ଗୋଟିଏ ଭୋଟ ପାଇଁ ଜଙ୍ଗଲ-ପାହାଡ଼-ନଦୀ ଡିଅନ୍ତି ପୋଲିଂ ଅଫିସର୍..
ଜଣେ ମାତ୍ର ଭୋଟରଙ୍କ ପାଇଁ ପୂରା ବୁଥର ପ୍ରତିଷ୍ଠା କରାଯାଇଛି । ବିଗତ ନିର୍ବାଚନମାନଙ୍କରେ ବନେଜରେ ଥିବା ଗିର୍ ଜଙ୍ଗଲ ମଧ୍ୟରେ ବୁଥ୍ ପ୍ରତିଷ୍ଠା କରାଯାଇଛି । ସେ ଜଙ୍ଗଲ ମଧ୍ୟରେ ଜଣେ ମାତ୍ର ଭୋଟର ରହୁଥିଲେ । ଜଙ୍ଗଲ ଭିତରେ ଥିବା ଶିବ ମନ୍ଦିରର ପୁରୋହିତ ଥିଲେ ମହନ୍ତ ହରିଦାସ ଜୀ । ଗଣତନ୍ତ୍ରରେ ନିର୍ବାଚନ ଏକ ବଡ଼ ପର୍ବ । ଗଣତନ୍ତ୍ର ‘ମନ୍ଦିର’ ହେଲେ ନିର୍ବାଚନ ‘ଦେବତା’ । ନିଜ ନେତା ବା ସେବକଙ୍କୁ…
ବିଜେପିରେ ଯୋଗଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିଛନ୍ତି। ବିଜେପିରେ ଯୋଗ ଦେବା ପରେ ଭର୍ତ୍ତୁହରି କହିଛନ୍ତି, ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ବିଜେପି ଜରିଆରେ ହୋଇପାରିବ। ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ। ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ,…
ଭୁଶୁଡ଼ିବ ବିଜେଡି ଗଂଜାମ ଗଡ଼ ! ବିଜେପି ଶିବିରରେ ଅସନ୍ତୁଷ୍ଟ ନେତା
ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼ । ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା । ଦିଗପହଣ୍ଡିରୁ ବିପିନ ପ୍ରଧାନଙ୍କ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡି ହାତ ଛାଡି ଏବେ ପଦ୍ମ ଶିବିରରେ । ବିପିନ ଆଉ ପୂର୍ଣ୍ଣଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଏବେ ମାଳ ମାଳ ଆଶାୟୀ ଆଉ ବିଦ୍ରୋହୀ । ବ୍ରହ୍ମପୁର ଲୋକସଭା ଲାଗି ଦଳ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଭିତରେ ଆଶାୟୀ ଅଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର…
ହୋଲି ସ୍ପୋଶାଲ୍ ଟ୍ରେନରେ ଲାଗିଲା ନିଆଁ; ଜୀବନ ବିକଳରେ ଡେଇଁପଡିଲେ ଯାତ୍ରୀ..
ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ବିଳମ୍ୱିତ ରାତିରେ ହୋଲି ସ୍ପୋଶାଲ୍ ଟ୍ରେନରେ ଅଗ୍ନିକାଣ୍ଡ। ବିହାରର କାରିସାଥ ଷ୍ଟେସନ ନିକଟରେ ହଠାତ୍ ନିଆଁ ଲାଗାଯାଇଥିଲା। ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଥିବା ଜଣାପଡିଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର ଜୀବନ ହାନି ହୋଇନଥିବା ଜଣାପଡିଛି। ତୁରନ୍ତ ରେଳବିଭାଗର…
ରାଜ୍ୟରେ ବୃଦ୍ଧି ପାଇବ ରାତି ତାପମାତ୍ରା, ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା
ରାଜ୍ୟରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।ହେଲେ ୩୧ ତାରିଖ ବେଳକୁ ମୟୂରଭଞ୍ଜ, ସୁନ୍ଦରଗଡ, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗତକାଲି…
ହୋଲିରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ; କେମିତି ରହିବ ପ୍ରଭାବ ? କାହା ପାଇଁ ଶୁଭ, କାହା ପାଇଁ ଅଶୁଭ…ଜାଣନ୍ତୁ…
