-ବିଭିନ୍ନ ସଂଘଠନ ପକ୍ଷରୁ ୨୫ତାରିଖରୁ ପିପିଏଲ୍ କାରଖାନାର ଫାଟକ ସମ୍ମୁଖରେ ଧାରଣା।

ପିପିଏଲ୍ ରେ ଜିପିସମ ପରିବହନ ରେ ଚଞ୍ଚଳତା ଓ ମନମାନି ବିରୋଧରେ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫେୟାର କମିଟି, ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆସୋସିଏସନ ଏବଂ ପିପିଏଲ ଫସଫୋ ଜିପସମ ଡିଲର୍ସ ମିଳିତ ଭାବେ ୨୫  ତାରିଖରେ ପିପିଏଲ ଫାଟକ ସାମ୍ନାରେ ଧାରଣା ଦେବାକୁ ନିଷ୍କତି ନେଇଛନ୍ତି । ପିପିଏଲ୍ କାରଖାନା ରୁ ସାର ଉପ୍ତାଦନରୁ ବାହାରୁଥ‌ିବା ବର୍ଜ୍ୟ ବସ୍ତୁ ଜିପିସମ ଗୁଣ୍ଡ ସ୍ଥାନୀୟ ଅଞ୍ଚଳରେ ପରିବେଶ ପାଇଁ ବିପଦ ସୃଷ୍ଟି କରୁଥିବା ବେଳେ ଏହାକୁ ରୋକିବା ପାଇଁ ପିପିଏଲ କର୍ତ୍ତୃପକ୍ଷ ଏହି ଜିପିସମ କୁ ସ୍ଥାନାନ୍ତର କରି ହଟାଇବାକୁ ଯୋଜନା କରିଥିଲେ । ୨00୪  ମସିହାରୁ ପିପିଏଲ ବିଭିନ୍ନ ଡିଲର ଙ୍କୁ ନିଯୁକ୍ତି କରି ଜିପିସମ ବାହାରକୁ ପଠାଇବାର ବ୍ୟବସ୍ଥା କଲେ | ୨00୪ ରୁ ବାର୍ଷିକ ଦେଢ଼ ଲକ୍ଷ ଟନ ଜିପସମ ଯାଉଥିବା ବେଳେ ଏହା ବୃଦ୍ଧି ପାଇ ୨0୨୨ ସୁଦ୍ଧା ବାର୍ଷିକ ୧0 ଲକ୍ଷ ୫0 ହଜାର ଟନ ଜିପସମ ପିପିଏଲ ବାହାରକୁ ପଠାଇ ଥିଲା । ସେଥ‌ିପାଇଁ ପିପିଏଲ ୧୩ ଜଣ ଡିଲରଙ୍କୁ ପର୍ଯ୍ୟାୟ କ୍ରମେ ନିୟୋଜିତ କରିଥିଲା ଯାହାଫଳରେ ଅଧିକ ବର୍ଜ୍ୟ ଜିପସମ ଖାଲି ହେବା ସମ୍ଭବ ହୋଇପାରିଥିଲା । ଏଣୁ ଡିଲର ମାନେ ପିପିଏଲ ନିକଟରେ ଜଣିକିଆ ୧0 ଲକ୍ଷ ଟଙ୍କା ଲେଖାଏଁ ସିକୁରିଟି ଡିପୋଜିଟ କରିଥିଲେ ।
ଏଥି ସହିତ ଡିଲର ମାନେ କୋଟି କୋଟି ଟଙ୍କା ବିନିଯୋଗ କରିଥିଲେ । କିନ୍ତୁ ଗତ ମାର୍ଚ୍ଚ ମାସରେ ୧୩ ଜଣ ଡିଲରଙ୍କୁ ପିପିଏଲ କର୍ତ୍ତୃପକ୍ଷ ବାହାର କରିଦେଇ କେବଳ ଜଣେ କୋଷ୍ଟାଲ କନଷ୍ଟ୍ରକସନ କୁ ସୁପର ଡିଲର ଭାବେ ନିଯୁକ୍ତି ଦେଇଛି l ୧୩ ଜଣଙ୍କୁ ଜିପିସମ ଟନ ପିଛା ୩୨0 ଟଙ୍କାରେ ପିପିଏଲ ଦେଉଥିବା ବେଳେ ଉକ୍ତ ସୁପର ଡିଲର କୁ ୨୪୫ ଟଙ୍କାରେ ବିକ୍ରିକରୁଥିଲେ l ପିପିଏଲ କର୍ତ୍ତୃପକ୍ଷ ଚଞ୍ଚକତା କରି ଜଣକୁ ସୁପର ଡିଲର ଭାବେ ନିଯୁକ୍ତି ଦେଇ ୨୪୫ ଟଙ୍କାରେ ନେଇ ୫୫0 ଟଙ୍କାରେ ବିକିବାରୁ ମାସକୁ ୨୫ ହଜାର ଟନ ବି ସମ୍ପୂର୍ଣ ହୋଇପାରୁନାହିଁ । ଯାହା ଫଳରେ ପିପିଏଲ ରାଜସ୍ଵ ହରେଇବା ସହିତ ଜିପିସମ ସ୍ଥାନାନ୍ତରିତରେ ଶିଥିଳତା ଦେଖାଯିବା ସହ ଜିପସମ୍ ପାହାଡ଼ ଭଳି ଜମା ହେବାରେ ଲାଗିଛି ଯାହାକି ପରିବେଶ ପ୍ରଦୂଷଣ ସୃଷ୍ଟି ହେବ । କୋଷ୍ଟାଲ କନଷ୍ଟ୍ରକ୍ସନ କୁ ପିପିଏଲ କର୍ତ୍ତୃପକ୍ଷ ଅନୁକମ୍ପା ଦେଖାଇବା ଯୋଗୁଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଏହି ତିନୋଟି ସଂଘଠନ । ସେଥପାଇଁ ସମସ୍ତ ସଂଗଠନ ମିଳିତ ଭାବେ ଆସନ୍ତା ୨୫ ରେ ପିପିଏଲ ର ମନମାନି ଓ ଅନ୍ୟାୟ ବିରୋଧରେ କମ୍ପାନୀର ମୁଖ୍ୟ ଫାଟକ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ବସିବେ ବୋଲି ଚେତାବନୀ ଦେଇଛନ୍ତି ।