ଜୟପୁର ନିର୍ବାଚନମଣ୍ଡଳୀ ବୋରିଗୁମ୍ମା ମଣ୍ଡଳ ହର୍ଦଳୀ ଶକ୍ତିକେନ୍ଦ୍ର  ଠାରେ ଭାରତୀୟ ଜନତା ପାର୍ଟିର  ଏକ ମହା ମିଶ୍ରଣ ପର୍ବ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ, ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ, ବିକଶିତ ଭାରତ ସଂକଳ୍ପ, ମୋଦି ଗ୍ୟାରେଣ୍ଟି ଏବଂ ଜୟପୁର ର ବିଜେପି ନେତା ଶ୍ରୀଯୁକ୍ତ ଗୌତମ ସାମନ୍ତରାୟ  ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ,ଜୟପୁର ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ମଣ୍ଡଳର ହର୍ଦଳୀ ଶକ୍ତି କେନ୍ଦ୍ରର ଟାଣୁଆ ବିଜେଡି, କଂଗ୍ରେସ କର୍ମୀ ଓ ସଙ୍ଗଠକ ମାନେ ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ, ଏହି ମିଶ୍ରଣ ପର୍ବରେ ଗୌତମ ସାମନ୍ତରାୟ ଭାରତୀୟ ଜନତା ପାର୍ଟିର ଦଳୀୟ ଉତ୍ତରୀୟ ପିନ୍ଧାଇ ସମସ୍ତ ସଂଗଠକ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବ ଭାରତୀୟ ଜନତା ପାର୍ଟିକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ସହ ଆଗକୁ ବଢିବାକୁ ଶକ୍ତି ଦେବ ।