ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ..

ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ । ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କମଳା ଦାସ । ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିଲା। ଯେଉଁଥିପାଇଁ ସେ ଦୀର୍ଘଦିନ ହେବ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ କଟକର ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ…

ଅଧିକ ପଢନ୍ତୁ

ଆଜିଠୁ ଫେରିବ ପ୍ରଚଣ୍ଡ ତାତି, ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଦିନ ତାପମାତ୍ରା..

ହଟିବ କୋହଲା ପାଗ, ଫେରିବ ପ୍ରଚଣ୍ଡ ତାତି । ଆଗାମୀ ୪ ଦିନ ଯାଏଁ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କିଛିଦିନ ହେଲା କାଳବୈଶାଖୀ ପ୍ରଭାବରେ ୧୦ ଜିଲ୍ଲାରେ ନିଆଁ ବର୍ଷାରୁ ଆଶ୍ୱସ୍ତି ମିଳିଥିଲା । ଅନେକ ସ୍ଥାନରେ ତଳକୁ ଖସିଆସିଥିଲା ପାରଦ । ଫଳରେ ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଆଜିଠାରୁ ପାରଦ ବଢ଼ିବା ସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବ…

ଅଧିକ ପଢନ୍ତୁ

ଆଜି ସରିବ ଚନ୍ଦନେଶ୍ୱରଙ୍କ ଚଡକ ମେଳା; ପାଟ ପର୍ବ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼..

ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ଚଡକ ମେଳାରେ ଆଜି ଶେଷ ଅର୍ଘ୍ୟ ପ୍ରଦାନ କରାଯିବ । ଏଥିସହ ଶେଷ ହେବ ବାବା ଚନ୍ଦନେଶ୍ବରଙ୍କ ପ୍ରସିଦ୍ଧ ଚଡକ ମେଳା। ଆଜି ଅନୁଷ୍ଠିତ ହେବ ବାବା ଚନ୍ଦନେଶ୍ବରଙ୍କ ପ୍ରସିଦ୍ଧ ପାଟ ପର୍ବ। ପଇତାଧାରୀ ଦୂର ଦୂରାନ୍ତରୁ ଆସି ବାବାଙ୍କ ପୀଠରେ ଭିଡ଼ ଜମାଇଛନ୍ତି। ଗତକାଲି ଅନୁଷ୍ଠିତ ହୋଇଥିଲା ନୀଳପର୍ବ । ମନ୍ଦିର ବେଢା ଭିତରେ ଥିବା ନୀଳ ପୋଖରୀରେ ଅନୁଷ୍ଠିତ ହୋଇଥିଲା ଏହି ପର୍ବ। ନୀଳ ପୋଖରୀରେ…

ଅଧିକ ପଢନ୍ତୁ

ସଶକ୍ତ ହେଉଛି ବିଜେପି, ଶଙ୍ଖ ଛାଡ଼ି ପଦ୍ମ ଧରିଲେ କୈଳାଶ କୁଲେସିକା..

ବିଜେଡି ଛାଡ଼ିଲେ, ପଦ୍ମ ଶିବିରରେ ସାମିଲ ହେଲେ କୈଳାଶ ଚନ୍ଦ୍ର କୁଲେସିକା । ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ରାଜ୍ୟ ବିଜେପି ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ କୈଳାସ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଜେଡିରେ…

ଅଧିକ ପଢନ୍ତୁ

ଆଜି ସନ୍ଧ୍ୟା ସୁଦ୍ଧା ବିଜେପି ତାଲିକା ! ୨୦ ଆସନରେ ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ..

ଆଜି ସନ୍ଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା । ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ତା ସହ ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର । ସେ ଆଜି ରାଉରକେଲା ଗସ୍ତରେ ଆସିଛନ୍ତି । ଦିନ ସାରା ଆଜି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ…

ଅଧିକ ପଢନ୍ତୁ

ପଦ୍ମକେଶରପୁରରେ ଫୁଟିଲା ବୋମା; ସୁଧ ଟଙ୍କା ପାଇଁ ଶ୍ୱଶୁର-ବୋହୂଙ୍କୁ ଆକ୍ରମଣ…

କିଛି ଦିନର ବିରତି ପରେ ପୁଣି ଅଶାନ୍ତ ହେଲା ଭୁବନେଶ୍ବର ପଟିଆ ଅଞ୍ଚଳର ପଦ୍ମକେଶରପୁର। ବୋମା ଓ ପଥର ମାଡରେ ଗୋଟିଏ ପରିବାରର ଦୁଇଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଶ୍ୱଶୁର ବୋହୂ ବୋଲି ଜଣାପଡିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ତେବେ ସୁଧ କାରବାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ସୁଧ ଟଙ୍କା ନେଇ ଉଭୟଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ଓ…

