ଓଡ଼ିଶାର ସବୁ ବ୍ଲକ ଓ ଏନଏସିର ଲକ୍ଷାଧିକ ଭରଚ୍ୟୁଆଲ ମାଧ୍ୟମରେ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ତା.୦୬/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୦ବର୍ଷ ସଫଳ ଶାସନ କାଳରେ ମହିଳାଙ୍କୁ ସଶକ୍ତ କରିବା ପାଇଁ  ନିଭିର୍ଣ୍ଣ ପ୍ରକାର ପଦକ୍ଷେପ ନେଇଛନ୍ତି । ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇପାରିଛନ୍ତି । “ଦିନଦୟାଲ ଅନ୍ତୋଦୟ ଯୋଜନା” ଅନ୍ତର୍ଗତ ଜାତୀୟ ଗ୍ରାମୀଣ ମିଶନ ଓ ସହରୀ ମିଶନ ମାଧ୍ୟମରେ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା କରିଛନ୍ତି ମୋଦି ସରକାର । ସ୍ୱୟଂ ସହାୟକ ଗୋଷ୍ଠୀ ସମୁହ ମାଧ୍ୟମରେ ସେମାନଙ୍କୁ ଆତ୍ମନିର୍ଭର କରିବା ଓ ସେମାନଙ୍କୁ ଲକ୍ଷପତି ଦିଦି କରାଇବା ଏହାର ମୂଳଲକ୍ଷ୍ୟ । ଏ ଲକ୍ଷ୍ୟରେ ଅଗ୍ରସର ହୋଇ ଚଳିତ ବର୍ଷ ସୁଧା ବଜେଟ୍‌ରେ ୩ କୋଟି ଲକ୍ଷପତି ଦିଦି କରିବାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ୩୧୪ ବ୍ଲକ ଓ ସମସ୍ତ ଏନଏସିର ମା’ମାନେ ସଶକ୍ତ କିଭଳି ହେବେ ସେ ନେଇ ଭରଚ୍ୟୁଆଲ ଦ୍ୱାରା ବୈଠକ ନେଇ ସେମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି ମୋଦିଜୀ ବୋଲି ନାରୀଶକ୍ତି ବନ୍ଦନର ରାଜ୍ୟ ସଂଯୋଜକ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।