ବ୍ରହ୍ମପୁର ମେଡିକାଲରୁ ଶବ ଆଣିବା ପାଇଁ ଅର୍ଥ ଅଭାବରୁ,ଶବ ବନ୍ଧା ପଡିଲା ଶବ ଗୃହରେ :

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କସନ୍ଦୀ ଗ୍ରାମପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଆପାନା ଖରାଙ୍କ ପୁଅ ରମେଶ ଖରା ଆଜି ବ୍ରହ୍ମପୁର ମେଡ଼ିକାଲ କଲେଜରେ ଦେହାନ୍ତ ହୋଇଯାଇଥିଲା l ଗତ ବୁଧବାର ଦିନରୁ ସେ ମେଡିକାଲ୍ କଲେଜରେ ଚିକିତ୍ସିତ ହେଉଥିଲେ l ଆଜି ବ୍ରହ୍ମପୁର ମେଡ଼ିକାଲ କଲେଜରେ ପୁଅର ଦେହାନ୍ତ ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଅର୍ଥ ଅଭାବରୁ ଆଣିପାରି ନଥିଲେ ଅସହାୟ ହୋଇଯାଇଥିଲେ ବାପା ଆପାନା ନନ୍ଦପୁର ସ୍ଥାନୀୟ ନେତୃତ୍ବ ଙ୍କୁ ଯୋଗାଯୋଗ କରିଥିଲେ l ପୁଣି ସେମାନେ ସ୍ଥାନୀୟ ବିଧାୟକ ପଟ୍ଟାଙ୍ଗି ପିତମ୍ ପାଢ଼ୀ ଙ୍କୁ ଜଣେଇବା ପରେ ସେ ସାଥୀ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ ପଣ୍ଡାଙ୍କୁ ଜଣାଇବାରୁ ସମ୍ପୂର୍ଣ୍ଣ ସହାୟତାରେ ସହଯୋଗ କରିଥିଲେ ଆଜି ରାତି ରେ ଶବ ବାହାର କରି ଗାଡ଼ି ରେ ମୃତକ ଙ୍କ ଗ୍ରାମ ବାଗରାଗୁଡା଼ ଆସିବା ବ୍ୟବସ୍ଥା ହୋଇଛି l ରମେଶ ଖରା ଙ୍କ ଶବ ଆସିବା ବ୍ୟବସ୍ଥା କରିଥିବାରୁ ନନ୍ଦପୁର ବ୍ଲକ ବିଜେଡ଼ି ଓ ଆପାନା ଖରା ଙ୍କ ଦୁଃଖ ସମ୍ପନ୍ନ ପରିବାର ତରଫରୁ ମାନ୍ୟବର ବିଧାୟକ ବ୍ରହ୍ମପୁର ବିକ୍ରମ ପଣ୍ଡାଙ୍କୁ ଓ ବିଧାୟକ ପଟ୍ଟାଙ୍ଗି ପିତମ ପାଢ଼ୀ ମହୋଦୟଙ୍କୁ ହାର୍ଦିକ ଧନ୍ୟବାଦ ଜଣାଇଛନ୍ତି, ମୀନ ହେନ୍ତାଳଙ୍କ ରିପୋର୍ଟ.