ରାତି ପାହିଲେ ହୋଲି.. ଟ୍ୱିନସିଟିରେ ଜମିଲାଣି ଭଳିକି ଭଳି ରଙ୍ଗର ବେପାର

ଆସୁଛି ରଙ୍ଗର ପର୍ବ ହୋଲି। ହୋଲିକୁ ନେଇ ଲୋକଙ୍କ ମନରେ ଢେର ଉତ୍ସାହ ଦେଖିବାକୁ ମିଳିଛି। ଟ୍ୱିନ୍‌ସିଟିର ହୋଲସେଲ ଏବଂ ଖୁଚୁରା ବଜାରରେ ଜମୁଛି ରଙ୍ଗ ବ୍ୟବସାୟ। ଅନ୍ୟପଟେ ରାସାୟନିକ ମିଶା ରଙ୍ଗ ବ୍ୟବହାର ନକରି ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।

ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ ସହରର ହୋଲସେଲ ଓ ଖୁଚୁରା ବଜାରରେ ଲାଗିଛି ଭଳି କି ଭଳି ହୋଲି ସାମଗ୍ରୀର ପସରା। ପିଚକାରୀ, ବେଲୁନ, ମୁଖା, ଚୁଟି ଆହୁରି କେତେକଣ। ଆଉ ଏହାକୁ କିଣି ନେଉଛନ୍ତି ଲୋକେ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ହୋଲି ଖେଳିବା ପାଇଁ ଲୋକଙ୍କ ଭିତରେ ଢେର ଉତ୍ସହ ରହିଛି।

ସେପଟେ ହୋଲିକୁ ନେଇ ରାଜଧାନୀବାସୀବି ବେଶ ଉତ୍ସାହିତ ବର୍ଷକୁ ଥରେ ରଙ୍ଗ ର ପର୍ବ ହୋଲିକୁ ଧୁମ ଧାମ ରେ ପାଳନ କରିବା ପାଇଁ ସମସ୍ତେ ବ୍ୟସ୍ତ। ହୋଲି ରଙ୍ଗ କିଣିବା ପାଇଁ ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି। ଅଭିର ରଙ୍ଗ ର କିଲୋ ୧୫୦ ଟଙ୍କା ଠାରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ରାସାୟନିକ ରଙ୍ଗକୁ ସମ୍ପୂର୍ଣ୍ଣ ବନ୍ଦଥିବା ବେଳେ କେବଳ ଅଭିର ଏବଂ ହରବାଲ ରଙ୍ଗ କିଣିନିଉଛନ୍ତି ଗ୍ରହାକ। ଅନ୍ୟପଟେ ରାସାୟନିକ ରଙ୍ଗର ବ୍ୟବହାର ନ କରି ହର୍ବାଲ ରଙ୍ଗରେ ହୋଲି ଖେଳବାକୁ ଡାକ୍ତର କହିଛନ୍ତି।