ରାଉରକେଲାରେ ଭି କେ ପାଣ୍ଡିଆନ୍ । ସେକ୍ଟର ୩ରେ ଥିବା ଜଗନ୍ନାଥଙ୍କ ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା ।

ରାଉରକେଲାରେ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ରାଉରକେଲା ସେକ୍ଟର ୩ରେ ଥିବା ଜଗନ୍ନାଥଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହା ସହ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଗତକାଲିଠାରୁ ରାଉରକେଲା ଗସ୍ତରେ ଅଛନ୍ତି ଭି.କେ ପାଣ୍ଡିଆନ୍ । ଗତକାଲି ସନ୍ଧ୍ୟାରେ ପାଣ୍ଡିଆନ୍ ରୋଡ୍ ସୋ’ କରିଥିଲେ । ପ୍ରଥମେ ତଳସରା ବିଧାନସଭା କ୍ଷେତ୍ର ଓ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ଦୀଳୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଏହା ପରେ ସବଡେଗା…

ଅଧିକ ପଢନ୍ତୁ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ୍ ଆଶ୍ୱସ୍ତି । ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଜାମିନ ।ଜେଲରୁ ବାହାରି ଶକ୍ତି ପ୍ରଦର୍ଶନ କଲେ ଅରବିନ୍ଦ କେଜରିୱାଲ ।

କହିଥିଲି ଶୀଘ୍ର ଫେରିବି । ଦେଖ ଆସିଗଲି । ଜେଲରୁ ବାହାରିବା ପରେ ଦିଲ୍ଲୀବାସୀଙ୍କୁ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୀର୍ଘ ୫୧ ଦିନ ପରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ୍ । ସୁପ୍ରିମକୋର୍ଟରୁ ଅନ୍ତରିଣ ଜାମିନ ମିଳିବା ପରେ ତିହାର ଜେଲରୁ ବାହରିଛନ୍ତି । ଆଉ ଜେଲରୁ ବାହାରି ବିରୋଧୀଙ୍କୁ କରିଛନ୍ତି କଡ଼ା ସମାଲୋଚନା । ଦେଶକୁ ତାନାସାହି ଶାସନରୁ ମୁକ୍ତ କରିବାକୁ ଜନତାଙ୍କୁ ଆହ୍ୱାନ କରିଛନ୍ତି କେଜ୍ରିୱାଲ । ଭାରତ…

ଅଧିକ ପଢନ୍ତୁ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର । ଶେଷ ଦିନ ହୋଇଥିବାରୁ ସବୁ ଜୋର ଲଗାଇବେ ପ୍ରାର୍ଥୀ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିବ ପ୍ରଚାର । ଆଉ ଶୁଭିବନି ପ୍ରଚାରର ସେହି କୋଳାହଳ । ଶେଷ ଦିନରେ ଜନତାଙ୍କ ମନ ଜିଣିବା ପାଇଁ କିଛି ବି କସରତ ଛାଡ଼ିବାକୁ ଚାହିଁବେନି ପ୍ରାର୍ଥୀ । ମେ’ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍ । ଚଳିତ ନିର୍ବାଚନରେ ଅଧିକ…

ଅଧିକ ପଢନ୍ତୁ

ଭୁବନେଶ୍ୱରରେ ଜାତୀୟ ଗଣମାଧ୍ୟମକୁ ମୋଦୀଙ୍କ ଦମ୍ଭୋକ୍ତି । କହିଲେ, ଓଡିଶା ଓ ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ କ୍ଲିନ ସ୍ୱିପ କରିବ ବିଜେପି।

ଭୁବନେଶ୍ୱରରେ ରୋଡ ସୋ’ ସମୟରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କହିଛନ୍ତି ଚଳିତ ନିର୍ବାଚନରେ ଓଡିଶା ଓ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ କ୍ଲିନସୁଇପ କରିବ ବିଜେପି । ଓଡିଶାରେ ଲୋକଙ୍କ ମଧ୍ୟ ଏଥର ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଲୋକଙ୍କ ମଧ୍ୟରେ ଏଭଳି ଉତ୍ସାହ ଓ ଉଦ୍ଦୀପନା କମ ଦେଖିବାକୁ ମିଳିଥାଏ । ଭାଷା ସମସ୍ୟା ଥିଲେ ମଧ୍ୟ ହୃଦୟର ସଂପର୍କ ଓଡିଶା…