ହୋଲିରେ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ୨୫ ମାର୍ଚ୍ଚ ୨୦୨୪ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି । ଦୋଳ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ଲାଗୁଛି । ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ, ହୋଲିରେ ଚନ୍ଦ୍ରଗ୍ରହଣ ସଂଯୋଗ ପ୍ରାୟ ଶହେ ବର୍ଷ ପରେ ପଡ଼ୁଛି । ତେବେ କେମିତି ରହିବ ଏହାର ପ୍ରଭାବ ? କାହା ପାଇଁ ରହିବ ଶୁଭ, କାହା ପାଇଁ ଅଶୁଭ ? ଯେହେତୁ ହୋଲିରେ ପଡୁଛି କ’ଣ ରହିବ ପ୍ରଭାବ ? ଜାଣନ୍ତୁ……
ତତଲା କଡେଇରେ ଆଉଟୁପାଉଟୁ ଓଡ଼ିଶା; ୪୦ଡିଗ୍ରୀ ଛୁଇଁବ ପାରଦ
ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ଆଗକୁ ଆହୁରି ବଢିବ ତାତି । ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ମାର୍ଚ୍ଚ ମାସ ଶେଷ ବେଳକୁ କିଛି ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି । ଟାଣ ଖରାକୁ ଦୃଷ୍ଟିରେ ରଖି ବାହାରକୁ ବାହାରିଲା ମାତ୍ରେ ସାବଧାନତା…
ରାତି ପାହିଲେ ହୋଲି.. ଟ୍ୱିନସିଟିରେ ଜମିଲାଣି ଭଳିକି ଭଳି ରଙ୍ଗର ବେପାର
ଆସୁଛି ରଙ୍ଗର ପର୍ବ ହୋଲି। ହୋଲିକୁ ନେଇ ଲୋକଙ୍କ ମନରେ ଢେର ଉତ୍ସାହ ଦେଖିବାକୁ ମିଳିଛି। ଟ୍ୱିନ୍ସିଟିର ହୋଲସେଲ ଏବଂ ଖୁଚୁରା ବଜାରରେ ଜମୁଛି ରଙ୍ଗ ବ୍ୟବସାୟ। ଅନ୍ୟପଟେ ରାସାୟନିକ ମିଶା ରଙ୍ଗ ବ୍ୟବହାର ନକରି ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ ସହରର ହୋଲସେଲ ଓ ଖୁଚୁରା ବଜାରରେ ଲାଗିଛି ଭଳି କି ଭଳି ହୋଲି ସାମଗ୍ରୀର ପସରା। ପିଚକାରୀ, ବେଲୁନ, ମୁଖା, ଚୁଟି ଆହୁରି କେତେକଣ। ଆଉ…
ବଢିବ ଦିନ ମଜୁରିଆଙ୍କ ପାରିଶ୍ରମିକ, ଏଣିକି ନ୍ୟୁନତମ ବେତନ ନୁହେଁ ଜୀବନଯାପନ ବେତନ
କେନ୍ଦ୍ର ସରକାର ଭାରତରେ ୨୦୨୫ ସୁଦ୍ଧା ନ୍ୟୁନତମ ବେତନ ବଦଳରେ ଜୀବନଯାପନ ବେତନ ଲାଗୁ କରିପାରନ୍ତି । ଏହାକୁ ଆକଳନ ଓ ଲାଗୁ କରିବା ପାଇଁ ଏକ ଫ୍ରେମ୍ୱାର୍କ କରାଯିବ । ଯେଉଁଥିପାଇଁ ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନକୁ ଟେକ୍ନିକାଲ ସାହାୟତା ମଗାଯାଇଛି । ଶ୍ରମିକମାନେ ଯେଭଳି ସେମାନଙ୍କର ମୌଳିକ ଆବଶ୍ୟକତାକୁ ଭଲ ଭାବେ ପୁରଣ କରିପାରିବେ, ଜୀବନଯାପନ ବେତନରେ ସେହିଭଳି ବ୍ୟବସ୍ଥା କରାଯିବ । ଅର୍ଥାତ ସାଧାରଣ ଭାବରେ କହିବାକୁ ଗଲେ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ପାଇବ…
ଲୋକସଭା ଆସନ ପାଇଁ ମିଳିଲାନି ଟିକେଟ୍: ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦ
ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ୍। ଆଉ ଦିନ କେଇଟା ପରେ ଗଣତନ୍ତ୍ରର ମହାପର୍ବ। ଏହାରି ଭିତରେ ରାଜନୈତିକ ଦଳଗୁଡିକ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କଲେଣି। ଲୋକସଭା ଟିକେଟ ନ ମିଳିବାରୁ ଜଣେ ସାଂସଦ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଲିକାରେ ନାଁ ନଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି କାଣ୍ଡ ଭିଆଇଥିବା କୁହାଯାଉଛି। ଏପରି ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁରେ। କୀଟନାଶକ ପିଇ ୭୬ ବର୍ଷୀୟ ଏ. ଗଣେଶମୂର୍ତ୍ତି ଆତ୍ମହତ୍ୟା ଉଦ୍ୟମ…