ବାବା ଭୈରବାନନ୍ଦ ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ :-

ଆଜି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ଥିବା ବାବା ଭୈରବାନନ୍ଦ ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟାପକ ବିଣା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତି ରଂଜନ ଘଡାଇ,ସମ୍ମାନିତ ଅତିଥି ଭାବରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ,ମୂଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ବୈଞାନିକ ଅଶୋକ କୁମାର ଦାସ ଯୋଗ ଦେଇଥିଲେ।ଅନ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ କଲେଜ ଅଧକ୍ଷ ମନୋଜ କୁମାର ଦାସ,ଆଇନଜିବି ଦେବରାଜ ବେହେରା,ଅଧ୍ୟାପକ ଶଲିଳ ରାଜ ନନ୍ଦନ ମାହାନ୍ତି ,ବିଜୟ କେତନ ସାମଲ ଓ ବହୁ ଶିକ୍ଷାବିତ ମାନ୍ୟ ଗଣ୍ୟ ବ୍ୟକ୍ତି।ଏହି କଲେଜ ୧୯୭୬ ମସିହାରେ ବ୍ରହ୍ମଚାରି ବାବା ଭୈରବାନନ୍ଦ ପ୍ରତିଷ୍ଠା କରିଥିଲେ।