ରାଜ୍ୟ ବୁଥ୍ ସ୍ତରର ସଂଗଠନକୁ ସଶକ୍ତ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦେଲେ ଗୁରୁମନ୍ତ୍ର : ମନମୋହନ ସାମଲ :

ଭୁବନେଶ୍ୱର, ତା.୦୫/୦୮: ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଗସ୍ତ କାଳରେ ସେ ରାଜ୍ୟ କାର୍ଯ୍ୟାଳୟରେ ପାର୍ଟି କାର୍ଯ୍ୟକର୍ତାଙ୍କ ସହ ଭୋଜନ କରିଛନ୍ତି । ଆଗାମୀ ନିର୍ବାଚନରେ ପାର୍ଟିକୁ ଜିତାଇବା ପାଇଁ ଦଳୀୟ ପଦାଧିକାରୀ, ବିଧାୟକ, ସାଂସଦ ଓ କୋର କମିଟିକୁ ଗୁରୁମନ୍ତ୍ର ଦେଇଛନ୍ତି । ଦଳୀୟ ନେତୃବୃନ୍ଦଙ୍କୁ ସମ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଯେ, ଓଡ଼ିଶାର ସାଧାରଣ ଜନତାଙ୍କ ଜୀବନମାନର ସ୍ତରକୁ ବୃଦ୍ଧି କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଗତ ୯ବର୍ଷ ମୋଦି ଶାସନରେ ଓଡ଼ିଶାର ବିକାଶ ପାଇଁ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ପଠାଇଛନ୍ତି । ଏହା ଓଡ଼ିଶାର ବିକାଶ ପାଇଁ ଏକ ଉଲ୍ଲେଖନୀୟ ସଫଳତା । ୟୁପିଏ ସରକାରର ୧୦ବର୍ଷରେ ଓଡ଼ିଶାକୁ ମାତ୍ର ୨ଲକ୍ଷ ୯୩ହଜାର କୋଟି ଟଙ୍କା ମିଳିଥିଲା । ଏହା ହିଁ ମୋଦିଙ୍କ ଓଡ଼ିଶାକୁ ଭଲ ପାଇବାର ପ୍ରମାଣ ।
ରାଜ୍ୟର ପ୍ରତ୍ୟେକ ବୁଥ୍‌ର ସଂଗଠନ କିଭଳି ଭାବରେ ସଶକ୍ତ ହେବ ସେ ଦିଗରେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟର ପଦାଧିକାରୀ, ବିଧାୟକ, ସାଂସଦ ଏବଂ କୋର କମିଟି ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କଲେ । ଲୋକମାନଙ୍କର ଅସୁବିଧା, ଅବ୍ୟବସ୍ଥା, ଦୁର୍ଗତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଜନଆନ୍ଦୋଳନ କରିବା ପାଇଁ ଦୃଢ଼ତାର ସହ ଆହ୍ୱାନ ଦେଇ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ । କିଭଳି ଭାବରେ ପଂଚାୟତ, ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତର ପର୍ଯ୍ୟନ୍ତ ଜନଆନ୍ଦୋଳନ କରାଯିବ ଏ ସଂପର୍କରେ ଶ୍ରୀ ଶାହା ବିସ୍ତୃତ ଆଲୋଚନା କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି,