ବଡଚଣାରେ ବସ ରହଣୀ ଓ ମୋ ବସ୍ ଚଣ୍ଡିଖୋଲ ପର୍ଯ୍ୟନ୍ତ ଚଳାଚଳା  ପାଇଁ ଦାବି :-

ଯାଜପୁର ଜିଲ୍ଲା ବଡଚଣା ଠାରେ ଗଳିପୋଲ ହେବା ପର ଠାରୁ ବସ୍ ଗୁଡିକ ପରିମିଟି ଥାଇ ମଧ୍ୟ ବାଇପାସରେ ନଆସି ଉପର ବାଟେ ଯାଉଥିବାରୁ ଏଠାକାର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏହାକୁ ନଜରରେ ରଖି ବଡଚଣା କ୍ରିୟାନୁଷ୍ଠାନ କମିଟି ,ବଡଚଣା ବଜାର କମିଟି ଓ ବଡଚଣା ପଂଚାୟତ ବାସିଙ୍କ ମିଳିତ ସହୋଯୋଗରେ ବଡଚଣା ଛକ ଠାରେ ସ୍ଥାନୀୟ ଜନସାଧାରଣ ବସ ଅଟକାଇବା ସହ ବସ ଗୁଡିକୁ ଓଭର ବ୍ରିଜରେ ନଯାଇ ବଜାର ଭିତରେ ଯିବାକୁ ଅନୁରୋଧ କରିଥିଲେ।ଏହାର ନେତୃତ୍ୱ ନେଇଥିଲେ ବଡଚଣା କ୍ରିୟାନୁଷ୍ଠାନର ସ୍ଥାୟି ସଭାପତି ମନୋରମା ଆଚାର୍ଯ୍ୟ, ସରପଂଚଙ୍କ ପ୍ରତିନିଧି ପ୍ରକାଶ କୁମାର ପ୍ରଧାନ,ସମିତି ସଭ୍ୟ ମଧୁ ସୁଦନ ବଳ, ବଜାର କମିଟି ସଭାପତି ଫଗୁ ଚରଣ ସିଂ,ସଂପାଦକ ଚିତ୍ତ ରଂଜନ ପ୍ରଧାନ ନେତୃତ୍ୱ ନେଇଥିଲା ବେଳେ ତାଙ୍କୁ ସହୋଯୋଗ କରିଥିଲେ ରଂଜନ କୁମାର ସିଂ,ଚିତ୍ତ ରଂଜନ ସିଂ, ଅଶୋକ ସିଂ,ସନ୍ତୋସ କୁମାର ବେହେରା,ଗିତାଂଜଳି ସିଂ,ଉମାରାଣି ସିଂ ଓ ବଡଚଣା ଜନ ସାଧାରଣ।ବଡଚଣା କ୍ରିୟାନୁଷ୍ଠାନର ସ୍ଥାୟି ସଭାପତି ମନୋରମା ଆଚାର୍ଯ୍ୟ ଦାବି ରଖିଥିଲେ ଯେଉଁ ବସର ପରିମିଟି ଅଛି ସେ ବସ ବଡଚଣାରେ ରହିବା ସହ ଚଣ୍ଡିଖୋଲ ପର୍ଯ୍ୟନ୍ତ ମୋ ବସ ସେବା ଯୋଗାଇ ଦେବାକୁ କହିଥିଲେ।