କୂଅ ମଧ୍ୟକୁ ଖସି ପଡିଲା ଜଙ୍ଗଲୀ ବାରାହା. ୩ ଘଣ୍ଟା ର ରେସ୍କୁ. କୂଅ ମଧ୍ୟରୁ ସୁରକ୍ଷିତ ଉଦ୍ଧାର ହେଲା ଜଙ୍ଗଲୀ ବାରାହା :-
.

ବାଙ୍କୀ .ଗତକାଲି ବିଳମ୍ଭିତ ରାତିରେ ବାଙ୍କୀ ଥାନା ଅନ୍ତର୍ଗତ ଏନଏସି ୧୩ ୱାର୍ଡ ରଣପୁର ଗ୍ରାମ ସ୍କୁଲ ନିକଟରେ ରହିଥିବା ଏକ ଘରୋଇ କୂଅ ମଧ୍ୟକୁ ଖସି ପଡିଥିବା ଜଙ୍ଗଲୀ ବାରାହା. ପ୍ରାୟ ୩ ଘଣ୍ଟା ରେସ୍କୁ କରି ବାରାହା କୁ ସୁରକ୍ଷିତ ଉଦ୍ଧାର କଲା ଦମକଳ ବାହିନୀ ଓ ଶିଶୁଅ ବନବିଭାଗ.ପରେ ଏହି ଜଙ୍ଗଲୀ ବାରାହା କୁ ନିକଟ ମହାପର୍ବତ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ଛାଡି ଦିଆଯାଇଛି . ଏଭଳି ଟାଉନ ପରିସରରେ ମଧ୍ୟ ରେ ରହିଥିବା ଏହି ରଣପୁର ଗ୍ରାମ କୁ ଜଙ୍ଗଲୀ ବାରାହା ଆସିବା ନୂଆ ଘଟଣା. ଯାହାକୁ ନେଉ ଏବେ ଭୟଭୀତ ସ୍ଥାନୀୟ ୱାର୍ଡ ବାସିନ୍ଦା.ତୁରନ୍ତ ଜନ ବସତି ମୁହାଁ ଜଙ୍ଗଲୀ ବାରାହା ଗତିବିଧି ଉପରେ ନଜର ରଖିବା ସହିତ ସ୍ଥାନୀୟ ଲୋକ ମାନଙ୍କ ସୁରକ୍ଷା କୁ ନେଇ ବନବିଭାଗ ପକ୍ଷରୁ କଡା ପେଟ୍ରୋଲିଙ୍ଗ କରାଯିବା ପାଇଁ ସାଧାରଣ ରେ ଦାବି ଜୋର ଧରିଲା.