ମିଥ୍ୟା ଭିଡିଓ ଦେଖାଇ ଭ୍ରମିତ କରିବା ଅଭିଯୋଗରେ ପ୍ରଦୀପ ମାଝୀ ଓ ଭିକେ ପାଣ୍ଡିଆନଙ୍କୁ ଗିରଫ କରାଯାଉ: ସମୀର ମହାନ୍ତି*

ଭୁବନେଶ୍ୱର, ତା.୩୦/୦୪:  ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ପୁଞ୍ଜୀପତି ମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା ଯାହାକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇଥିଲା ଓ ବିଜେଡି ସରକାର ପଛକୁ ଘୂଚିଂଥିଲା । ଏବେ ପୁଣି ନିର୍ବାଚନ ସମୟରେ ବିଜେଡି ସରଳ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ଚାହୁଁଛି । ବିଜୁ ଜନତା ଦଳର ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ନକଲି ଭିଡିଓ…

ଅଧିକ ପଢନ୍ତୁ

ଜାରି ରହିବ ମୁଣ୍ଡଫଟା ଖରାର ରାଜୁତି, ହେ ପ୍ରଭୁ! ରକ୍ଷା କର…

ଭୀଷଣ ହେଉଛି ଗ୍ରୀଷ୍ମକୋପ । ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍ ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ସେ ସବୁ ହେଲା, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଏବଂ ଅନୁଗୁଳ ଭଳି ୧୧ ଜିଲ୍ଲା । ସେହିଭଳି ହିଟ୍ ୱେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭…

ଅଧିକ ପଢନ୍ତୁ

ଖରାରେ ଅସ୍ତବ୍ୟସ୍ତ ପଶୁପକ୍ଷୀ, ସମ୍ବଲପୁର ଚିଡିଆଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା..

ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ତାତି । ଅସହ୍ୟ ଗରମ ଓ ଗୁଳୁଗୁଳିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଏଭଳି ସ୍ଥିତିରେ ପଶୁପକ୍ଷୀଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି ହେଲେ ସମ୍ବଲପୁର ଚିଡିଆଖାନାରେ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖରାରୁ ରକ୍ଷା ପାଇବା ପାଇଁ ସ୍ୱତନ୍ତ୍ର ସେଡ୍ ସାଙ୍ଗକୁ, ପଶୁପକ୍ଷୀଙ୍କ ଉପରେ ନିୟମିତ ପାଣି ଛିଞ୍ଚନ କରାଯାଉଛି । ପଶୁପକ୍ଷୀ ହେଲେ ବି ଏମାନଙ୍କ ଜୀବନ ଅଛି । କହି ନପାରିଲେ ବି…

ଅଧିକ ପଢନ୍ତୁ

ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ଦୁଇ ଅସନ୍ତୁଷ୍ଟ ନେତା..

ବିଜେଡିକୁ ଡବଲ୍ ଝଟ୍‌କା । ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଆଜି ଗୋଟିଏ ଦିନରେ ଦଳ ଛାଡ଼ିଛନ୍ତି ଦୁଇ ନେତା। ଜଣେ ବିଧାୟକ ଓ ଅନ୍ୟ ଜଣେ ପୂର୍ବତନ ବିଧାୟକ। ଆନନ୍ଦପୁରର ବିଧାୟକ ଭାଗିରଥୀ ସେଠୀ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋଙ୍କୁ ଦେଇଥିବା ଇସ୍ତଫାପତ୍ରରେ ଭାଗରଥୀ ଇସ୍ତଫାର କାରଣ ଦର୍ଶାଇ ନାହାନ୍ତି। ତେବେ ଆନନ୍ଦପୁରରେ ଦଳ ଏଥର ଅଭିମନ୍ୟୁ ସେଠୀକୁ ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ ଭାଗିରଥୀ। ଏହା…

ଅଧିକ ପଢନ୍ତୁ

ପାଣ୍ତିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ପ୍ରଦୀପ, କହିଲେ…

ମୁଖ୍ୟମନ୍ତ୍ରୀ ଓ ଭିକେ ପାଣ୍ଡିଆନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ବ୍ରହ୍ମପୁରରୁ ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି, ତାଙ୍କ ବିରୋଧରେ ଆରୋପ ଆସିଛି ତାହେଲେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ଗଲା କୁଆଡ଼େ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଗତକାଲି ଚିକିଟିରେ ପ୍ରଚାର ବେଳେ ପ୍ରଦୀପଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲେ ପାଣ୍ଡିଆନ୍ । ସେପଟେ ପ୍ରଦୀପ ଲଗାଇଥିବା ଅଭିଯୋଗ ନେଇ ପାଣ୍ଡିଆନ୍ କିମ୍ବା…

ଅଧିକ ପଢନ୍ତୁ

ବିଶ୍ୱର ସବୁଠୁ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩..

