ନିର୍ମାଣ କାମ ବେଳେ ଦୁର୍ଘଟଣା; ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ..

ଟକରେ ନିର୍ମାଣ କାମ ବେଳେ ଦୁର୍ଘଟଣା । ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ । ଏଭଳି ଅଘଟଣ ଘଟିଛି କଟକ ମାଲଗୋଦାମ ଅଞ୍ଚଳରେ । ନିର୍ମାଣ କାମ ଚାଲୁଥିବା ବେଳେ ହଠାତ ମାଟି ଅତଡ଼ା ଧସି ଯାଇଥିଲା । ଏହା ତଳେ ଚାପି ହୋଇଯାଇଥିଲେ କାମ କରୁଥିବା ଶ୍ରମିକ । ଅଣନିଶ୍ବାସୀ ହୋଇ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ, ଅନ୍ୟ ସାଥୀ ଶ୍ରମିକ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ।

ଏହାସହ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସମସ୍ତେ ମିଶି ଶ୍ରମିକଙ୍କୁ ମାଟି ଅତଡ଼ା ତଳୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଶ୍ରମିକଙ୍କଘର ଜଗତସିଂହପୁରେ ବୋଲି ସୂଚନା ମିଳିଛି।