ଶିମିଳିପାଳ ଅଭୟାରଣ୍ୟରେ ଲିଭୁନି ବନାଗ୍ନି, ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ମାଡ଼ି ଚାଲିଛି ନିଆଁ..

ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଫଳରେ ୨୭ ଶହ ୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ। ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡକୁ ନିଆଁ ମାଡ଼ି ଚାଲିଛି । ଆଜି ପୁଣି ଶିମିଳିପାଳର ୩୫ଟି ପଏଣ୍ଟରେ ଲାଗିଛି ନିଆଁ। ଏଥିରେ ଦକ୍ଷିଣ ଶିମିଳିପାଳର ୨୨ଟି ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଉତ୍ତର ଶିମିଳିପାଳରେ ୧୩ଟି ପଏଣ୍ଟରେ ଲାଗିଛି ନିଆଁ । ଦିନ ବେଳେ ନିଆଁ ଲାଗିବା ପଏଣ୍ଟ ଅଧିକ ହେଉଥିବା ସୂଚନା ମିଳିଛି ।…

ଅଧିକ ପଢନ୍ତୁ

ବାକି ଆସନରେ କେବେ ଘୋଷଣା ହେବ ତିନି ଦଳର ପ୍ରାର୍ଥୀ ?

ରାଜ୍ୟରେ ଆସନ୍ତା ମେ ୧୩ରେ ପଡ଼ିବ ପ୍ରଥମ ପର୍ଯ୍ୟାୟ ଭୋଟ । ତେବେ ଏଯାଏଁ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା ସରିନି । ଶାସକ-ବିରୋଧୀ ପରସ୍ପରକୁ ଛଚାଛକି ଭିତରେ ଆସନ ଘୋଷଣା ବିଳମ୍ବିତ ହେଉଥିବା ଥିବା ଚର୍ଚ୍ଚା ହେଉଛି । ବିଜେଡି ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ବିଜେପି ୧୫ ବିଧାନସଭା ଆସନ ଓ କଂଗ୍ରେସ ୯ ବିଧାନସଭା ଓ ୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।…

ଅଧିକ ପଢନ୍ତୁ

ଓଡ଼ିଶା ଆସିବେ ଜେ.ପି ନଡ୍ଡା; ବ୍ରହ୍ମପୁରରେ ସାଧାରଣ ସଭାକୁ କରିବେ ସମ୍ବୋଧିତ..

ବିଜେପି ଫୋକସରେ ଓଡ଼ିଶା। ୨୦୨୪ ନିର୍ବାଚନରେ ଅଧିକ ଲୋକସଭା ସିଟ୍ ଜିତିବା ସହ ରାଜ୍ୟରେ ନିଜ ସରକାର ଗଠନ ମିଶନରେ ରହିଛି ପଦ୍ମଦଳ। ଖାସ୍ ସେଥିପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ଜେ.ପି ନଡ୍ଡା। ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁରରୁ କାର୍ଯ୍ୟକ୍ରମ ସରିବା ପରେ ନବରଙ୍ଗପୁର ଯାଇ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ଏନେଇ ସୂଚନା ଦେଇଛନ୍ତି ବିଜେପି ନେତା ସମୀର ମହାନ୍ତି।…

ଅଧିକ ପଢନ୍ତୁ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ଘରୁ ବାହାରିବା ମୁସ୍କିଲ..

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏବେ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ରାତି ନପାହୁଣୁ ଆରମ୍ଭ ହୋଇଗଲାଣି ଗୁଳୁଗୁଳି। ସକାଳ ୭ଟା ବେଳକୁ ଦିନ ୧୧ଟା ପରି ଗରମ ଅନୁଭୂତ ହେଉଛି।ସକାଳ ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା ରେକର୍ଡ ହୋଇଛି । ଭବାନୀପାଟଣାରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦୁଝରରେ ୩୫.୬ ଡିଗ୍ରୀ, ତାଳଚେର, ବାରିପଦା ଓ ଅନୁଗୁଳରେ ୩୫…

ଅଧିକ ପଢନ୍ତୁ

ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି..

ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ବିତୀୟ ପର୍ଯ୍ୟାୟ ଭୋଟ । ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ସଂସଦୀୟ ଆସନ ଓ ଏହି ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ବରଗଡ଼ର ପଦ୍ମପୁରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେହିପରି ବରଗଡ଼ ଲୋକସଭା ଅନ୍ତର୍ଗତ ଅନ୍ୟ ୬…

ଅଧିକ ପଢନ୍ତୁ

ବିଜେପିରେ ମିଶିଲେ ପର୍ଶୁରାମ ଧଡ଼ା, ଟିକେଟ ନ ଦେବାରୁ ଛାଡ଼ିଥିଲେ ବିଜେଡି..