ଭୀଷଣ ହେଉଛି ଗ୍ରୀଷ୍ମକୋପ। ଆକାଶରୁ ହେଉଛି ଅଗ୍ନିବର୍ଷା । ଆସନ୍ତାକାଲି ଯାଏଁ ସିଭିୟର ହିଟ୍‌ୱେଭ୍ ପାଇଁ ରାଜ୍ୟ କିଛି ସ୍ଥାନରେ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ସେହିଭଳି ହିଟ୍ ୱେଭ୍ ନେଇ ୮ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏପଟେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଏପ୍ରିଲ୍ ତାତି । ଗତକାଲି ୧୫ ସହରର ତାପମାତ୍ରା…

ଅଧିକ ପଢନ୍ତୁ

ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ମଧ୍ୟାହ୍ନ ଧୂପ ପରେ ରାତିରେ ହେବ ନୀତି..

ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ…

ଅଧିକ ପଢନ୍ତୁ

‘ଏଥର ଅନ୍ଧାରି ବିଜେ ୬୦୦ରୁ ୧୦୦୦ ଟଙ୍କା ହେବା ଅନୁମାନ’: ଅପରାଜିତା ଷଡ଼ଙ୍ଗୀ..

ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଲ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନା ନନେଇ ସାନବାବୁ କହି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି ଅପରାଜିତା । ଜଣେ ସାନବାବୁ ବଡ଼ବାବୁଙ୍କୁ ଶାସନରୁ ଦୂରେଇ ଦେଇଛନ୍ତି ବୋଲି କହିଛନ୍ତି । ସାନବାବୁଙ୍କ ଅନୁମତି ବିନା ବଡ଼ବାବୁଙ୍କ ଦର୍ଶନ କେହି ପାଉନାହାନ୍ତି । ବଡ଼ବାବୁଙ୍କ ଦର୍ଶନ ପାଉନଥିବାରୁ ବିଜେଡି ନେତା ଦଳ ଛାଡୁଥିବା ସେ କହିଛନ୍ତି…

ଅଧିକ ପଢନ୍ତୁ

ମେ’ ୬ରେ ଓଡ଼ିଶା ଆସିବେ ମୋଦି, ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ଜନସଭା..

ଆସନ୍ତା ମେ’ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୬ ତାରିଖ ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସେହିପରି ବ୍ରହ୍ମପୁରରେ ଜନସଭାରେ ସମ୍ବୋଧିତ କରିବା ପରେ ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଜନସଭା କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର। ଏହା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା…

ଅଧିକ ପଢନ୍ତୁ

‘ମୋତେ କ୍ଷମା କରିଦେବ ବାପା, ମୁଁ ତୁମ ସ୍ୱପ୍ନ ପୂରା କରିପାରିଲିନି; ମୁଁ ପାରୁନି’..

କୋଟାରେ ପୁଣି ଆଉ ଏକ ଛାତ୍ରଙ୍କ ଆତ୍ମହତ୍ୟା । ପରୀକ୍ଷାରେ ବିଫଳତା ପରେ ଝୁଲି ପଡ଼ିଲେ ଛାତ୍ରଜଣକ । ମେଡିକାଲ ପାଇଁ ଆୟୋଜିତ NEET ପ୍ରବେଶିକା ପରୀକ୍ଷା ପାଇଁ ସେ ପ୍ରସ୍ତୁତି କରୁଥିଲେ । ତେବେ ପରୀକ୍ଷାରେ ଭଲ ନକରିବାର ଆଶଙ୍କାରେ ନିଜ ତୃତୀୟ ପ୍ରୟାସ ପୂର୍ବରୁ ନିଜ ଜୀବନକୁ ସାରି ଦେବା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ମୃତ ଛାତ୍ର ଜଣକ ହେଲେ ଭାରତ କୁମାର । ତୃତୀୟ ପ୍ରୟାସ ଦେବା ପୂର୍ବରୁ ୨୦…

ଅଧିକ ପଢନ୍ତୁ