ଧର୍ମଶାଳା ନିର୍ବାଚନମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ଧର୍ମଶାଳାର ମୁଖ୍ୟ କାର୍ଯ୍ୟାଳୟ କୁମାରୀ ଠାରେ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ ଧର୍ମଶାଳାର ଯୁବ ବିଜେପି ନେତା ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ, ଧର୍ମଶାଳା ବ୍ଲକ ଏବଂ ରସୁଲପୁର ବ୍ଲକ ର ଏଗାରଗୋଟି ଶକ୍ତିକେନ୍ଦ୍ର ଯଥା, ଗଙ୍ଗାଧରପୁର, ପୁରୁଣା ବୋଉଳିମାଳ, ରଖିଦେଇପୁର, ଅଞ୍ଜିରା,ପାଖର,ତାଳଜଙ୍ଗ, ରାଇଛନ୍ଦା, ତରଞ୍ଜିଆ, ସିଂହାପୁର, ଥାନୁଆଳ, ମିର୍ଜାପୁର,ଶକ୍ତି କେନ୍ଦ୍ରର ଟାଣୁଆ ବିଜେଡି, ସଙ୍ଗଠକ ମାନେ ଏବଂ ଧର୍ମଶାଳା ନର୍ବାଚନମଣ୍ଡଳୀର ଶତାଧିକ କାର୍ଯ୍ୟକର୍ତ୍ତା ବିଜେଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ, ଏହି ମିଶ୍ରଣ ପର୍ବରେ ଓଡିଶା ପ୍ରଦେଶ ର ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଯତୀନ ମହାନ୍ତି ସାମିଲ ହୋଇ ଦଳୀୟ ଉତ୍ତରୀୟ ପିନ୍ଧାଇ ସମସ୍ତ ସଂଗଠକ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବ ଭାରତୀୟ ଜନତା ପାର୍ଟିକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ସହ ଆଗକୁ ବଢିବାକୁ ଶକ୍ତି ଦେବ ।

ଏହି ଅବସରରେ ମଞ୍ଚରେ ସଭାପତିତ୍ୱ ସୂର୍ଯ୍ୟମଣୀ ପଣ୍ଡିତ, କରିଥିଲେ ଏବଂ ଉପସ୍ଥିତ ଥିଲେ ନରେଶଚନ୍ଦ୍ର ମହାନ୍ତି, ସର୍ବେଶ୍ୱର ବେହୁରା, ପ୍ରକାଶ ସାମଲ, ଆଲୋକ ଲେଙ୍କା, ମୁରଲୀ ପାଣ୍ଡଵ, ଉପେନ୍ଦ୍ର କର, ସଂଗ୍ରାମକେଶରୀ ସାମଲ, ନୃସିଂହ ମିଶ୍ର, ରବୀନ୍ଦ୍ର ବରାଳ ନାରଣ ମଲିକ ଉପସ୍ଥିତ ଥିଲେ.