ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମୋ ମାଟି, ମୋ ଦେଶ, କାଯ୍ୟକ୍ରମ

ଆଜି ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର ବଳରାମ ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର ର ଏନ ଏସ ଏସ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବିଶ୍ୱ ମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ l ଆଜି ପ୍ରଥମେ କଲେଜ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା l ଏହାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ କଲେଜର ଏନ ଏସ ଏସ ପ୍ରୋଗ୍ରାମ ଅଧିକାରୀ ଡକ୍ଟର ନିରଞ୍ଜନ ପାତ୍ର ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ କୁମାର ମିଶ୍ର, ବିଜୟ ରାଉତ, ତୁଷାରକାନ୍ତି, ଭାରତ ଭୂଷଣ ସାହୁ, ଚକ୍ରଧର ନାୟକ,ଭୋଳାନାଥ ନାୟକ,ଅଧ୍ୟାପିକା କବିତା ସାହୁ,ସୁନିତା ସ୍ୱାଇଁ,ଡକ୍ଟର ଚନ୍ଦ୍ରକଳା ନାୟକ, ଡକ୍ଟର ସୁମିତ୍ରା ନନ୍ଦ, ସରୋଜିନୀ ସ୍ୱାଇଁ, ମୋନାଲିସା ମହାନ୍ତି, ସିପ୍ରା ସ୍ନିଗ୍ଧା ନାୟକ, ଖେଳ ଶିକ୍ଷକ ସର୍ବେଶ୍ୱର ନାଥ ଓ ଶତାଧିକ ସ୍ବେଛାସେବୀ ଯୋଗଦାନ କରି ସଭା କୁ ସଫଳ କରିଥିଲେ l ସର୍ବ ଶେଷରେ ଅଧ୍ୟାପିକା କବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ,