କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା :-

Sep 07, 2023

ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଖୋର୍ଦ୍ଧାଙ୍କ ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ୦୬ ସେପ୍ଟେମ୍ବର ୨୦୨୩ ରେ ଅନୁଷ୍ଠିତ ହୋଇଯାଇଅଛି | ଏହି ନିଯୁକ୍ତି ମେଳା କେବଳ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ମାନଙ୍କ (ପୁରୁଷ) ପାଇଁ ଉଦ୍ଦିଷ୍ଟ ଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମ ପ୍ରାର୍ଥୀମାନେ ଏନ.ସି.ଏସ.ସି.ଡି.ଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ | ଏହି ନିଯୁକ୍ତି ମେଳାରେ ଚଳନଶକ୍ତି ବାଧିତ (OH) ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପଦବୀ ଥିଲା।

ଏହି ନିଯୁକ୍ତି ମେଳାରେ ଜୋମାଟୋ ଏବଂ ନିଓ ମୋସନ ନିଯୁକ୍ତିଦାତା ଭାବରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ସକ୍ରିୟ ସହଯୋଗରେ ଏହା ସଫଳ ହୋଇଛି। ଏହି ମେଳାରେ ବିତରଣ କାର୍ଯ୍ୟନିର୍ବାହୀ ପଦ ପାଇଁ ଜୋମାଟୋ ଚାକିରି ଆଶାୟୀ ପ୍ରାର୍ଥୀମାନଙ୍କର ସାକ୍ଷାତକାର ନେଇଥିଲା ।  ସେମାନେ ୬୦ ଜଣ ଚାକିରି ଆଶାୟୀ ମାନଙ୍କର ଇଣ୍ଟରଭ୍ୟୁ ନେଇଥିଲେ, ସେଥି ମଧ୍ୟରୁ ୨୬ ଜଣ ପ୍ରାର୍ଥୀ ସର୍ଟଲିଷ୍ଟ ହୋଇଛନ୍ତି ।


ଆଜିର ମୁଖ୍ୟ ଅତିଥି ଭାବେ ଶ୍ରୀ ଦିଲ୍ଲିପ କୁମାର ରାୟ, ସ୍ଵତନ୍ତ୍ର ଶାସନ ସଚିବ,SSEPD ବିଭାଗ, ଓଡିଶା ସରକାର ଯୋଗ ଦେଇଥିଲେ। ସେ ନିଯୁକ୍ତିଦାତା ଏବଂ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ ।  କିପରି ଭିନ୍ନକ୍ଷମ ମାନେ ନିଜକୁ ସ୍ବାବଲମ୍ବୀ କରିପାରିବେ ସେ ସମ୍ପର୍କରେ ସେ ଆଲୋଚନା କରିଥିଲେ । ଶ୍ରୀ ଅଭିଜିତ ମିଶ୍ର, ଯୁବ ପେଷାଦାର (YP) ସମସ୍ତ ନିଯୁକ୍ତିଦାତା ମାନଙ୍କୁ ଏହି ମେଳାକୁ ସ୍ଵାଗତ କରିଥିଲେ। NCSCDA ର କାର୍ଯ୍ୟାଳୟର ମୁଖ୍ୟ ତଥା ସହ ନିର୍ଦ୍ଦେଶକ ଶ୍ରୀମତୀ ସୋନାଲିକା ସୁମନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନିଯୁକ୍ତିଦାତା ଏବଂ ଚାକିରି ଆଶାୟୀ ପ୍ରାର୍ଥୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସେମାନଙ୍କ ସଂଗଠନ ପାଇଁ ଅଧିକରୁ ଅଧିକ ଭିନ୍ନକ୍ଷମମାନଙ୍କୁ ନିଯୁକ୍ତି ଦେବା ପାଇଁ ନିଯୁକ୍ତିଦାତା ମାନଙ୍କୁ ଉତ୍ସାହିତ