ପ୍ରଶାସନର ବନ୍ୟା ମୁକାବିଲା ନେଇ କୌଣସି ପ୍ରକାରର ପୂର୍ବ ପ୍ରସ୍ତୁତି ନଥିଲା,ଏହା ରାଜ୍ୟ ସରକାରଙ୍କ ବିଫଳତା,-ମନମୋହନ ସାମଲ

ଭଦ୍ରକ,ତା.୦୮/୦୮: ବର୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ସରକାର ବନ୍ୟା ପ୍ରପିଡୀତଙ୍କ ପାଖରେ ପହଂଚି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବନ୍ୟା ଜଳ ନିଷ୍କାଷନ ପାଇଁ ପ୍ରଶାସନର କୈାଣସି ବ୍ୟବସ୍ଥା ନାହିଁ । ବର୍ତମାନ ଜିଲ୍ଲାର ହଜାର ହଜାର ହେକ୍ଟର ଫସଲ ସଂପୂର୍ଣ୍ଣ ନଷ୍ଟ ହୋଯାଇଛି । ଜଳବନ୍ଦୀରେ ବହୁ ବହୁ ଲୋକ ଫସି ରହିଥିବାବେଳେ ପ୍ରଚୁର ପରିମାଣରେ ଚାଷ ଓ ପଶୁ ସଂପଦ ନଷ୍ଟ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବନ୍ୟାଂଚଳ ବୁଲି ସାରିବା ପରେ କହିଛନ୍ତି ।
ତିହିଡି ବ୍ଲକର ବାରସର ପଂଚାୟତର ବଙ୍ଗାଳୀଦପା, ତାଳଦପା, ନୁଅବନ୍ଧ ଓ ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର, କୁଆଁର ଚତା, ହଂସପାଟ ଗାଁ ଏବଂ ଘଟପୁର ପଂଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟାସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ।
ବନ୍ୟା ଘେରରେ ଥିବା ଜଳବନ୍ଦୀଙ୍କୁ ତୁରନ୍ତ ରିଲିଫ୍ ଯୋଗାଇ ଦିଆଯିବାର ନିୟମ ଥିବା ସତ୍ୱେ ବର୍ତମାନ ସୁଦ୍ଧା ପ୍ରଶାସନ କିମ୍ବା ସରକାର ବନ୍ୟା ପ୍ରପିଡୀତଙ୍କ ପାଖରେ ରିଲିଫ୍ ପହଁଚାଇନାହାଁନ୍ତି । ସମୁଦ୍ରକୁ ଶଙ୍ଖେ ଭଳି କାଁ ଭାଁ ରିଲିଫ୍ ଲୋକଙ୍କୁ ମିଳିଛି । ଲୋକଙ୍କ ପାଖରେ ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ମହଜୁଦ୍ ନାହିଁ । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ଏବଂ ଗୃହପାଳିତ ପଶୁମାନଙ୍କ ପାଖରେ ଗୋ-ଖାଦ୍ୟ ପହଂଚି ନାହିଁ । ବନ୍ୟା ପାଣି କାରଣରୁ ବହୁ ଘର ଦ୍ୱାର ଭାଙ୍ଗିଛି । ବନ୍ୟାଜଳ ନିଷ୍କାସନ ତୁରନ୍ତ ନହେଲେ ହଇଜା ବା ଅନ୍ୟାନ୍ୟ ରୋଗରେ ଲୋକେ ପୀଡିତ ହେବେ । ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଥିବା ସତ୍ୱେ ବନ୍ୟା ପ୍ରପୀଡିତଙ୍କୁ ରିଲିଫ ଯୋଗାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।

ବନ୍ୟାଜଳ କାରଣରୁ ନଷ୍ଟ ହୋଇଯାଇଥିବା ଫସଲ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୁରଣ ଦିଆଯିବା ସହିତ ନୂତନ ଫସଲ ପାଇଁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଇ ଦିଅନ୍ତୁ୍‌ୁ ରାଜ୍ୟ ସରକାର ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ,