ସଦର ପ୍ରେସ କ୍ଲବ ପକ୍ଷରୁ ଡେଙ୍ଗୁ ସଚେତନତା ଶିବିର ଅନୁଷ୍ଠିତ।

କଟକ ସଦର ଥାନା ଅନ୍ତର୍ଗତ ସଇନ୍ଦା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସଦର ପ୍ରେସ କ୍ଲବ ପକ୍ଷରୁ ଡେଙ୍ଗୁ ସଚେତନତା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଦର ପ୍ରେସ କ୍ଲବ ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ଵ ରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସ୍ମିତା ରାଣୀ ସାହୁ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟର ପରିଚାଳନା କମିଟିର ଉପସଭାପତି ପ୍ରଦୀପ ସାହୁ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷୟିତ୍ରୀ ଅମୃତା ଜେଠୀ,ଏଏନଏମ ବାସନ୍ତୀ ପ୍ରଧାନ,ପ୍ରେସ କ୍ଲବର ସମ୍ପାଦକ କାନନ ବିହାରୀ ନାୟକ,ଉପସଭାପତି କୃଷ୍ନ ଚନ୍ଦ୍ର ପାଣିଗ୍ରାହୀ, କାର୍ଯ୍ୟକରୀ ସଭାପତି ଅମିତ୍ କୁମାର ପରିଜା ପ୍ରମୂଖ ଯୋଗଦେଇ ଛାତ୍ରୀ ଛାତ୍ର ମାନଙ୍କୁ ସଚେତନତା କରିଥିଲେ। କାର୍ଯ୍ୟକ୍ରମକୁ ପ୍ରେସ କ୍ଲବ ର ଯୁଗ୍ମ ସମ୍ପାଦକ ସତ୍ୟ ରଞ୍ଜନ ଦାସ ମହାପାତ୍ର।,ସାମ୍ବାଦିକ ଉମାକାନ୍ତ ଜେନା,ବିଭୂତି ଭୂଷଣ ତରାଇ,ଆଦିତ୍ୟ ଛୋଟରାୟ.,. ପ୍ରତାପ ଚନ୍ଦ୍ର ସେନାପତି,, ଟୁନା ଜେନା ପ୍ରମୂଖ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।