ଅଧିକ ପଢନ୍ତୁ

ଜନପଥରେ ରୋଡ୍ ଶୋ’ ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର । କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଉଦବୋଧନ ଦେବେ ନରେନ୍ଦ୍ର ମୋଦୀ ।

ରାଜଧାନୀରେ ବିଶାଳ ରୋଡ୍ ସୋ’ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଜିଲ୍ଲାରେ ପ୍ରଚାର କରିବେ । କନ୍ଧମାଳ, ବଲାଙ୍ଗିର ଓ ବରଗଡ଼ରେ ଦଳୀୟ ସମାବେଶରେ ଯୋଗଦେବେ । ପ୍ରଥମେ କନ୍ଧମାଳ ଯିବେ ପ୍ରଧାନମନ୍ତ୍ରୀ । ସକାଳୁ ପ୍ରଥମେ କନ୍ଧମାଳ ଅଭିମୁଖେ ବାହାରିବେ । ସେଠାରେ ସକାଳ ୧୦ଟା ୨୦ରେ ଗୁଦାରୀ ଏୟାରଷ୍ଟ୍ରିପରେ ପହଂଚିବା ପରେ କନ୍ଧମାଳ ଷ୍ଟାଡିୟମକୁ ଯିବେ । ଯେଉଁଠାରେ ଜନସଭାରେ ଯୋଗଦେବା ପରେ ବଲାଙ୍ଗିର ବାହାରିଯିବେ । ମଧ୍ୟାହ୍ନ ୧୨ଟା ୫ରେ…

ଅଧିକ ପଢନ୍ତୁ

ବଢ଼ିବନି ରାହୁଲଙ୍କ କାର୍ଯ୍ୟକାଳ, ସେ ଚାହିଁଲେ ପୁଣି କରିପାରିବେ ଆବେଦନ…

ବିସିସିଆଇ ପକ୍ଷରୁ ଏକ ବଡ଼ ଘୋଷଣା ହୋଇଛି। ବିସିସିଆଇର ସଚିବ ଜୟ ଶାହା ନିଶ୍ଚିତ କରିଛନ୍ତି ଯେ ଟିମ୍‌ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି ପାଇଁ ଖୁବ ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ । ୨୦୨୧ ମସିହା ନଭେମ୍ବର ମାସରୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିବା ରାହୁଲ ଦ୍ରାବିଡଙ୍କର ଚୁକ୍ତିନାମା ୨୦୨୩ ବିଶ୍ୱକପ ସମାପ୍ତ ହେବା ପରେ ବୃଦ୍ଧି କରାଯାଇଥିଲା । ଏବେ ତାଙ୍କର କାର୍ଯ୍ୟକାଳ ସରିବାକୁ ଯାଉଛି । ତେବେ ଏଥର ରାହୁଲଙ୍କ କାର୍ଯ୍ୟକାଳକୁ…

ଅଧିକ ପଢନ୍ତୁ

କଟକରେ ତ୍ରିମୁଖୀ ଲଢ଼େଇ, କିଏ କରିବ ବାଜିମାତ ?

