ବଡ଼ଚଣା ବିଜେପି ପକ୍ଷରୁ  ୮୧ ତମ କ୍ରାନ୍ତି ଦିବସରେ ବିଶାଳ ଶୋଭାଯାତ୍ରା :-

ବଡ଼ଚଣା ୯/୮( ନି ପ୍ର) ବ୍ରିଟିଶ ଶାସନ ବିରୋଧରେ ୧୯୪୨ ମସିହାରେ ଭାରତଛାଡ ଆନ୍ଦୋଳନ ପାଇଁ ହୋଇଥିବା କ୍ରାନ୍ତି ଯାତ୍ରାର ୮୧ ତମ ବାର୍ଷିକ ପାଳନ ସମଗ୍ର ଦେଶରେ ଅନୁଷ୍ଠିତ ହେଉଅଛି ।ଏହି ଅବସରରେ ବଡଚଣା ଭାଜପା ପକ୍ଷରୁ ଯୁବ ନେତା ଅମର ନାୟକଙ୍କ ନେତୃତ୍ୱରେ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାର ଆୟୋଜନ ହୋଇଥିଲା।ସୁଦୂର ପ୍ରସାରି ବଡ଼ଚଣା ବ୍ଲକ ୪୩ ଗୋଟି ପଞ୍ଚାୟତ କୁ ନେଇ ଗଠିତ ବିଭିନ୍ନ ପଞ୍ଚାୟତ ଗୁଡିକରେ ଦୁର୍ନୀତି ,ଭ୍ରଷ୍ଟାଚାର, ଓ ପ୍ରିୟାପ୍ରୀତି ତୋଷଣ ବ୍ୟାପକ ଭାବରେ ହେଉଥିବା ଅଭିଯୋଗରେ ବଡ଼ଚଣା ବିଜେପି ପକ୍ଷରୁ ଏହି କ୍ରାନ୍ତି ଶୋଭାଯାତ୍ରାର ଆଭିମୁଖ୍ଯ ରହିଥିଲା। ସଂଗ୍ରାମୀ ଯୁବ ନେତା ତଥା ବଡ଼ଚଣା ବିଜେପି ନେତା ଅମର ନାୟକ ଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କର୍ମୀ ଓ ସମର୍ଥକ ମହାବିନାୟକ ପିଠରୁ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ବାଲିଚନ୍ଦ୍ରପୁର ଠାରେ ପହଞ୍ଚିଥିଲେ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ,ରାଜ୍ଯ ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଶତପଥି,ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ,ଯୁବ ମୋର୍ଚ୍ଚା ରାଜ୍ଯ ସଭାପତି ଅଭିଳାଷ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ଦେବଜାନି ପ୍ରଧାନ,ସଂପାଦକ ପ୍ରମୋଦ କୁମାର ଜେନା,ମଣ୍ଡଳ ସଭାପତି ବେଣୁଧର ବିଶ୍ୱାଳ, ପ୍ରଦୀପ ସାମଲ ,ବେଣୁଧର ବିଶ୍ବାଳ, ସୀତାନାଥ ବଳ ସାମନ୍ତ, ଲଲାଟେନ୍ଦୁ ମହାପାତ୍ର,ବିକାଶ ମହାପାତ୍ର ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମ ନାୟକ, ଅମୀୟ ସାହାଣୀ,ସମୀର ରାଉତ, ସୋମ୍ୟରଞ୍ଜନ ବିଶ୍ୱାଳ, ବିଶ୍ବବିଜୟୀ ବ୍ରହ୍ମ, ରବୀନ୍ଦ୍ର ରାଉତ, ବାଇଧର ସେନାପତି,ସମରେନ୍ଦ୍ର ପରିଡା,ପବିତ୍ର ରାଉତ,,ପଲାସ ସିଂ, ପ୍ରଭାକର ମଲ୍ଲିକ, ଅଜୟ ଜେନା,ଅଭୟ ତରାଇ, ନୃସିଂହ ନାରାୟଣ ହୋତା,ଚିନ୍ମୟୀ ସାହୁ,ପୂର୍ଣ୍ଣିମା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ବାଲିଚନ୍ଦ୍ରପୁର ଜଗନ୍ନାଥ କଲ୍ଯାଣ ମଣ୍ଡପ ଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ କେନ୍ଦ୍ର ସରକାରଙ୍କ ଜନହିତକର ଯୋଯନାର ରୁପରେଖ ବଦଳାଇ ରାଜ୍ଯ ସରକାର ବାହାବା ନେଉଛନ୍ତି।ସାଧାରଣ ଲୋକ ଏବଂ ଗରିବ କଲ୍ୟାଣ ଯୋଯନାକୁ ଦଳୀୟ ଭିତ୍ତିରେ ବଣ୍ଟନ କରି ଯୋଗ୍ଯ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି ବୋଲି ରାଜ୍ଯ ସଭାପତି ଶ୍ରୀ ସାମଲ କହିଥିଲେ। ଶେଷରେ ବାଲିଚନ୍ଦ୍ରପୁର ମଣ୍ଡଳ ସାଧାରଣ ସମ୍ପାଦକ ନିରଞନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।