ଏକମ୍ବା ଓ ବଡ଼ ଜୀଉନା  ପଞ୍ଚାୟତ ଅଫିସ  ସମ୍ମୁଖରେ ବିକ୍ଷୋଭ :-

ଆଜି 08 -09-2023 ରେ ଭାରତୀୟ ଜନତା ପାର୍ଟି ଜୟପୁର ବ୍ଲକ ଅନ୍ତର୍ଗତ ବଡ଼ ଜୀଉନା ଓ ଏକମ୍ବା ପଂଚାୟତ ରେ ଧାରଣା ଦେଇଥିଲା ,ବିଭିନ୍ନ ସମସ୍ୟା ଯେମିତିକି ପାଣି ପାଇଁ ନଳକୁଅ ନାହିଁ , ପ୍ରଧାନମନ୍ତ୍ରୀ ଆବାସ ରେ ତୁଷ୍ଟି କରଣ ଚାଲିଛି ବହୁ ଯୋଗ୍ୟ ହିତାଧିକାରୀ ଆବାସ ଗୃହ ପାଇବାରୁ ବଞ୍ଚିତ ହେଇଛନ୍ତି , ଜାଣିଶୁଣି ଗରିବ ଲୋକ ଙ୍କ ନିବେଦନ କୁ କର୍ଣ୍ଣପାତ କରୁନାହାନ୍ତି , ଏକମ୍ବା ପଞ୍ଚାୟତ ର ଗାଗନାପୁର , ଡୁମରାଗୁଡା ,ରାଜୀବ କଲୋନୀ , ଇନ୍ଦିରା କଲୋନୀ , ନନ୍ଦଗୁଡା , ପେପରମିଲ ଛକ , ନୂଆଗୁଡା , ବାଙ୍କବିଜା ଗାଁ ରେ ଉତ୍କଟ ସମସ୍ୟା, ଏକମ୍ବା ପଂଚାୟତ ର ବିଭିନ୍ନ ଗାଁ କୁ ରାସ୍ତା ନାହିଁ, ଲୋକଙ୍କୁ ଭତ୍ତା ମିଳୁନି , ଅଙ୍ଗନ ବାଡ଼ି କେନ୍ଦ୍ର ଠିକ ରେ ଚାଲୁନି ବୋଲି ସାଧାରଣ ଲୋକେ ଅଭିଯୋଗ କରିଥିଲେ , ବଡ଼ ଜୀଉନା ର କଲୋନୀ ଗୁଡା , ଗୁଂଜି ଗୁଡା , ତେଲେଙ୍ଗାଗୁଡା ,ସଲପା ଆଦି ରେ ପାଣି ସମସ୍ୟା ଉତ୍କଟ , ଜୀଉନା ରେ
ଭତ୍ତା ପ୍ରଦାନ ରେ ହେର୍ ଫେର , ଭିନ୍ନକ୍ଷମ ଲୋକଙ୍କ ସମସ୍ୟା ର ସମାଧାନ ହେଉନି ,ଦୁର୍ନୀତି ର ଗନ୍ତାଘର ସାଜିଛି ଏକମ୍ବା ଓ ବଡ଼ ଜୀଉନା ପଂଚାୟତ ପଞ୍ଚାୟତ । ପ୍ରତ୍ୟେକ ପଞ୍ଚାୟତ ରେ ପ୍ରାୟ 2 ଘଂଟା ର ଏହି ଧାରଣା ର ଏକମ୍ବା ପଞ୍ଚାୟତ ର ନେତୃତ୍ଵ ନେଇଥିଲେ ଫାଂପୁଣି ମଣ୍ଡଳ ସଭାପତି ଶ୍ରୀ ଦୀନବନ୍ଧୁ ପ୍ରଧାନ , ଶ୍ରୀ ଜଗୁ ବେନିଆ , ଅମୂଲ୍ୟ ମହାନ୍ତି , ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ , ଦୈତାରି ପରଜା , ସେହିଭଳି ବଡ଼ ଜୀଉନା ପଞ୍ଚାୟତ ରେ ଯୁବନେତା ସୁଦର ବାରିକ ,ସନ୍ତୋଷ କୁମାର ସିଂ , ଶ୍ରୀ ଶିବ ମାଝୀ ,ଚନ୍ଦ୍ର ଶେଖର ଗୌଡ଼, ବାବୁଲା ସମରଥ , ଜୟପୁର ନଗର ମଣ୍ଡଳ ସଭାପତି ଶ୍ରୀ ରାଧେଶ୍ୟାମ ପରିଡ଼ା । ଗରିବ ଲୋକ ପ୍ରତି ହେଉଥିବା ଅବହେଳା ପାଇଁ ବ୍ଲକ ପ୍ରଶାସନ କୁ ଚରମ ବାଣୀ ଶୁଣେଇବା ସହ ଆଗାମୀ ଦିନ ରେ ଆନ୍ଦୋଳନ କୁ ଭାରତୀୟ ଜନତା ପାର୍ଟି ତୀବ୍ରତର କରିବ ବୋଲି ଆହ୍ୱାନ କରାଗଲା ।