ସମାଜ ସେବା ରେ ଉଦାହରଣ ସୃଷ୍ଟି କଲା ଛତିଆ ସମାଜ ସେବୀ ସଙ୍ଗଠନ।

ବଡ଼ଚଣା,୧୩।୮,(ନି; ପ୍ର) ସେବା ହିଁ ପରମ ଧର୍ମ। ମାନବ ସେବା ହିଁ ମାଧବ ସେବା। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ନିକଟସ୍ଥ ଐତିହାସିକ ଅମରାବତୀ କଲ୍ୟାଣ ମଣ୍ଡପ ପରିସରରେ ଛତିଆ ସମାଜ ସେବୀ ସଙ୍ଗଠନ ର ପ୍ରଥମ ବାର୍ଷିକ ସ୍ୱ-ନକ୍ଷତ୍ର ଉତ୍ସବ ଆନୁଷ୍ଠାନିକ ଭାବେ ଅନୁଷ୍ଟିତ ହୋଇ ଯାଇଛି। ଏହି ଉତ୍ସବ କୁ ଅନୁଷ୍ଠାର ସଭାପତି ନାରାୟଣ ପ୍ରସାଦ ସାହୁ ଆନୁଷ୍ଠାନିକ ଭାବେ ଭବ୍ୟ ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଭାବେ “ଶବର ସାଥୀ, ତଥା କର୍କଟ ରୋଗୀ ଙ୍କ ଦେବଦୂତ ଅଭିମନ୍ୟୁ ଦାସ ଓ ମୁଖ୍ୟ ବକ୍ତା ଭାବେ ବାବା ବୈକୁଣ୍ଠ ନାଥ ବ୍ରହ୍ମଚାରୀ ମଣି ନାଗ ଗୁମ୍ଫା ଆଶ୍ରମ ର ବ୍ରହ୍ମଚାରୀ ଅମୃତା ନନ୍ଦ ଦାସ ଙ୍କ କରକମଳ ରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜୋଳନ କରି ଶୁଭାରମ୍ଭ କରିଥିଲେ। ପରେ ପରେ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସମ୍ମାନିତ ଅତିଥି ମାନଙ୍କ ବହୁ ମୂଲ୍ୟ ଉପଦେଶ ଉତ୍ସବ କୁ ଶାଣିତ ଓ ମଧୁମୟ କରିଥିଲା। ସଙ୍ଗଠନ ର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ଦୀର୍ଘ ନିରାମୟ ଜୀବନ କାମନା କରିବା ପୂର୍ବକ ଆଗାମୀ ଦିନରେ ଛତିଆ ସମାଜ ସେବୀ ସଙ୍ଗଠନ ରୂପକ ସେବାର ମନ୍ଦିର ମହା ଦୃମରେ ପରିଣତ ହେଉ ବୋଲି ଆଶୀର୍ବଚନ ପ୍ରଦାନ କରିଥିଲେ। ଏହି ଭବ୍ୟ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ଜିଲ୍ଲା ଫକିର ମୋହନ ବିଶ୍ବିଦ୍ୟାଳୟର ର ପୂର୍ବତନ କୁଳପତି କୁମର ବର୍ ଦାସ ଯୋଗ ଦେଇ ସାଂପ୍ରତିକ ସମାଜରେ ଘଟୁ ଥିବା ପ୍ରତିକ୍ରିୟାର ପ୍ରତି ଫଳନ ବିରୋଧର ସାର୍ ଗର୍ଭକ ଉପଦେଶ ବକ୍ତବ୍ୟ ଛଳରେ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ମାଳିକା ପ୍ରସିଦ୍ଧ ପୀଠ ସିଦ୍ଧ ଗିରି ଆଶ୍ରମର ମହନ୍ତ ବାବାଜୀ ବିଶ୍ଵନାଥ ଦାସ ମହାରାଜ ଯୋଗ ଦେଇ ସେତ୍ସାସେବି ମାନଙ୍କ ର ତ୍ୟାଗ ପୂତ ଜୀବନ ସମ୍ପର୍କରେ ଉପଦେଶ ମାଧ୍ୟମରେ ମାର୍ଗ ଦର୍ଶନ କରାଇ ଥିଲେ ।
ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଛତିଆ ବିଦ୍ୟାଧର ପୁର ଇସ୍କନ ମନ୍ଦିର ର ମୁଖ୍ୟ ବାବାଜୀ ସଚ୍ଚିପ୍ରାଣଧନ ଦାସ ମହାରାଜ,ବୈରୀ ଥାନା ଅଧିକାରୀ ପ୍ରଦୀପ୍ତ କାନୁନ୍ ଗୋ, ସେବକ ଜରା ନିବାସ ର ସଭାପତି ସୁରେଶ ଚନ୍ଦ୍ର ବିଶ୍ବାଳ,ଵୈରୀ ବନ ପାଳ ମାଣିକ ମୁଣ୍ଡା,ଛତିଆ ଫାଣ୍ଡି ଅଧିକାରୀ ନାରାୟଣ ପ୍ରସାଦ ବେହେରା,ଛତିଆ ସମିତି ସଭ୍ୟ ଦୀପକ ସାହୁ, ତଥା ସଂଗଠନ ର ବରିଷ୍ଟ ଉପଦେଷ୍ଟା ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭରତ କୁମାର ବେହେରା ଯୋଗ ଦେଇ ଶ୍ରୀ ଯୁକ୍ତ ବେହେରା ଆଜିର ସମାଜକୁ “ସିସ୍କ ଡି” ର ସଫଳ ସୂତ୍ର ସମ୍ପର୍କରେ ଅଭିହିତ କରିଥିଲେ। ଏହି ଭବ୍ୟ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ, ଯାଜପୁର ରୋଡ଼ ର ନୂଆ ଆଲୋକ, କୁଆଖିଆ ର ଅସହାୟ ର ବନ୍ଧୁ, ମହାବାହୁ ଟ୍ରଷ୍ଟ ଓଡ଼ିଶା, କେଉଁଝର୍ ର ସଦଭାବନା ଟ୍ରଷ୍ଟ, କେନ୍ଦୁଝର ସମାଜ ସେବୀ ମହାସଂଘ,କଟକ ସେବା ଫାଉଣ୍ଡେସନ, ସ୍ୱୋପ୍ନା ଫାଉଣ୍ଡେସନ, ଆମ ସାଥିର ସୋସାଇଟି କଟକ, ନିୟୁଁଲାଇଫ ସୋସିଆଲ ୱାର୍କ,ଜଗତ ସିଂହପୁର ର ମା ଶାରଳା ସେବା ଫାଉଣ୍ଡେସନ, ଚୌଦ୍ଵାର ରୁ ଗନ୍ଧମାର୍ଦ୍ଧନ ସେବା ସମିତି ସମେତ ୭୦ ରୁ ଅଧିକ ସମାଜ ସେବୀ ଟ୍ରଷ୍ଟ ଓ ସଙ୍ଗଠନ ମାନଙ୍କୁ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଶେଷ ଦେବ ଓଝା ଙ୍କ ସୁନ୍ଦର୍ ଭାବେ ଉଚ୍ଚ କୋଟୀର ମଞ୍ଚ ପରିଚାଳନା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ବେଳେ, କାର୍ଯ୍ୟକ୍ରମ କୁ ସୁନ୍ଦର ଓ ସଫଳ କରି ଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ସୌମ୍ୟରଞ୍ଜନ ବେହେରା ଓ ରଞ୍ଜନ କୁମାର ସ୍ୱାଇଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରି ଥିଲେ।