ବିଜେଡି ଛାଡିଥିଲେ, ଆଜି ପଦ୍ମ ଧରିଲେ । ବିଜେପିରେ ମିଶିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା । ଆଜି ବିଧିବଦ୍ଧ ଭାବରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସହ ପ୍ରଭାରୀ ଲତା ଉସେଣ୍ଡି ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପର୍ଶୁରାମ ଧଡ଼ା । ବିଜେପିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ପର୍ଶୁରାମ ଧଡ଼ା। ସେ…

ଅଧିକ ପଢନ୍ତୁ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ନାମାଙ୍କନ ।

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ । ଶେଷ ଖବର ସୁଦ୍ଧା ୪ଟି ଲୋକସଭା ଆସନ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ଲୋକସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ, ନବରଙ୍ଗପୁର ପାଇଁ ୪ ଜଣ, ବ୍ରହ୍ମପୁର ପାଇଁ ୪ ଜଣ ଓ କୋରାପୁଟ ପାଇଁ ୭ ଜଣ ସାଂସଦ ପ୍ରାର୍ଥୀ ନାମାଙ୍କନ ଭରିଥିବା ସୂଚନା ମିଳିଛି । ଆଜି ନାମାଙ୍କନ ଦାଖଲର ଶେଷ…

ଅଧିକ ପଢନ୍ତୁ

ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ ।

ପ୍ରକାଶ ପାଇଲା ଜେଇଇ ମେନ୍ ପେପର-୧ ପରୀକ୍ଷା ଫଳ । ଜାନୁଆରୀ ଓ ଏପ୍ରିଲରେ ଅନୁଷ୍ଠିତ ଦୁଇ ପର୍ଯ୍ୟାୟ ପରୀକ୍ଷାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୫୬ ଜଣ ଟପ୍ପର ତାଲିକାରେ ସ୍ଥାନ ପାଇଛନ୍ତି । ୫୬ ଜଣ ପରୀକ୍ଷାର୍ଥୀ ଏନଟିଏର ଶହେ ପ୍ରତିଶତ ସ୍କୋର ହାସଲ କରିଛନ୍ତି । ଏହି ତାଲିକାରେ ଓଡ଼ିଶାର ଜଣେ ବି ଛାତ୍ର ଛାତ୍ରୀ ନାହାନ୍ତି । ହେଲେ ଅନ୍ୱେଶ ଶୁଭମ ପ୍ରଧାନ ଜେଇଇ ମେନ୍ ଓଡ଼ିଶା ଟପ୍ପର ହୋଇଛନ୍ତି ।…

ଅଧିକ ପଢନ୍ତୁ

ସକାଳ ସାଢେ ୮ଟାରୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା ।

ସକାଳ ସାଢେ ୮ଟାରୁ ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା । ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି ସେତିକି ନୁହେଁ, ବାଲେଶ୍ୱର ସହିତ ଅନୁଗୁଳରେ ମଧ୍ୟ ସକାଳୁ ତାତି ବଢିଛି । ଅନୁଗୁଳରେ ବି ତାପମାତ୍ରା ୩୬ ଡିଗ୍ରୀ ରହିଛି । ମିଳିଥିବା ସୂଚନା ମୁତାବକ, ତାଳଚେରର ତାପମାତ୍ରା ୩୫.୨ ଡିଗ୍ରୀ, ବାରିପଦା ୩୫ ଡିଗ୍ରୀ, ଭବାନୀପାଟଣା ୩୫ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ…

ଅଧିକ ପଢନ୍ତୁ

ସଫଳ ହେଲା ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ୪୫ ଦିନ ପରେ ବି ସୁସ୍ଥ ଅଛନ୍ତି ରୋଗୀ..

ଓଡ଼ିଶାରେ ପ୍ରଥମ ଥର ପାଇଁ ହେଲା ବିରଳ ହାପଲୋ-ଆଇଡେଣ୍ଟିକାଲ୍ ବୋନ୍ ମ୍ୟାରୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ। ଜଣେ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଅଧା ମେଳ ଖାଉଥିବା ଅସ୍ଥିମଜ୍ଜା ଷ୍ଟେମସେଲକୁ ଆଣି ରୋଗୀଙ୍କ ଶରୀରରେ ପ୍ରତିରୋପଣ କରିବାକୁ ହାପଲୋ- ଆଇଡେଣ୍ଟିକାଲ୍ ବା ହାପଲୋ ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ । ଏଭଳି ବିରଳ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ପ୍ରାଥମିକ ଭାବେ ହୋଇଛି ଭୁବନେଶ୍ୱରର ସମ୍ ହସ୍ପିଟାଲରେ। ଦୀର୍ଘଦିନ ଧରି ବ୍ଲଡ୍ କ୍ୟାନସରରେ ପୀଡ଼ିତ ଥିବା ଜଣେ ୫୧ ବର୍ଷୀୟା ମହିଳାଙ୍କ ଠାରେ ତାଙ୍କର…

ଅଧିକ ପଢନ୍ତୁ