ଫାଇନାଲ୍ ଫୁଟବଲ ମ୍ୟାଚରେ ବିଜୟ ହାସଲ କଲେ ହୋଞ୍ଜରାଗୁଡା  ଫୁଟବଲ ଟିମ୍ :-

କୋରାପୁଟ ଜିଲ୍ଲା,ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପାକୁଝୋଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁଙ୍ଗୁରି ଗ୍ରାମର ପଡ଼ିଆ ଠାରେ ୬୦ଟି ଫୁଟବଲ ଟିମଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା।ଫାଇନାଲ ମ୍ୟାଚ୍ ରେ ହଞ୍ଜରାଗୁଡା ଦଳ ମଧ୍ୟରେ ସଂଘର୍ଷ ହୋଇଥିଲା। ଶେଷରେ ପରାଜିତ ହେଲେ ଲୁଙ୍ଗିରୀ ଜେଏସେଏସେ ଏମ୍ବୀଏଫେସି ଫୁଟ ବଲ କ୍ଲବ୍ ଦଳ , ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ସ୍କୋର୍ ୦/୦ଥିଲା। ପେନାଲ୍ଟି ଶୁଟ୍ଟ ଆଉଟ୍ ରେ ଉଭୟ ଦଳର ଖେଳାଳି ସଂସ୍ତୁଷ୍ଟ ହେବାକୁ ପଡ଼ିଥିଲା। ଉକ୍ତ ଫାଇନାଲ ମ୍ୟାଚ୍ ରେ ବିଜୟ ହାସଲ କରିଥିବା ହୋଞ୍ଜରାଗୁଡା ଟିମଙ୍କୁ ୨୦ହୋଜାର ଟଙ୍କା ଓ କପ୍ ପରାଜିତ ଲୁଙ୍ଗିରୀ ଟିମଙ୍କୁ ୧୫ହୋଜାର ଟଙ୍କା ଓ କପ୍ ଦେଇଥିବା ସୂଚନା ଏଥିରେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ମୂଖ୍ୟ ଅଥିତି ରୂପେ ପାକୁଝୋଲା ଗ୍ରାମ ପଞ୍ଚୟତର ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଲକ୍ଷ୍ମଣ କିର୍ଷାନି, ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ସୁନାମ ପାତ୍ର,ଜେଏସେଏସେ କମିଟି ର ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଖରା,ଏମ୍ବିଏଫେସି କମିଟି ର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ନାୟକ, ଶ୍ରୀଯୁକ୍ତ ରଥ ଦୁରିଆ, ଶ୍ରୀଯୁକ୍ତ ପତି ସୁଙ୍ଗାଡ଼ି, ପର୍ଶୁ ଦାମୀ, ଡମ୍ବୁରୁ ଧର ଭୋଇ, ଦଙ୍ଗୁରୁ ସୁଙ୍ଗାଡି ଏମିତି ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି। ଉକ୍ତ ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିଲେ।ଆୟୋଜକ କମିଟିର ସଭାପତି ଶ୍ରୀଯୁକ୍ତ ରାନୁ ଖରା,ସମ୍ପାଦକ ଶ୍ରୀଯୁକ୍ତ ଜଗା ଖରା, ଜଗଦୀଶ ଦୂରିଆ, ବୁଡୁ କୁନ୍ଦୁରିଆ, ଉର୍ଦ୍ଧବ୍ ଧାଡ଼ି, ଅଜୟ କୁନ୍ଦୁରିଆ ସହ ଉକ୍ତ କମିଟିର ସଦସ୍ୟ ମାନେ ଅତି ସୁନ୍ଦର ଭାବରେ ଖେଳ ଆୟୋଜନ କରିଥିଲେ।କୋରାପୁଟରୁ ମୀନ ହେନ୍ତାଳଙ୍କ ରିପୋର୍ଟ.