,,ଗୁରୁ ଦିବସ ପାଳନ ଅବସରରେ ଗୁରୁଙ୍କ ପ୍ରେରଣା ସୁନ୍ଦର ଭବିଷ୍ୟତର ରାସ୍ତା :-

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ମୂଷାଟିକିରି ଅଧିନସ୍ଥ ବ୍ରାଇଟ୍ ଫ୍ୟୁଚର ଏକାଡେମୀ ପରିସରରେ ପୁରାତନ ଛାତ୍ର ସଂସଦ ତରଫରୁ ପୂଜ୍ୟ ଗୁରୁ ବ୍ରାଇଟ୍ ଫ୍ୟୁଚର ଏକାଡେମୀର ଅଧ୍ୟକ୍ଷ ବାଇଧର ଜେନାଙ୍କୁ ପବିତ୍ର ଗୁରୁଦିବସ ଅବସରରେ ପାରମ୍ପରିକ ରୀତିରେ ଗୁରୁପୂଜନ ସହ ମାନପତ୍ର, ଉପଢୌକନ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଅଛି। ଏହି ଅବସରରେ ଛାତ୍ର ସଂସଦ ଅଭ୍ୟର୍ଥନା କମିଟିର ସଭାପତି ପଣ୍ତିତ ଭୂପେଶ୍ କୁମାର ସେନାପତିଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପୁରାତନ ଛାତ୍ର ସମ୍ପାଦକ କବି ହିମାଂଶୁ ଭୂଷଣ ଜେନା ମାନପତ୍ର ପାଠ କରିଥିଲେ। ପୁରାତନ ଛାତ୍ର ବିରୂପା ମହାବିଦ୍ୟାଳୟ, ଇନ୍ଦୁପୁରର ପଦାର୍ଥ ବିଜ୍ଞାନର ମୁଖ୍ୟ ଡ. ଅଟଳ ବିହାରୀ ପଣ୍ଡା , ସୁଧୀର କୁମାର ସେନାପତି, ଲୋକନାଥ ସେନାପତି, ତପସ୍ଵିନୀ ଶାନ୍ତି, ସବିତା ପଣ୍ଡା ,ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମେତ ପଚାଶରୁ ଅଧିକ ଛାତ୍ରଛାତ୍ରୀ ଉପାସ୍ଥିତ ରହି ଗୁରୁଙ୍କ ଆଶୀର୍ବାଦ କାମନା କରିଥିଲେ। ଆଦର୍ଶ ନାଗରିକ ହୋଇ ଦେଶସେବାରେ ନିଜକୁ ସମର୍ପିତ କରିବାକୁ ଛାତ୍ରଛାତ୍ରମାନଙ୍କୁ ଗୁରୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ କୁନି କୁନି ପିଲାମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାସ ଥାଉକି ଶିକ୍ଷାବିତ୍ ବାଇଧର ଜେନା କଲ୍ପନା ଦେବୀ ବିଦ୍ୟାନିକେତନ, ଗଜେନ୍ଦ୍ରପୁରରୁ ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ ପରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ବ୍ରାଇଟ୍ ଫ୍ୟୁଚର ଏକାଡେମୀ ନାମରେ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରି ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ସ୍ପେଶାଲ ରିପୋର୍ଟର ସୁରେନ୍ଦ୍ର ସାମଲଙ୍କ ରିପୋର୍ଟ,