ଗୃହମନ୍ତ୍ରୀଙ୍କ ମିଥ୍ୟା ଭିଡିଓ ଅପପ୍ରଚାର ପଛରେ ଥିବା ଭିକେ ପାଣ୍ଡିଆନଙ୍କୁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରାଯାଉ: ଦିଲୀପ ମଲ୍ଲିକ*

ଭୁବନେଶ୍ୱର, ତା.୧୦/୦୫:  ଶାସକ ବିଜେଡି ଅଭ୍ୟାସଗତ ଭାବେ ଓ ନିର୍ବାଚନ ହାରିବା ଭୟରେ ସରକାରୀ କଳ, ବଳ ଓ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିବା ସହ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରି ଆସୁଛି । ବିଜେପି ସର୍ବଦା ଚାହୁଁଚି ଶାନ୍ତିଶୃଙ୍ଖଳାଭାବେ ନିର୍ବାଚନ ହେଉ । ଏଥିପାଇଁ ଆମେ ସମ୍ବିଧାନର ନିୟମ ଅନୁଯାୟୀ ଗତ ଦିନରେ ୧୦୪ଟି ଅଭିଯୋଗ ପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇସାରିଲୁଣି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।ରାଜ୍ୟ…

ଅଧିକ ପଢନ୍ତୁ

ବିଜେଡିର ମ୍ୟାନିଫେଷ୍ଟୋ ପାଣ୍ଡିଆନ ପାଇଁ ଆସିଛି: ଅନିଲ ବିଶ୍ୱାଳ*

ଭୁବନେଶ୍ୱର, ତା.୧୦/୦୫:  ବିଜେଡିର ଏହି ମ୍ୟାନିଫେଷ୍ଟୋ ପାଣ୍ଡିଆନଙ୍କ ଦ୍ୱାରା, ପାଣ୍ଡିଆନଙ୍କର ଏବଂ ପାଣ୍ଡିଆନଙ୍କ ପାଇଁ ପ୍ରସ୍ତୁତ ହେଲା ଭଳି ମନେ ହେଉଛି । ୫-ଟି ଲାଗୁ କରିବା ପାଇଁ ଏହି ମ୍ୟାନିଫେଷ୍ଟୋରେ କୁହାଯିବା ଅର୍ଥ ଯେ, ଓଡ଼ିଶାରେ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଲାଗୁ କରିବା, ଦୁର୍ନୀତିକୁ ଆହୁରି ବ୍ୟାପକ କରିବା, ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଟ୍ରାଫିକ ପୋଲିସ, କ୍ରୀତଦାସ ସଜାଇବା ଏବଂ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ହତ୍ୟା କରିବା ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ…

ଅଧିକ ପଢନ୍ତୁ

ଅଖିମୁଠି ଅନୁକୂଳ କଲେ ବିଜେପି କୃଷକ ମୋର୍ଚା ରାଜ୍ୟ ସଭାପତି ..

କେନ୍ଦୁଝର ଲୋକସଭା କ୍ଷେତ୍ର ଅନ୍ତର୍ଗତ ତେଲକୋଇ ବିଧାନସଭାର ହରିଚନ୍ଦନପୁର ବ୍ଲକର ଜିରାଙ୍ଗ ଗ୍ରାମ ଓ କରଂଜିଆ ନିର୍ବାଚନ ମଣ୍ଡଳୀର ବଳା ଗ୍ରାମ ଏବଂ ଠାକୁରମୁଣ୍ଡା ହାତୀଗୁଡା ଗ୍ରାମ ଠାରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି  ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ତେଲକୋଇ ବିଧାୟକ ପ୍ରାର୍ଥୀ ଡକ୍ଟର ଫକୀର ନାୟକ, କରଂଜିଆ ବିଧାୟକ ପ୍ରାର୍ଥୀ ଶ୍ରୀ ପଦ୍ମ ଚରଣ ହାଇବୃରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୂଜାର୍ଚ୍ଚନା କରିବା ସହିତ ହଳ…

ଅଧିକ ପଢନ୍ତୁ

Akshaya Tritiya 2024: ଅକ୍ଷୟ ତୃତୀୟାର ଶୁଭ ଦିନରେ ଆରମ୍ଭ ହୁଏ ରଥ ନିର୍ମାଣ; ଜାଣନ୍ତୁ କେଉଁ କେଉଁ କାଠ ଲାଗେ..

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ସଧାରଣତଃ କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଚାଷୀ ଏହିଦିନ ଶୁଭ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଆନ୍ତି। ଏହା ସହିତ ଏହାକୁ ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା…

ଅଧିକ ପଢନ୍ତୁ

ଆଜିି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ କରିବେ ଚାଷୀ । ଏଥିପାଇଁ ତତ୍ପର ଚାଷୀକୂଳ ।

ଆଜି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଓଡ଼ିଆ ପରମ୍ପରା ଅନୁସାରେ ବୈଶାଖ ମାସରେ ଏହି ପୂଜା ପଡ଼ିଥାଏ । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ…

ଅଧିକ ପଢନ୍ତୁ

ଆଜି ନାମାଙ୍କନ ଭରିବେ ବୈଜୟନ୍ତ ପଣ୍ଡା; କେନ୍ଦ୍ର ଓ ରାଜ୍ୟର ପ୍ରମୁଖ ନେତା ହେବେ ସାମିଲ..

କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସକାଳ ୯ଟାରେ ତିନି ମୁହାଣି ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାପରେ ଶୋଭାଯାତ୍ରା ତିନିମୁହାଣ, ଜ୍ଞାନପୀଠ, କଜଳା, ମହିପାଳ, ବଡହାଟ ଏବଂ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବ। ବୈଜୟନ୍ତ ପଣ୍ଡାଙ୍କ ଶୋଭାଯାତ୍ରାରେ କେନ୍ଦ୍ର ଓ ରାଜ୍ୟ ସ୍ତରର ବହୁ ପ୍ରମୁଖ ନେତା ଓ ବିଧାୟକ ପ୍ରାର୍ଥୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଗତକାଲି କେନ୍ଦ୍ରାପଡା ଜିଲ୍ଲା…

ଅଧିକ ପଢନ୍ତୁ

ଆଜି ଅକ୍ଷୟ ତୃତୀୟା: ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ । ଆଜିଠୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ ।

ପବିତ୍ର ଅକ୍ଷୟ ତୃତୀୟାରେ ଆଜିଠାରୁ ଆରମ୍ଭ ହେବ ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ବଢିଛି । ମଙ୍ଗଳ ଆରତୀ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନବେଢା ଖଇକୋରା ଭୋଗ, ସର୍ବାଙ୍ଗ ବେଶ ସରି…

ଅଧିକ ପଢନ୍ତୁ

ଅକ୍ଷୟ ତୃତୀୟା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର; ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ..

ଆଜି ପବିତ୍ର ଅକ୍ଷୟ ତୃତୀୟା। ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା।ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି। ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ। ଶ୍ରୀମନ୍ଦିରରୁ ବିମାନ ବିଜେ କରିବା ପରେ ରଥଖଳାରେ ବନଯାଗ ବିଧିରେ ପୁଜାର୍ଚ୍ଚନା କରାଯିବ। ତା ପରେ…

ଅଧିକ ପଢନ୍ତୁ

ବାରବାଟୀ-କଟକରୁ ଧାମନଗର, ଭାଗ୍ୟ ପରୀକ୍ଷା କରୁଛନ୍ତି ହାଇପ୍ରୋଫାଇଲ୍ ଡିଗ୍ରୀଧାରୀ ଯୁବପିଢ଼ି..

ପେଶାରେ ଭିନ୍ନତା ଥାଇପାରେ, କିନ୍ତୁ ନିଶା ରାଜନୀତି । ଏମିତି କିଛି ଉଚ୍ଚଶିକ୍ଷିତ ବର୍ଗ ଏଥରର ପ୍ରତ୍ୟକ୍ଷ ପଲିଟିକସରେ ସାମିଲ ହୋଇଛନ୍ତି, ଯାହାଙ୍କ ମଧ୍ୟରେ କିଏ ଡାକ୍ତର ତ ଆଉ କିଏ ଇଞ୍ଜିନିୟର । କାହା ପାଖରେ MBA ତ ଆଉ କାହା ପାଖରେ ରହିଛି ବି-ଟେକ୍ ଡିଗ୍ରୀ । ସମସ୍ତଙ୍କ ସ୍ୱପ୍ନ ରହିଛି, ଜନତାଙ୍କୁ ବିକାଶ ଧାରାରେ ନେଇ ଶୀର୍ଷରେ ପହଞ୍ଚାଇବା । ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର…

ଅଧିକ ପଢନ୍ତୁ

ତାତିରୁ ମିଳିଛି ଆଶ୍ବସ୍ତି, ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା..

କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମିଛି । ଆହୁରି ୪ ଦିନ କାଳବୈଶାଖୀ ପ୍ରଭାବ ରହିବା ପୂର୍ବାନୁମାନ କରାଯାଇଛି । ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ଗଛ ଉପୁଡିବା ସହ କିଛି ଘରର ଛାତ ମଧ୍ୟ ଉଡିଯାଇଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡିବାରୁ ସହର ଓ ଆଖପାଖ ଅଞ୍ଚଳରେ…

ଅଧିକ ପଢନ୍ତୁ