ଅଧିକ ପଢନ୍ତୁ

Eid UL Fitr 2024: ଇଦ୍‌ରେ ମୁସଲମାନ ଭାଇମାନେ କାହିଁକି କରନ୍ତି ଚନ୍ଦ୍ର ଦର୍ଶନ…

ଇଦ୍-ଉଲ୍‌-ଫିତର ପର୍ବ, ଯାହା ମିଠା ଇଦ୍ ଏବଂ ଇଦ-ଅଲ୍‌-ଫିତର ନାମରେ ମଧ୍ୟ ଜଣାଶୁଣା, ଇସ୍‌ଲାମ୍‌ର ପବିତ୍ର ଉପବାସର ରମଜାନ ମାସର ସମାପ୍ତିର ପ୍ରତୀକ। ‘ଚାନ୍ଦ୍‌ ରାତ୍‌’ ବୋଲି ଏକ ଶବ୍ଦ ଯାହାକୁ ଦକ୍ଷିଣ ଏସୀୟ ସଂସ୍କୃତିରେ ବିଶେଷ ଭାବରେ ଭାରତ, ପାକିସ୍ଥାନ ଏବଂ ବାଂଲାଦେଶରେ ଇଦ୍-ଉଲ୍‌-ଫିତରର ପୂର୍ବ ସନ୍ଧ୍ୟାକୁ ସୂଚାଇବା ପାଇଁ ବ୍ୟବହୃତ ହୋଇଥାଏ। ଏହି ଶବ୍ଦ ଉର୍ଦ୍ଦୁରୁ ଉତ୍ପନ୍ନ ହୋଇଛି, ଯେଉଁଠାରେ “ଚାନ୍ଦ୍‌” ଅର୍ଥ ଚନ୍ଦ୍ର ଏବଂ “ରାତ୍‌” ର ଅର୍ଥ ହେଉଛି ରାତି, ତେଣୁ…

ଅଧିକ ପଢନ୍ତୁ

ଆନନ୍ଦ ଉତ୍ସାହର ସହ ପାଳିତ ହେଉଛି ଇଦ୍, ମସଜିଦ୍‌ରେ ଚାଲିଛି ସମୂହ ନମାଜ ପାଠ..

ଆନନ୍ଦ ଉତ୍ସାହର ସହ ଆଜି ପାଳିତ ହେବ ଇଦ୍ । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟି ଆଜି ଇଦ୍ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା । ଇଦ୍‌କୁ ନେଇ ଭାଇଚାରର ସହର କଟକରେ ଇସଲାମ ଧର୍ମାବଲମ୍ବିଙ୍କ ଭିତରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନମସଜିଦରେ ସମୂହ ନମାଜ ପାଠ ପଢିବା ପାଇଁ ପ୍ରସ୍ତୁତି କରାଯାଇଛି । ନିଷ୍ଠାର ସହ ପୁରା ମାସ ପବିତ୍ର ରୋଜା ବା ଉପବାସ ପାଳିଥିଲେ ଇସଲାମ…

ଅଧିକ ପଢନ୍ତୁ

ଛଦ୍ମବେଶୀ ଚୋର… ମୁଣ୍ଡରେ ନଥିଲା ଚୁଟି, ୱିଗ୍‌ ଲଗାଇ କରୁଥିଲା ଚୋରି..

ଚୋର ଚୋରି କରିବା ପାଇଁ ଅନେକ ନୂଆ ତରିକା ଖୋଜି ବାହାର କରୁଛନ୍ତି। କେତେବେଳେ ପୋଲିସକୁ ଚକମା ଦେବା ପାଇଁ ପ୍ରମାଣ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ସିସିଟିଭି ଅଛି ଜାଣି ସେହି ହିସାବରେ ପ୍ଲାନ ପ୍ରସ୍ତୁତ କରୁଛନ୍ତି। ତେବେ ମହାରାଷ୍ଟ୍ରର ଥାନେ ପୋଲିସ ଜଣେ ଚାଲାକ୍ ଚୋରକୁ ଗିରଫ କରିଛି। ଯିଏ ମୁଣ୍ଡରେ ନକଲି ଚୁଟି ଲଗାଇ ଚୋରି କରିବା ପରେ ବାହାରେ ଖୁଲମଖୁଲା ବୁଲୁଥିଲା। ନକଲି ଚୁଟି ବା ୱିଗ୍ କାରଣରୁ ପୋଲିସ…

ଅଧିକ ପଢନ୍ତୁ

ଚନ୍ଦନେଶ୍ୱରଙ୍କ ଚଡ଼କ ମେଳା; ନୀଳପର୍ବ ପାଳନ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ବାଲେଶ୍ୱରର ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଜମୁଛି ପ୍ରସିଦ୍ଧ ଚଡ଼କ ମେଳା। ଆଜି ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ନୀଳପର୍ବ ପାଳନ କରାଯିବ। ନୀଳପର୍ବରେ ଉପବିତ ଅର୍ଘ୍ୟ ପାଣି ପାଇବା ପରେ ଉପବାସ ଭାଙ୍ଗିବେ ଶ୍ରଦ୍ଧାଳୁ।୧୩ ଦିନ ଧରି ବ୍ରତ ଧାରଣ କରିବା ପରେ ମନସ୍କାମନା ପୂରଣ ହୋଇଥିବା ନେଇ କିମ୍ବଦନ୍ତୀ ରହିଛି। ପୀଠରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୀଳପର୍ବ ନାମକରଣ ସମ୍ପର୍କରେ ଦୁଇ ଭିନ୍ନ…

ଅଧିକ ପଢନ୍ତୁ