ଅଗ୍ନି ବିପନ୍ନ ପରିବାର ଙ୍କୁ ସହାୟତାର ହାତ ବଦଇଲେ ଛତିଆ ସମାଜ ସେବୀ ସଙ୍ଗଠନ।

ବଡ଼ଚଣା,୮।୮,(ନି; ପ୍ର) ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆଁ ଗ୍ରାମପଞ୍ଚାୟତ ଅଧୀନ ଗଣ୍ଡୁରୀ ସିଂ ଗ୍ରାମର ର ରଞ୍ଜନ ସୋରେନ ଓ କୁନା ସୋରେନ ଙ୍କ ଦୁଇ ବଖରା ଚାଳ ଘର ଜଳି ପୋଡି ପାଉଁଶ ହୋଇ ଯାଇଥିଲେ। କୌଣସି କାରଣରୁ ହଠାତ୍ ବିଳମ୍ବିତ ରାତ୍ରୀ ରେ ନିଆଁ ଲାଗିଯାଇ ଥିଲା, ନିଆଁ ର ପ୍ରକୋପ ଏତେ ପ୍ରକାର ଥିଲା ଯେ କିଛି କ୍ଷଣକ ମଧ୍ୟରେ ଦୁଇଟି ପରିବାର ର ଉପାର୍ଜିତ ସର୍ବସ୍ବ ପୋଡ଼ି ପାୟୁଂଶ ହୋଇ ଯାଇ ଥିଲା ।
ଏହି ଖବର ପାଇ ଛତିଆ ସମାଜ ସେବୀ ସଙ୍ଗଠନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାର ନିକଟରେ ପହଞ୍ଚି ବାସହରା ଦୁଇ ପରିବାର କୁ ଜରୀ ପାଲ, ବସ୍ତ୍ର, ଶୁଖିଲା ଖାଦ୍ୟ , ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଅନ୍ୟ ସାମାଜିକ ସଂଗଠନ ମାନଙ୍କୁ ସହାୟତା ର ହାତ ବଡ଼ାଇ ବାକୁ ଅନୁରୋଧ କରିଥିବା ବେଳେ,ଏହି ଦୁଃଖଦ ସମୟରେ ଉଭୟ ଅଗ୍ନି ବିପନ୍ନ ପରିବାର କୁ ସମବେଦନା ଜଣାଇବା ସହିତ ଦର୍ପଣ ତହସିଲ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରି ଛନ୍ତି ସଂଗଠନ ସମାଜ ସେବୀ ଦୟାନିଧି ବିଶ୍ବାଳ।