ଛତ୍ରପତି ସେନା ଭଦ୍ରକ ପରିବାର ରକ୍ତ ଦାନ ଶିବିର  :-

ଛତ୍ରପତି ସେନା ଭଦ୍ରକ ପରିବାର ତରଫରୁ ଆଜି ଆୟୋଜିତ ହୋଇଥିବା ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଉଦ୍ଘାଟନ କରିବା ସହ ସମ୍ମାନୀୟ ଅମିୟ କୁମାର ରାଉତ,ଶ୍ୟାମ ସୁନ୍ଦର ଗୁପ୍ତା, ରଜତ କୁମାର ନାୟକ ଓ ସମାଜ ସେବୀ ଗଗନ ବିହାରୀ ରାହୁଳ ତଥା ସଙ୍ଗଠନ ର ସଭାପତି ରୋହିତାସ ରମନ ରାହୁଳ ଓ ଉପସଭାପତି ମହେଶ୍ୱର ନାୟକ ଏବଂ ସମ୍ପାଦକ ଦିଗବିଜୟ ପ୍ରଧାନ ଏବଂ ସଙ୍ଗଠନ ର ସଦସ୍ୟ ବୃନ୍ଦ ଉପସ୍ଥାପିତ ଥିଲେ। ଆଜିର ଏହି ଚରମ୍ପା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିର କାର୍ଯକ୍ରମ ରେ ସମସ୍ତ ରକ୍ତ ଦାତା ମାନଙ୍କ ପାଇଁ ଅପେଲ,ସାଲେପୁର ମିଠା,ଅମୂଲ କୁଲ ଏବଂ ପାଣି ବୋଟଲ୍ ର ବ୍ୟବସ୍ଥା ରହିଥିଲା ।ଛାତ୍ରଛାତ୍ରୀ ସମେତ ଅନେକ ଯୁବକ ଉତ୍ସାହ ସହ ରକ୍ତ ଦାନ କରିଥିଲେ।ଏଥି ମଧ୍ୟରୁ ଆଜି ୭୫ ୟୁନିଟ୍ ସଂଗ୍ରହ କଲା ଛତ୍ରପତି ସେନା ଭଦ୍ରକ ପରିବାର।।