ବ୍ରଜଘାତରେ ଜଣେ ମୃତ୍ୟୁ :

31-7, ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ଥ ପଂଚାୟତ ର ପଦନପୁର ଗ୍ରାମ ରେ ବଜ୍ରାଘାତ ଘଟି ଜଣେ ମୃତ. ମୃତକ ଙ୍କ ନାମ କୁଳମଣି ଦାସ (କୁଲୁ ). ବୟସ ୪୪.ଶବ ବ୍ୟବଛେଦ ପାଇଁ ଶହେ ଆଠ ଆମ୍ବୁଲାନ୍ସ ଦ୍ୱାରା ଉପଖଣ୍ଡ ଚିକିତ୍ସାଳୟ ରେ କରାଯାଇଛି ଭର୍ତ୍ତି. ଯୁବକ ବଜ୍ରାଘାତ ରେ ହୋଇଥିବା ଅକାଳ ବିୟୋଗ କୁ ନେଇ ସ୍ଥାନୀୟ ଅଂଚଳ ରେ ଖେଳି ଯାଇଛି ଶୋକଛାୟା.ସୂଚନା ଥାଉକି ବିଲରେ କାମ କରୁଥିବା ସମୟ ରେ ଅଚାନକ ବଜ୍ରାଘାତ ର ସମ୍ମୁଖୀନ ହୋଇ ଯାଇଛି ତାଙ୍କର ଜୀବନ ବୋଲି ପରିବାର ପକ୍ଷରୁ ମିଳିଛି ସୂଚନା.କ୍ଷତିପୂରଣ ପାଇଁ କରାଯାଇଛି ପରିବାର ପକ୍ଷରୁ ଦାବି ସେପଟେ ଖବର ପାଇଁ ବାଙ୍କୀ ମେଡିକାଲ ରେ ପହଂଚି ଛନ୍ତି ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ. ପରିବାରଙ୍କୁ ସାନ୍ତନା ଦେବା ସହିତ କିଭଳି ମୃତକ ଙ୍କ ପରିବାର କୁ ସରକାରୀ ଅନୁଦାନ ଯଥାଶୀଘ୍ର ମିଳିପାରିବ ସେ ନେଇ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି