ଏକ ଅଜଣା ଜନ୍ତୁର ଆକ୍ରମଣରେ ୮ ରୁ ଉର୍ଦ୍ଧ ମେଣ୍ଢା ମୃତ୍ୟୁ .୧୯ ଟି ମେଣ୍ଢା ଗୁରୁତର ଆହତ. :

31/7– (ବାଙ୍କୀ )ବିଳମ୍ବିତ ରାତି ରେ କେଉଁ ଏକ ଅଜଣା ଜନ୍ତୁ ର ଆକ୍ରମଣ ରେ ଏବେ କଟକ ଜିଲ୍ଲାର ବାଙ୍କୀ ସୁବର୍ଣ୍ଣପୁର ଗାଁ ର ମେଣ୍ଢା ପାଳକ ମେଘନାଥ ବେହେରାଙ୍କର ୮ ଟି ରୁ ଉର୍ଦ୍ଧ ମେଣ୍ଢା ମୃତ୍ୟୁ ବରଣ କରି ସାରିଥିବା ବେଳେ ଏବେବି ୧୯ ଟି ମେଣ୍ଢା କରୁଛନ୍ତି ଜୀବନ ମରଣ ସହିତ ସଂଘର୍ଷ . ସେପଟେ ଉଚ୍ଚ ଚିକିତ୍ସା ପାଇଁ ପହଁଚିଛନ୍ତି ପଶୁ ବିଶେଷଜ୍ଞ. ଅନ୍ୟପଟେ କିଭଳି ଆଉ କେଉଁ ପରିସ୍ଥିତି ରେ ଏହି ମେଣ୍ଢା ଗୁଡିକର ମୃତୁବରଣ କରିଛନ୍ତି ଏହାର ଛାନଭିନ ଆରମ୍ଭ କରିଛି ଆଠଗଡ ବନବିଭାଗ. ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କଲେ ଆଠଗଡ ରେଞ୍ଜର ରବୀନ୍ଦ୍ର କୁମାର ନାୟକ.ଋଣ କରି ମେଣ୍ଢା ପାଳନ କରୁଥିଲେ ମେଘନାଥ ଙ୍କ ପରିବାର ଆଉ ଗୁହାଳେ ପଶି ମେଣ୍ଢା ଗୁଡିକୁ ମାରିଲା କେଉଁ ଅଜଣା ଜନ୍ତୁ କିଭଳି ଶୁଝିବେ ଋଣ ଚିନ୍ତାରେ ମେଣ୍ଢା ପାଳକଙ୍କ ପରିବାର.ଏଭଳି ଭାବରେ ମେଣ୍ଢା ମୃତ୍ୟୁ ପାଇଁ ପୂରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି, କେଉଁଭଳି ଭାବରେ ମେଣ୍ଢା ମାନଙ୍କ ମୃତ୍ୟୁ ହୋଇଛି ସନ୍ଧେହ ରେ ଅଛନ୍ତି, ପରିବାର ର ସମସ୍ତ ସଦସ୍ୟ ଭୟରେ ଅଛନ୍ତି, ଗ୍ରାମବାସୀ ମାନେ ମଧ୍ୟ ଭୟରେ ଅଛନ୍ତି, କେଉଁ ଜନ୍ତୁ ଏଭଳି ଆକ୍ରମଣ କରି ମେଣ୍ଢା ଗୁଡିକୁ ମରିଛି, ପ୍ରକୁତ ରହସ୍ୟ ନ ଜାଣିଲା ପଯ୍ୟନ୍ତ ସମସ୍ତେ ସନ୍ଧେହ ଘେରରେ ଅଛନ୍ତି