ଫିକା ପଡିଲା ରୋହିତଙ୍କ ଶତକ, ଭାରି ପଡିଲେ ପଥିରଣା….

ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ଲଢୁଆ ଶତକ ବିଫଳ, ଘରୋଇ ପଡିଆରେ ଚେନ୍ନାଇ ସୁପର କିଙ୍ଗସ୍ ଠାରୁ ୨୦ ରନରେ ପରାଜିତ ହେଲା ମୁମ୍ବାଇ ଇଣ୍ଡିଆନ୍ସ । ନିର୍ଦ୍ଧାରିତ ୨୦ ଓଭରରେ ସିଏସକେର ୨୦୬ ରନର ଟାର୍ଗେଟକୁ ପିଛା କରି ୧୮୬ ରନରେ ସୀମିତ ରହିଛି ଦଳ ।

ବିଦାୟୀ ଅଧିନାୟକ ରୋହିତ ଶର୍ମାଙ୍କ ୧୦୫ ରନର ଇନିଂସ ଏବଂ ମହମ୍ମଦ ନବୀ ୪ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ଦଳକୁ ଜିତାଇପାରିନାହାଁନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ତିଲକ ବର୍ମା ୩୧, ଇଶାନ କିଶାନ ୨୩ ଏବଂ ଟିମ୍ ଡେଭିଡ୍ ୧୩ ରନ୍ କରିଥିବା ବେଳେ ଖାତା ଖୋଲିପାରି ନାହାଁନ୍ତି ସୂର୍ଯ୍ୟକୁମାର ଯାଦବ । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ନିର୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୦୬ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ରୁତୁରାଜ ଗାଏକୱାଡ ୪୦ ବଲରେ ୬୯ , ଶିବଦ ଦୁବେ ୩୮ ବଲରେ ୬୬, ରାଚିନ ରବୀନ୍ଦ୍ର ୧୬ ବଲରେ ୨୧ ରନ୍ କରିଥିଲେ । ଶେଷ ଓଭରରେ ଦେଖିବାକୁ ମିଳିଥିଲ ମହେନ୍ଦ୍ର ସିଂ ଧୋନିଙ୍କ ଜଲୱା । ହାର୍ଦିକ ପାଣ୍ଡ୍ୟାଙ୍କ ଶେଷ ଓଭରର ୪ଟି ବଲରୁ ହାଟ୍ରିକ ଛକା ସହ ୨୦ ରନ୍ ସଂଗ୍ରହ କରିଥିଲେ ଧୋନି ।