କମ୍ପୁଛି ପ୍ରଚାର ମଇଦାନ । ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ପ୍ରାର୍ଥୀ । କଟକ ଚୌଦ୍ୱାର ଓ କଟକ ସଦର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ପ୍ରଚାର ଜୋର । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର କସରତ । କିଏ ପାଇବ ଜନତାଙ୍କ ସମର୍ଥନ ? ପ୍ରଚାର ମାଧ୍ୟମରେ ପ୍ରତିଯୋଗିତା କରୁଛନ୍ତି ପ୍ରାର୍ଥୀ। ସରକାରଙ୍କ ବିଫଳତା ଗଣି, ଆଶା ଭରସାର ସ୍ୱପ୍ନ ଦେଖାଉଛନ୍ତି ବିରୋଧୀ ପ୍ରାର୍ଥୀ। ତେବେ କଟକ ସଦର ନିର୍ବାଚନ ମଣ୍ଡଳୀରେ କିଏ କରିବ ବାଜିମାତ୍ । ଏଠାରେ ମୁଖ୍ୟତଃ ବିଜେଡି, ବିଜେପି…

ଅଧିକ ପଢନ୍ତୁ

ଦିନକ ପରେ ଦେଶରେ ଚତୁର୍ଥ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ..

ସାତ ପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପାଖେଇ ଆସୁଛି ସମୟ । ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ । ଏଥିପାଇଁ ଆଜି ସଂଧ୍ୟାରେ ସରିବ ନେତାଙ୍କ ଧୂଆଁଧାର ପ୍ରଚାର । କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଆଜି ଦିନଟିଏ । ଦିନକ ପରେ ହେବ ମତଦାନ । ଆଉ ଏଥିପାଇଁ ନେତା ତରତର ଜନତା ବି ଉତ୍ସାହିତ…

ଅଧିକ ପଢନ୍ତୁ

ମୋଦିଙ୍କ ଓଡ଼ିଶାଗସ୍ତର ଦ୍ୱିତୀୟ ଦିନ; ମାରାଥନ୍ ପ୍ରଚାର ସହ ବିଶାଳ ଜନ ସମାବେଶରେ ଯୋଗଦେବେ..

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ। ଗତକାଲି ଭୁବନେଶ୍‌ୱରରେ ବିଶାଳ ରୋଡ୍ ସୋ’ ପରେ ଆଜି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି। ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ । ସକାଳ ପ୍ରାୟ ସାଢ଼େ ୮ଟାରେ ବାୟୁସେନାର ସ୍ବତନ୍ତ୍ର ହେଲିକପଟରରେ ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ପ୍ରଥମେ ଫୁଲବାଣୀ ଯିବେ ମୋଦି। ସାଢ଼େ ୧୦ଟାରେ ଫୁଲବାଣୀ ଷ୍ଟାଡିୟମରେ ଆୟୋଜିତ ନିର୍ବାଚନୀ ସଭାକୁ…

ଅଧିକ ପଢନ୍ତୁ

ମୋଦି ମୋଦି ନାରାରେ କମ୍ପିଲା ଜନପଥ..

ଜନପଥରେ ଜନସମୁଦ୍ର। ରାଜଧାନୀରେ ମୋଦି ଜୁଆର। ଜୁଆର ନୁହେଁ ତ, ସତେ ଯେମିତି ସୁନାମୀ। ନା କେହି କେବେ ଏମିତି ଦେଖିଥିଲେ, ନା କଳ୍ପନା କରିଥିଲେ। ସଞ୍ଜ ନଇଁବା ବେଳକୁ ମୋଦି ମାନିଆରେ ଉଛୁଳି ଉଠିଥିଲା କ୍ୟାପିଟାଲ ସିଟି ଭୁବନେଶ୍ୱର। ଜନପଥର ଦୁଇକଡ଼େ ଜମିଥିଲା ଜନତାଙ୍କ ଅସମ୍ଭବ ଗହଳି। ଲକ୍ଷାଧିକ ସଂଖ୍ୟାରେ ପିଲାଠୁ ବୟସ୍କ, ପୁରୁଷ ମହିଳା। ସମସ୍ତେ ଅପେକ୍ଷା କରିଥିଲେ ସେଇ ମୋଦି ମୁହୂର୍ତ୍ତକୁ। ଆଉ ରାତି ଠିକ୍ ୮ଟା ୪୦ ମିନିଟରେ ମେଗା ରୋଡ୍ ସୋ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଅଧିକ ପଢନ୍ତୁ