମନ୍ଥନ । ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ପାର୍ଲାମେଣ୍ଟାରି ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ସଂଗଠନ ମହାସଚିବ କେ.ସି. ବେଣୁଗୋପାଳଙ୍କ ସହ ଏହି ବୈଠକରେ ଓଡ଼ିଶାରୁ ମଧ୍ୟ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଉପସ୍ଥିତ ଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ…

ଅଧିକ ପଢନ୍ତୁ

ବିଜେଡିକୁ ଏକାଦିନେ ଅଲ୍‌ବିଦା କଲେ ଦୁଇ ସିନେଷ୍ଟାର, ଆକାଶଙ୍କ ପରେ ଅନୁଭବ..

ପୁଣି ବିଜେଡିକୁ ବଡ଼ ଝଟ୍‌କା । ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଅନୁଭବ ମହାନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ଆଜି ସକାଳୁ ସକାଳୁ ବିଜେଡିକୁ ଲାଗିଛି ୩ ବଡ଼ ଝଟ୍‌କା । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର, ପରେ ଆକାଶଦାଶ ନାୟକ । ଆଉ ଏବେ ଅନୁଭବ ମହାନ୍ତି । ବିଜେଡିକୁ ଏକାଦିନେ ଅଲ୍‌ବିଦା କଲେ ଦୁଇ ସିନେ ଷ୍ଟାର । ଚକଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡ଼ିଲେ…

ଅଧିକ ପଢନ୍ତୁ

ଆକାଶ ଛାଡ଼ିଲେ ବିଜେଡି, କଂଗ୍ରେସ ଛାଡ଼ିଲେ ଚିରଞ୍ଜୀବ..

ସକାଳୁ ସକାଳୁ ବିଜେଡି ଉପରେ ପଡ଼ିଲା ଚଡ଼କ । ଦୁଇ ଜଣ ଟାଣୁଆ ନେତା ଛାଡ଼ିଛନ୍ତି ଦଳ । ପ୍ରିୟଦର୍ଶୀଙ୍କ ପରେ ଦଳ ଛାଡ଼ିଛନ୍ତି କୋରେଇର ପୂର୍ବତନ ବିଧାୟକ ଆକାଶ ଦାଶ ନାୟକ । ଏହା ପୂର୍ବରୁ ସକାଳୁ ଭୁବନେଶ୍ୱରରେ ନିଜର ପତିଆରା ଜାହିର କରି ଆସୁଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବି ଦଳ ଛାଡ଼ିଛନ୍ତି । ପ୍ରଥମେ ପ୍ରିୟଦର୍ଶୀ ମିଶ୍ର ପରେ ଆକାଶ ଦାଶ ନାୟକ ଦଳ ଛାଡ଼ିବା ବିଜେଡିକୁ ଏକ ଝଟ୍‌କା ଦେଇଛି ।…

ଅଧିକ ପଢନ୍ତୁ

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଲଗାତାର ଅବହେଳା ପାଇଁ ଇସ୍ତଫା

ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଇସ୍ତଫା । ବିଜେଡିରୁ ଇସ୍ତଫା ଦେଲେ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ଅବହେଳା କରାଯାଉଥିବା କଥା ଇସ୍ତଫାରେ ଲେଖିଲେ । ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ବିଧାୟକ ଥିଲେ । ତେବେ ଗତ ଥର ପ୍ରିୟଦର୍ଶୀଙ୍କ ଟିକେଟ୍ କଟିଥିଲା । ପ୍ରିୟଦର୍ଶୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ଦଳ ପାଇଁ ବହୁତ୍ କିଛି କରିଛି । ଦଳ ବହୁ ଥର ମୋତେ ଅବହେଳା କରିଛି…

ଅଧିକ ପଢନ୍ତୁ

ଖୁବଶୀଘ୍ର ଆସିବ ବଳକା ବିଜେପି ପ୍ରାର୍ଥୀଙ୍କ ନାଁ ! ଦିଲ୍ଲୀରୁ ଫେରିବା ପରେ କହିଲେ ମନମୋହନ

ଖୁବଶୀଘ୍ର ଆସିପାରେ ଓଡ଼ିଶାରୁ ବାକି ଥିବା ବିଜେପିର ୩ ଲୋକସଭା ସହ ବିଧାନସଭା ପ୍ରାର୍ଥୀ ତାଲିକା । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀରେ ବସିଥିଲା କୋର୍ କମିଟି ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୫ ଘଣ୍ଟା ଧରି ଗୁରୁବାର ଆଲୋଚନା ହୋଇଥିଲା । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ । ବୈଠକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର…

ଅଧିକ ପଢନ୍ତୁ